ଓଡିଶା

odisha

ETV Bharat / bharat

ପ୍ରବାସୀ ଭାରତୀୟ ଦିବସ: ଗାନ୍ଧିଜୀଙ୍କ ପ୍ରତ୍ୟାବର୍ତ୍ତନର ଦିନକୁ ଦେଶବାସୀ କରନ୍ତି ପାଳନ - ପ୍ରବାସୀ ଭାରତୀୟ

ଭାରତର ବିକାଶରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟର ଅବଦାନକୁ ପାଳନ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ । ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଜାନୁଆରୀ 9 କୁ ମନୋନୀତ କରାଯାଇଥିଲା । ଅଧିକ ପଢନ୍ତୁ...

Pravasi Bharatiya Divas
ପ୍ରବାସୀ ଭାରତୀୟ ଦିବସ

By

Published : Jan 9, 2021, 2:17 PM IST

ହାଇଦ୍ରାବାଦ: ଭାରତର ବିକାଶରେ ପ୍ରବାସୀ ଭାରତୀୟ ସମ୍ପ୍ରଦାୟର ଅବଦାନକୁ ପାଳନ କରିବା ପାଇଁ ପ୍ରବାସୀ ଭାରତୀୟ ଦିବସ ପାଳନ କରାଯାଏ । ଏହି ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଜାନୁଆରୀ 9କୁ ମନୋନୀତ କରାଯାଇଥିଲା । ଏହି ଦିନ 1915 ମସିହାରେ ମହାତ୍ମା ଗାନ୍ଧୀ ସର୍ବଶ୍ରେଷ୍ଠ ପ୍ରବାସୀ ଭାରତୀୟ ଭାବେ ଦକ୍ଷିଣ ଆଫ୍ରିକାରୁ ଭାରତକୁ ଫେରି ଭାରତର ସ୍ବାଧୀନତା ସଂଗ୍ରାମ ଜାରି ରଖିଥିଲେ ଏବଂ ଭାରତୀୟଙ୍କ ଜୀବନକୁ ସବୁଦିନ ପାଇଁ ବଦଳାଇ ଦେଇଥିଲେ।

ଭାରତ ସରକାରଙ୍କ ସହିତ ପ୍ରବାସୀ ଭାରତୀୟ ସମ୍ପ୍ରଦାୟର ଯୋଗଦାନକୁ ମଜବୁତ କରିବା ଏବଂ ସେମାନଙ୍କୁ ସେମାନଙ୍କର ଦେଶ ସହିତ ଯୋଡ଼ିବା ପାଇଁ ପ୍ରବାସୀ ଭାରତୀୟ ଦିବସ (ପିବିଡି) ପ୍ରତି ଦୁଇ ବର୍ଷରେ ଥରେ ପାଳନ କରାଯାଏ । 16 ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ 2021 କୁ ଜାନୁଆରୀ 9ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆତ୍ମନିର୍ଭରଶୀଳ ଭାରତକୁ ଦୃଷ୍ଟିରେ ରଖି ଭାରତକୁ ବିଶ୍ବ ଯୋଗାଣ ଶୃଙ୍ଖଳାର ଯୋଡିବାକୁ ଆହ୍ବାନ କରିଛନ୍ତି ମୋଦି । ନାଗରିକଙ୍କୁ ଆତ୍ମନିର୍ଭରଶୀଳ ଓ ସଶକ୍ତ କରିବା ପାଇଁ 16 ତମ ପିବିଡି 2021 ର ବିଷୟବସ୍ତୁ ହେଉଛି, ‘ଆତ୍ମନିର୍ଭର ଭାରତ ପ୍ରତି ଯୋଗଦାନ’ । ପିବିଡି ସମ୍ମିଳନୀରେ ତିନୋଟି ଉଦଘାଟନୀ ଅଧିବେଶନ ରହିଥିଲା । ପ୍ରଥମରେ ପିବିଡି ସମ୍ମିଳନୀ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦଘାଟିତ ହେଲା ଏବଂ ପରେ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଙ୍କ ମୁଖ୍ୟ ବକ୍ତବ୍ୟ । ଏହାପରେ ଅନଲାଇନ୍ ମାଧ୍ୟମରେ ହୋଇଥିବା ‘ଭାରତକୁ ଜାଣନ୍ତୁ’ କୁଇଜ୍ ପ୍ରତିଯୋଗିତାର ବିଜେତା ମଧ୍ୟ ଘୋଷଣା କରାଯିବ ।

ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ହେଉଛି ସର୍ବେଶ୍ରଷ୍ଠ ପୁରସ୍କାର ମଧ୍ୟରୁ ଗୋଟେ । ଜଣେ ପ୍ରବାସୀ ଭାରତୀୟ, ପର୍ସନ୍ ଅଫ୍ ଇଣ୍ଡିଆନ୍ ଅରିଜିନ୍ କିମ୍ବା ଅଣ-ରେସିଡେଣ୍ଟ୍ ଭାରତୀୟ, ପର୍ସନ୍ସ ଅଫ୍ ଇଣ୍ଡିଆନ୍ ଅରିଜିନ୍ ଦ୍ବାରା ପ୍ରତିଷ୍ଠିତ ତଥା ପରିଚାଳିତ କୌଣସି ସଂଗଠନ ବା ଅନୁଷ୍ଠାନର ଭାରତ ପ୍ରତି ଯୋଗଦାନକୁ ସମ୍ମାନିତ କରାଯାଇଥାଏ । ତେବେ ଏନେଇ 2015-16ରେ ‘ଭାରତକୁ ଜାଣନ୍ତୁ’ ନାମକ ଏକ କୁଇଜ୍ ଲଞ୍ଚ୍ କରାଯାଇଥିଲା । ଭାରତ ପ୍ରତି ପ୍ରବାସୀଙ୍କ ଭଲ ପାଇବାକୁ ବଢାଇବା ପାଇଁ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଥିଲା । 2015-16ରେ 18-35 ବର୍ଷିୟ ପ୍ରବାସୀଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା ଆରମ୍ଭ କରାଯାଇଥିଲା । 2020-21 ପାଇଁ 30 ସେପ୍ଟେମ୍ବର-28 ଡିସେମ୍ବର 2020ରେ ପ୍ରତିଯୋଗିତା କରାଯାଥିଲା । ‘ଭାରତକୁ ଜାଣନ୍ତୁ’ କୁଇଜର 15 ଜଣ ବିଜେତାଙ୍କୁ ପିବିଡି ସମ୍ମିଳନୀରେ ଘୋଷଣା କରାଯାଇଛି ।

ତେବେ କୋରୋନା ମହାମାରୀ ସମୟରେ ପ୍ରବାସୀଙ୍କୁ ଫେରେଇ ଆଣିବା ପାଇଁ ଅନେକ ଯୋଜନା ଭାରତ ସରକାର ହାତକୁ ନେଇଥିଲେ । ବନ୍ଦେ ଭାରତ ମିଶନ, ଅପରେସନ ସମୁଦ୍ର ସେତୁ, ମିଶନ ସାଗର ଆଦି ଯୋଜନା ଆରମ୍ଭ କରାଯାଇଥିଲା । ବନ୍ଦେ ଭାରତ ମିଶନ ଅଧୀନରେ ବିଦେଶରୁ ଫେରିଥିବା 4 ମିଲିୟନରୁ ଅଧିକ ଭାରତୀୟ ଆସିଛନ୍ତି । ଏହି ପର୍ଯ୍ୟାୟରେ 275 ଦେଶରୁ 1005 ଅନ୍ତର୍ଜାତୀୟ ବିମାନ ଚଳାଚଳ କରୁଛି । 22 ଡିସେମ୍ବର ଅନୁଯାୟୀ, ବନ୍ଦେ ଭାରତ ମିଶନ ଅଧୀନରେ 40 ଲକ୍ଷରୁ ଅଧିକ ଲୋକଙ୍କୁ ସୁବିଧା ଦିଆଯାଇଛି।

କୋଭିଡ-19 ମହାମାରୀ ସମୟରେ ଭାରତୀୟ ନାଗରିକଙ୍କୁ ବିଦେଶରୁ ଫେରାଇ ଆଣିବା ପାଇଁ ସରକାରଙ୍କ ପ୍ରୟାସର ଏକ ଅଂଶ ଭାବରେ 05 ମେ 2020 ରେ ଆରମ୍ଭ ହୋଇଥିବା ଅପରେସନ୍ ସମୁଦ୍ର ସେତୁ ସଫଳତାର ସହ 3,992 ଭାରତୀୟ ନାଗରିକଙ୍କୁ ଫେରେଇ ଅଣାଯାଇଛି । ‘ମିଶନ ସାଗର’ ଅଧିନରେ 580 ଟନ୍ ଖାଦ୍ୟ ସହାୟତା ଏବଂ ଆୟୁର୍ବେଦିକ ଔଷଧ ସମେତ ମାଲଦ୍ବୀପ, ମରିସସ୍, ମାଦଗାସ୍କର, କୋମୋରୋସ୍ ଦ୍ବୀପପୁଞ୍ଜ ଏବଂ ସେଚେଲ୍ସକୁ 49 ଦିନ ମଧ୍ୟରେ 14,000 କିଲୋମିଟର ଅତିକ୍ରମ କରିଛି। ମିଶନର ଏକ ଅଂଶ ଭାବରେ ମରିସସ୍ ଏବଂ କୋମୋରୋସ୍ ଦ୍ବୀପରେ ମଧ୍ୟ ପ୍ରତ୍ୟେକ ମେଡିକାଲ୍ ଟିମ୍ ନିୟୋଜିତ ହୋଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details