ଓଡିଶା

odisha

ETV Bharat / bharat

ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁଛି ଉନ୍ନତି

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁଛି ଉନ୍ନତି । ପ୍ରଣବ ମୁଖାର୍ଜୀ ଫୁସଫୁସ ସଂକ୍ରମଣରେ ପିଡିତ ହୋଇ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କର ବୃକକ୍ ପାରାମିଟରରେ ଉନ୍ନତି ଆସିଥିବା ଶନିବାର ଦିଲ୍ଲୀ ଆର୍ମି ମେଡିକାଲ ସୂଚନା ଦେଇଛି ।

By

Published : Aug 29, 2020, 1:28 PM IST

pranab mukharjee
ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁଛି ଉନ୍ନତି

ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ସ୍ବାସ୍ଥ୍ୟବସ୍ଥାରେ ଆସୁଛି ଉନ୍ନତି । ପ୍ରଣବ ମୁଖାର୍ଜୀ ଫୁସଫୁସ ସଂକ୍ରମଣରେ ପୀଡିତ ହୋଇ ଚିକିତ୍ସିତ ହେଉଛନ୍ତି ଏବଂ ତାଙ୍କର ବୃକକ୍ ପାରାମିଟରରେ ଉନ୍ନତି ଆସିଥିବା ଶନିବାର ଦିଲ୍ଲୀ ଆର୍ମି ମେଡିକାଲ ସୂଚନା ଦେଇଛି ।

ତେବେ ସେ ଏବେବି ଗଭୀର କୋମାରେ ଥିବାବେଳେ ଭେଣ୍ଟିଲେଟର ସହାୟତାରେ ଅଛନ୍ତି ବୋଲି ମେଡିକାଲ କର୍ତ୍ତୃପକ୍ଷ କହିଛନ୍ତି । ଆର୍ମି ହସ୍ପିଟାଲ ଅନୁଯାୟୀ, ପ୍ରଣବ ମୁଖାର୍ଜୀଙ୍କ ହେମୋଡାଇନାମିକ ସ୍ଥିର ଅଛି ।

ପ୍ରକାଶ ଥାଉକି, ଗତ ଅଗଷ୍ଟ 10ରେ ପ୍ରଣବ ମୁଖାର୍ଜୀ କୋରୋନା ଆକ୍ରାନ୍ତ ଥିବା ଜଣାପଡିଥିଲା । ଏଣୁ ଚିକିତ୍ସା ପାଇଁ ତାଙ୍କୁ ଦିଲ୍ଲୀ ଆର୍ମୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠାରେ ତାଙ୍କର ବ୍ରେନ ସର୍ଜରୀ କରାଯାଇଥିଲା । ସେବେଠାରୁ ସେ ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି ।

ABOUT THE AUTHOR

...view details