ଓଡିଶା

odisha

ETV Bharat / bharat

21 ଛାତ୍ରଛାତ୍ରୀଙ୍କୁ ଅବଦୁଲ କଲାମ ଇଗନାଇଟ ଆୱାର୍ଡ - gujurat

21 ଛାତ୍ରଛାତ୍ରୀଙ୍କୁ ଅବଦୁଲ କଲାମ ଇଗନାଇଟ ଆୱାର୍ଡ ପ୍ରଦାନ । ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପିଲାମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କଲେ। ଅଧିକ ପଢନ୍ତୁ....

kalam,award
21 ଛାତ୍ରଛାତ୍ରୀଙ୍କୁ ଅବଦୂଲ କଲାମ ଇଗନାଇଟ ଆୱାର୍ଡ

By

Published : Dec 1, 2019, 10:41 AM IST

ଗାନ୍ଧୀନଗର: ନ୍ୟାସନାଲ ଇନୋଭେସନ ଫାଉଣ୍ଡେସନ ପକ୍ଷରୁ 21 ଛାତ୍ରଛାତ୍ରୀଙ୍କୁ ଅବଦୁଲ କଲାମ ଇଗନାଇଟ ଆୱାର୍ଡ ପ୍ରଦାନ । କଲାମଙ୍କ ସ୍ମୃତିରେ ପ୍ରତିବର୍ଷ ଏହି ଆୱାର୍ଡ କୃତି ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଥାଏ । ଚଳିତ ବର୍ଷ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ପିଲାମାନଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି । ଗୁଜୁରାଟ ଗାନ୍ଧୀନଗରରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।

21 ଛାତ୍ରଛାତ୍ରୀଙ୍କୁ ଅବଦୂଲ କଲାମ ଇଗନାଇଟ ଆୱାର୍ଡ

ଏହାସହ ପିଲାମାନେ ତିଆରି କରିଥିବା ବିଭିନ୍ନ ପ୍ରକାର ପ୍ରୋଜେକ୍ଟ ମଧ୍ୟ ଦେଖିଥିଲେ ସେ । ଦେଶର ପ୍ରାୟ 544 ଜିଲ୍ଲାଲ 60 ହଜାର ନାମାଙ୍କନ ଭିତରୁ ମାତ୍ର 21 ଜଣଙ୍କୁ ଚୟନ କରାଯାଇଛି । ଗୁଜୁରାଟ ଗାନ୍ଧୀନଗରର 2ଜଣ ଛାତ୍ରୀ ଏହି ପୁରସ୍କାରର ଅଧିକାରୀ ହୋଇପାରିଛନ୍ତି ।

21 ଛାତ୍ରଛାତ୍ରୀଙ୍କୁ ଅବଦୂଲ କଲାମ ଇଗନାଇଟ ଆୱାର୍ଡ

ଏହି ଉତ୍ସବରେ ରାଜ୍ୟପାଳଙ୍କ ସମେତ ବହୁମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ରଚନାତ୍ମକ ଏବଂ ଅଭିନବ ସୃଷ୍ଟି ଦେଶର ବିକାଶ ଓ ଅର୍ଥ ବ୍ୟବସ୍ଥାରେ ମହତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ ବୋଲି କହିଛନ୍ତି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ।

ABOUT THE AUTHOR

...view details