ଓଡିଶା

odisha

ETV Bharat / bharat

ଶ୍ରାବଣ ଦ୍ବିତୀୟ ସୋମବାର, ଭକ୍ତଙ୍କ ବିନା ଚାଲିଛି ଭୋଳାବାବାଙ୍କ ପୂଜା - Mahakaleshwar temple

ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର। ଚଳିତ ବର୍ଷ କୋରୋନା କାଳ ପାଇଁ କାଉଡିଆ ଯାତ୍ରା ବନ୍ଦ ରହିଥିବା ବେଳେ ଏହାକୁ ଅତ୍ୟନ୍ତ ନିରାଡମ୍ବର ଭାବେ ପାଳନ କରାଯାଉଛି। ସକାଳୁ ସକାଳୁ ମଧ୍ୟପ୍ରଦେଶ ଉଜୈନର ମହାକାଳେଶ୍ୱର ମନ୍ଦିରରେ ଆରମ୍ଭ ହୋଇଛି ଭୋଳାବାବାଙ୍କ ପୂଜା।

ଶ୍ରାବଣ ଦ୍ବିତୀୟ ସୋମବାର, ଭକ୍ତଙ୍କ ବିନା ଚାଲିଛି ଭୋଳାବାବାଙ୍କ ପୂଜା
ଶ୍ରାବଣ ଦ୍ବିତୀୟ ସୋମବାର, ଭକ୍ତଙ୍କ ବିନା ଚାଲିଛି ଭୋଳାବାବାଙ୍କ ପୂଜା

By

Published : Jul 13, 2020, 7:03 AM IST

Updated : Jul 13, 2020, 7:16 AM IST

ଭୋପାଳ: ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର। ଚଳିତ ବର୍ଷ କୋରୋନା କାଳ ପାଇଁ କାଉଡିଆ ଯାତ୍ରା ବନ୍ଦ ରହିଥିବା ବେଳେ ଏହି ପବିତ୍ର ମାସର ପୂଜାକୁ ଅତ୍ୟନ୍ତ ନିରାଡମ୍ବର ଭାବେ ପାଳନ କରାଯାଉଛି। ତେବେ ଶିବ ଭକ୍ତମାନଙ୍କୁ ସୁସ୍ଥ ଓ ସୁରକ୍ଷିତ ରଖିବାକୁ ଘରେ ରହି ପୂଜା କରିବାକୁ ସରକାର ଅନୁରୋଧ କରିଛନ୍ତି।

ତେବେ ଏସବୁ ମଧ୍ୟରେ ଭଗବାନ ଶିବଙ୍କ ପୂଜାର୍ଚ୍ଚନାରେ କୌଣସି ବାଧା ଉପୁଜିନାହିଁ। ସକାଳୁ ସକାଳୁ ବିଭିନ୍ନ ଶୈବପୀଠରେ ଆରମ୍ଭ ହୋଇଯାଇଛି ପୂଜା। କ୍ଷୀର, ବେଲ୍ବପତ୍ର ଢାଳି ଓ ପୂଜକଙ୍କ ପଞ୍ଚାକ୍ଷର ମନ୍ତ୍ରରେ ପ୍ରକମ୍ପିତ ହେଉଛି ମନ୍ଦିର ପରିସର।

ମଧ୍ୟପ୍ରଦେଶ ଉଜୈନର ମହାକାଳେଶ୍ୱର ମନ୍ଦିରରେ ଆରମ୍ଭ ହୋଇଛି 'ଶ୍ରାବଣ' ମାସର ଦ୍ୱିତୀୟ ସୋମବାର ପୂଜା। ଅଳ୍ପ ସଂଖ୍ୟକ ଭକ୍ତ ଦର୍ଶନ ପାଇଁ ଆସିଛନ୍ତି। ଏହାସହ ସାମାଜିକ ଦୂରତା ଓ ମାସ୍କ ପିନ୍ଧି ସମସ୍ତ ନିୟମ ପାଳନ କରି ଭୋଳାବାବାଙ୍କ ଦର୍ଶନ କରିଛନ୍ତି।

ଶ୍ରାବଣ ମାସର ସୋମବାର ଶିବଙ୍କୁ ପୂଜାର୍ଚ୍ଚନା କଲେ ଆର୍ଶୀବାଦ ମିଳିଥାଏ। ଏଥିପାଇଁ ତ ଶିବାଳୟମାନଙ୍କରେ ଭକ୍ତଙ୍କ ଗହଳିଚହଳି ଲାଗିରୁହେ। ମାନସିକ ଧରି କାହିଁ କେତେ ଦୂରରୁ ଭକ୍ତମାନେ ଧାଇଁ ଆସନ୍ତି ଶମ୍ବଙ୍କୁ ଦ୍ବାରକୁ। ହେଲେ ଏଥରର ପବିତ୍ର ଶ୍ରାବଣର ସୋମବାରରେ ଖାଁ ଖାଁ ଶୈବପୀଠ।

ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଶ୍ରାବଣ ହେଉଛି ପଞ୍ଚମ ମାସ ଏବଂ ଏହା ବର୍ଷର ସବୁଠାରୁ ଶୁଭ ମାସ ଭାବରେ ପରିଗଣିତ ହୁଏ । ଏହା ଭଗବାନ ଶିବଙ୍କ ପାଇଁ ଉତ୍ସର୍ଗୀକୃତ। ହିନ୍ଦୁ ଧର୍ମର ଉପାସକଙ୍କ ବିଶ୍ୱାସ ଅନୁଯାୟୀ ଶିବ ଯିଏ ଏହି ବ୍ରହ୍ମାଣ୍ଡର ସୃଷ୍ଟିକର୍ତ୍ତା, ସଂରକ୍ଷଣକାରୀ ଏବଂ ବିନାଶକ ଅଟନ୍ତି।

ବର୍ଷସାରା ସୋମବାର ଦିନ ଭଗବାନ ଶିବଙ୍କୁ ପୂଜା କରାଯାଉଥିବାବେଳେ ଏହି ନିର୍ଦ୍ଦିଷ୍ଟ ମାସରେ ସୋମବାର ଅତ୍ୟନ୍ତ ମହତ୍ପୂର୍ଣ୍ଣ ଏବଂ ଶୁଭ ବୋଲି ବିବେଚନା କରାଯାଏ । ମୁଖ୍ୟତ ଉତ୍ତର ଭାରତୀୟ ରାଜ୍ୟଗୁଡ଼ିକରେ ଏହି ପର୍ବ ପାଳନ କରାଯାଏ ।

ବିଶ୍ୱାସ କରାଯାଏ ଯେ ଶ୍ରାବଣ ସୋମବାରରେ ଭକ୍ତମାନେ ଏକ ବିଶେଷ ଉପବାସ ପାଳନ କରନ୍ତି ଏବଂ ଶିବ ମନ୍ଦିର ପରିଦର୍ଶନ କରନ୍ତି। ଚଳିତ ବର୍ଷ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଶ୍ରାବଣର ପବିତ୍ର ମାସ ଜୁଲାଇ 6 ରୁ ଆରମ୍ଭ ହୋଇଥିଲା ବେଳେ ଏହା ଅଗଷ୍ଟ 3 ପର୍ଯ୍ୟନ୍ତ ଚାଲିବ।

Last Updated : Jul 13, 2020, 7:16 AM IST

ABOUT THE AUTHOR

...view details