ଓଡିଶା

odisha

ETV Bharat / bharat

ସୁପ୍ରିମକୋର୍ଟ ଅବମାନନା ମାମଲା, ଟଙ୍କାଏ ଜୋରିମାନା ଦେଲେ ପ୍ରଶାନ୍ତ ଭୂଷଣ - ନ୍ୟାୟାଳୟ ଅବମାନନା

ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ ଅବମାନନା ମାମଲାରେ 1ଟଙ୍କା ଜରିମାନା ଦେଇଥିବା ସତ୍ତ୍ବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବୀକାର କରି ନାହାଁନ୍ତି । ଏହି ମାମଲା ଉପରେ ପୁନଃବିଚାର ପାଇଁ ଆଜି ପୁଣି ଆବେଦନ ଦାଖଲ କରିବେ ବୋଲି ସେ କହିଛନ୍ତି। ଜୋରିମାନା ଦେବା ପୂର୍ବରୁ ପ୍ରଶାନ୍ତ ଭୂଷଣ କହିଛନ୍ତି, ଯେ ଅଭିବ୍ୟକ୍ତି ସ୍ବାଧିନତାକୁ ହତ୍ୟା କରାଯାଇଛି। ଅଧିକ ପଢନ୍ତୁ...

ଅବମାନନା ମାମଲାରେ 1 ଟଙ୍କା ଜରିମାନ ଜମା କଲେ ପ୍ରଶାନ୍ତ ଭୂଷଣ
ଅବମାନନା ମାମଲାରେ 1 ଟଙ୍କା ଜରିମାନ ଜମା କଲେ ପ୍ରଶାନ୍ତ ଭୂଷଣ

By

Published : Sep 14, 2020, 2:12 PM IST

ନୂଆଦିଲ୍ଲୀ: ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ନ୍ୟାୟାଳୟ ଅବମାନନା ମାମଲାରେ ଆଜି 1 ଟଙ୍କା ଜରିମାନା ରାଶି ସୁପ୍ରିମକୋର୍ଟର ରେଜିଷ୍ଚ୍ରରରେ ଜମା କରିଛନ୍ତି । ଡ୍ରାଫ ମାଧ୍ୟମରେ ଆଇନଜୀବୀ ଫାଇନ ଭରିଛନ୍ତି । ତେବେ ସେ ଏହି ଜରିମାନା ଦେଇଥିବା ସତ୍ତ୍ବେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ବୀକାର କରି ନାହାଁନ୍ତି । ଏହି ମାମଲା ଉପରେ ପୁନଃବିଚାର ପାଇଁ ଆଜି ପୁଣି ଆବେଦନ ଦାଖଲ କରିବେ ବୋଲି ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି ।

ପ୍ରଶାନ୍ତ ଭୂଷଣ କହିଛନ୍ତି ଯେ, ଏକ ସତ୍ୟ ପାଣ୍ଠି ସୃଷ୍ଟି କରାଯାଉଛି ଏହି ଟଙ୍କା ସେଥିପାଇଁ ବ୍ୟବହାର କରାଯିବ । ଫାଣ୍ଠି ସେହିମାନଙ୍କ ସହଯୋଗ କରିବ ଯେଉଁମାନେ ସରକାରଙ୍କ ବିରୋଧ କହି ହଇରଣ ହରକତର ସାମ୍ନା କରୁଛନ୍ତି । ଆଜି ଭାରତରେ, ଫ୍ରିଡମ୍ ଅଫ୍ ଏକ୍ସପ୍ରେସନ୍ ଅଧୀନରେ, ଯେଉଁମାନେ ସରକାରଙ୍କ ବିରୁଦ୍ଧରେ କହୁଛନ୍ତି ସେମାନଙ୍କୁ ଚୁପ୍ କରିବା ପାଇଁ ସରକାର ସମସ୍ତ ପ୍ରକାରର କୌଶଳ ଅବଲମ୍ବନ କରୁଛନ୍ତି ।

ଜୋରିମାନା ଦେବା ପୂର୍ବରୁ ପ୍ରଶାନ୍ତ ଭୂଷଣ କହିଛନ୍ତି, ଯେ ଅଭିବ୍ୟକ୍ତି ସ୍ବାଧିନତାକୁ ହତ୍ୟା କରାଯାଇଛି। ଉମର ଖାଲିଦ ଭଳି ସ୍ୱର ଉତ୍ତୋଳନ କରିଥିବା ଅନ୍ୟମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏହିପରି ଲୋକଙ୍କୁ ସାହାଯ୍ୟ କରିବା ପାଇଁ ପ୍ରତ୍ୟେକଙ୍କ ଦ୍ୱାରା ଗୋଟିଏ ଟଙ୍କା ଜମା କରି ଏକ ପ୍ରକୃତ ପାଣ୍ଠି ସୃଷ୍ଟି ହେଉଛି । ରାଜସ୍ଥାନର ଅନେକ ଶ୍ରମିକ, କିସାନ ମଜଦୁର ସାଙ୍ଗଥାନର ଶଙ୍କର ଲାଲ, ବଲୁରାମ ଏବଂ ଗିଆରସି ବାଇଙ୍କ ସହିତ ପ୍ରତ୍ୟେକ ଗୋଟିଏ ଟଙ୍କା ଆଣିଥିଲେ।

ABOUT THE AUTHOR

...view details