ନୂଆଦିଲ୍ଲୀ: ନୂଆଦିଲ୍ଲୀରେ ଆୟୋଜିତ ଏକ ନିର୍ବାଚନ ସଭାରେ ବିଜେପି ସାଂସଦ ପ୍ରବେଶ ବର୍ମା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିଛନ୍ତି। ଯାହାକୁ ନେଇ ଆମ ଆଦମି ପାର୍ଟି ଏହା ଉପରେ ଆପତ୍ତି ଜାହିର କରିଛନ୍ତି। ଆଉ ଏଭଳି ବୟାନ ପାଇଁ ବିଜେପି ସାଂସଦଙ୍କୁ ମାନସିକ ରୂପେ ବିକଳାଙ୍ଗ ଥିବା କୁହାଯାଇଛି । ଏବେ ଏହି ମାମଲାକୁ ନେଇ ପାର୍ଟି ପକ୍ଷରୁ ନିର୍ବାଚନ ଆୟୋଗଙ୍କ ଆଗରେ ଅଭିଯୋଗ ହୋଇଛି ।
କେଜରିଓ୍ବାଲଙ୍କୁ ଆତଙ୍କବାଦୀ ବୋଲି ସମ୍ବୋଧିତ କରିଛନ୍ତି ବିଜେପି ସାଂସଦ ପ୍ରବେଶ ବର୍ମା ଏହାବ୍ୟତୀତ ଆପ ଦ୍ବାରା ନିର୍ବାଚନ କମିଶନରଙ୍କୁ ବିଜେପି ସାଂସଦ ପ୍ରବେଶ ବର୍ମାଙ୍କ ଉକ୍ତ ବୟାନର ଏକ ସିଡି ପଠାଯାଇଛି। ଆଉ କୁହାଯାଇଛିଯେ, ଦୟାକରି ଏହି ବୟାନକୁ ଦେଖନ୍ତୁ । ଯେଉଁଥିରେ ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ଉପରେ ଆପତ୍ତିଜନକ ଟିପ୍ପଣୀ ଦିଆଯାଇଛି ।
ଆପ ପକ୍ଷରୁ କୁହାଯାଇଛିଯେ, ସାଂସଦଙ୍କ ଦ୍ବାରା କୁହାଯାଇଥିବା ଏଭଳି ବାକ୍ୟ ଗଣତାନ୍ତ୍ରିକ ଭାବେ ବଛାଯାଇଥିବା ମୁଖ୍ୟମନ୍ତ୍ରୀ ଓ ଆମ ଆଦମୀ ପାର୍ଟିର ସଂଯୋଜକ କେଜରିଓ୍ବାଲଙ୍କ ଛବିକୁ ମଳିନ କରୁଛି। ଏହାବ୍ୟତୀତ ଏହା ଆଦର୍ଶ ଆଚାର ସଂହିତାର ଘୋର ଉଲ୍ଲଂଘନ ଅଟେ। ଯାହା ସୂଚାଏଯେ,ରାଜନୀତିକ ଦଳର ଆଲୋଚନା କେବଳ ତାଙ୍କ ନିଜ କାର୍ଯ୍ୟକ୍ରମ, ଗତ ବର୍ଷର ରେକର୍ଡ ଓ କାର୍ଯ୍ୟ ପର୍ଯ୍ୟନ୍ତ ସୀମିତ ରହିବ।
ଏହି ଅଭିଯୋଗରେ ପାର୍ଟି ନିର୍ବାଚନ କମିଶନରଙ୍କୁ ଅନୁରୋଧ କରିଛିଯେ, ଆଦର୍ଶ ଆଚାର ସଂହିତାର ଏଭଳି ଭାବେ ଉଲ୍ଳଙ୍ଘନ କରିଥିବା ସାଂସଦ ପ୍ରବେଶ ବର୍ମାଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଦିଲ୍ଲୀର ନିର୍ବାଚନ ଅଧିକାରୀ ବିଧାନସଭା ନିର୍ବାଚନରେ ତାଙ୍କ ପ୍ରଚାର ଉପରେ ରୋକ ଲଗାନ୍ତୁ ।