ଓଡିଶା

odisha

ETV Bharat / bharat

ମୋବାଇଲ ଆପ୍ ଲଞ୍ଚ କଲା ଆକାଶବାଣୀ - ମୋବାଇଲ ଆପ୍ ଲଞ୍ଚ କଲା ଆକାଶବାଣୀ

ଲକଡାଉନ୍ ପରେ ସମଗ୍ର ବିଶ୍ବ ପରିବର୍ତ୍ତନ ହୋଇଛି । ଖାଦ୍ୟଠାରୁ ଆରମ୍ଭ କରି ଉଠିବା ବସିବା ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ହୋଇଛି । ଦେଶ-ଦୁନିଆ ଡିଜିଟାଲ ମୁହାଁ ହେଉଛି । ଏହି କ୍ରମରେ ଅଲ ଇଣ୍ଡିଆ ରେଡିଓରେ ବଡ ପରିବର୍ତ୍ତନ ଆସିଛି ।

Prasar Bharati
ମୋବାଇଲ ଆପ୍ ଲଞ୍ଚ କଲା ଆକାଶବାଣୀ

By

Published : Aug 3, 2020, 7:39 PM IST

ନୂଆଦିଲ୍ଲୀ: ଲକଡାଉନ୍ ପରେ ସମଗ୍ର ବିଶ୍ବ ପରିବର୍ତ୍ତନ ହୋଇଛି । ଖାଦ୍ୟଠାରୁ ଆରମ୍ଭ କରି ଉଠିବା ବସିବା ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ହୋଇଛି । ଦେଶ-ଦୁନିଆ ଡିଜିଟାଲ ମୁହାଁ ହେଉଛି । ଏହି କ୍ରମରେ ଅଲ ଇଣ୍ଡିଆ ରେଡିଓରେ ବଡ ପରିବର୍ତ୍ତନ ଆସିଛି । ପ୍ରକାଶଥାଉକି, ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଆକାଶବାଣୀର କାର୍ଯ୍ୟକ୍ରମ ଆପଣ ଇନବିଲ୍ଟ ମୋବାଇଲ ଆପ୍ଲିକେସନରେ ଶୁଣୁଥିଲେ । ମାତ୍ର ବର୍ତ୍ତମାନ ଆପଣ ମୋବାଇଲ ଆପ୍ ନ୍ୟୁଜ ଅନ୍ ଏୟାରରେ ଶୁଣିପାରିବେ । ଏହି ଆପ୍ ଜରିଆରେ ଦେଶର କୌଣସି ବି କୋଣ ଅନୁକୋଣରୁ ଏହାକୁ ଶୁଣିପାରିବେ ।

ଏହାକୁ ନେଇ ଚାଷୀ ଓ ସ୍ଥାନୀୟ ଲୋକ ବେଶ୍ ଉତ୍ସାହିତ । ଏହି ଆପ୍ ଜରିଆରେ ଆପଣ ଦେଶର ସମସ୍ତ ଆକାଶାବାଣୀ କେନ୍ଦ୍ରର ସମାଚାର ଶୁଣିପାରିବେ । ଯେତେବେଳେ ଆକାଶବାଣୀ ଆରମ୍ଭ ହୋଇଥିଲା ସେତେବେଳେ ସମସ୍ତ ଖବର ରେଡିଓ ମାଧ୍ୟମରେ ହିଁ ଲୋକେ ଶୁଣୁଥିଲେ ମାତ୍ର ବର୍ତ୍ତମାନ ମୋବାଇଲ ଓ ଇଣ୍ଟରନେଟ ଯୁଗରେ ଲୋକ ଡିଜିଟାଲ ଆଡକୁ ଗତି କରୁଛନ୍ତି ।

ପୂର୍ବରୁ କୌଣସି ରେଡିଓ ଷ୍ଟେସନର 90 କିଲୋମିଟର ମଧ୍ୟରେ ହିଁ ଆପଣ ରେଡିଓ ଶୁଣି ପାରୁଥିଲେ ମାତ୍ର ବର୍ତ୍ତମାନ ଆପ୍ କାରଣରୁ ଆପଣ ଆରାମରେ ସବୁ ରେଡିଓ ଷ୍ଟେସନର ସୂଚନା ପାଇପାରିବେ । ତେବେ ଆକାଶବାଣୀରେ ପରିବର୍ତ୍ତନ ବର୍ଷକୁ ଦୁଇଥର ହୋଇଥାଏ । ପ୍ରଥମ 1 ଏପ୍ରିଲ ଓ ଦ୍ବିତୀୟଟି 1 ଅକ୍ଟୋବର ।

ABOUT THE AUTHOR

...view details