ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ବାସ୍ଥ୍ୟବସ୍ଥା ଖରାପ ରହିଛି । ସେ କୋମାରେ ରହିଥିବା ବେଳେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି । ଏନେଇ ଦିଲ୍ଲୀ କ୍ୟାଣ୍ଟେନମେଣ୍ଟର ଆର୍ମି ହସପିଟାଲ ପକ୍ଷରୁ ସୂଚନା ମିଳିଛି ।
ଆର୍ମି ହସପିଟାଲ ପକ୍ଷରୁ କୁହାଯାଇଛି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ସ୍ବାସ୍ଥ୍ୟବସ୍ଥା ପୂର୍ବପରି କୋମାରେ ରହିଛି । ତାଙ୍କୁ ଜୀବନ ରକ୍ଷକ ପ୍ରଣାଳୀ ମଧ୍ୟରେ ରଖାଯାଇଛି ।