ବିଜେପିର ବରିଷ୍ଠ ନେତା ସମ୍ବିତ ପାତ୍ର ପ୍ରଣବ ମୁକାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିବା ସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।
ଆରପାରିରେ ପ୍ରଣବ, ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ - ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୂଖାର୍ଜୀ
21:37 August 31
ବିଦାୟ ପ୍ରଣବ
21:28 August 31
ବିଦାୟ ପ୍ରଣବ
ପୂର୍ବତନ ପ୍ରଧାନମନ୍ତ୍ରୀ ଡ.ମନମୋହନ ସିଂ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏଥିସହ ସେ ପ୍ରଣବଙ୍କ ପରିବାର ଏବଂ ପ୍ରିୟଜନଙ୍କୁ ସମବେଦନା ଜଣାଇଛନ୍ତି ।
21:27 August 31
ବିଦାୟ ପ୍ରଣବ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରିଛି ଆମେରିକା । ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ କେନ୍ ଜଷ୍ଟର ଆମେରିକା ପକ୍ଷରୁ ଟ୍ବିଟ କରି କହିଛନ୍ତି, ସେ ଆମେରିକା-ଭାରତ ସିଭିଲ୍ ଆଣବିକ ଚୁକ୍ତିନାମା ସ୍ୱାକ୍ଷର କରିବା ସହିତ ଆମେରିକା-ଭାରତ ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
20:55 August 31
ବିଦାୟ ପ୍ରଣବ
କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିବା ସହ ପ୍ରଣବଙ୍କ ଝିଅ
ଶର୍ମିଷ୍ଠା ମୁଖାର୍ଜୀଙ୍କୁ ସମବେଦନା ଜଣାଇଛନ୍ତି।
20:54 August 31
ବିଦାୟ ପ୍ରଣବ
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ପ୍ରଣବ ମୁଖାର୍ଜୀଙ୍କ ପରଲୋକ ଖବର ଶୁଣି ମୁଁ ଦୁଃଖିତ । ଯେଉଁ ଉତ୍ସାହ ସହିତ ସେ ନିଜ ଜାତିର ସେବା କରିଥିଲେ, ତାହା ଅତୁଳନୀୟ । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ଗଭୀର ସମବେଦନା ।
20:54 August 31
ବିଦାୟ ପ୍ରଣବ
ବିଜେପିର ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ପ୍ରଣବ ମୁକାର୍ଜୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି, ବ୍ୟକ୍ତିଗତ ଭାବରେ ମୋ ପାଇଁ, ସେ ଜଣେ ସହକର୍ମୀଙ୍କ ଅପେକ୍ଷା ଅଧିକ ଥିଲେ । ଆମେ ଆମର ସାଧାରଣ ଜୀବନ ଭିତରେ ଏବଂ ବାହାରେ ମୂଲ୍ୟବାନ ମୂହୁର୍ତ୍ତଗୁଡିକ ସେୟାର କରିଥିଲୁ । ଯାହା ଆମ ସମ୍ପର୍କକୁ ଆହୁରି ମଜବୁତ କରିଥିଲା । ବିଭିନ୍ନ ଅଂଶୀଦାର ମଧ୍ୟାହ୍ନ ଭୋଜନର ସ୍ମୃତି ମୋ ହୃଦୟରେ ସର୍ବଦା ସ୍ୱତନ୍ତ୍ର ରହିବ ।
20:22 August 31
ବିଦାୟ ପ୍ରଣବ
ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ସେ କହିଛନ୍ତି, ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ଭାରତ ପାଇଁ ଏକ ବହୁତ ବଡ କ୍ଷତି। ଛତିଶଗଡବାସୀ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିଛନ୍ତି ।
20:22 August 31
ବିଦାୟ ପ୍ରଣବ
ପୂର୍ବତନ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ସମବେଦନା ଜଣାଇ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, ଭାରତ ରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ସେ ବୁଦ୍ଧିମାନ ଏବଂ ଦକ୍ଷ ଥିଲେ। ତାଙ୍କ ପରିବାର ଏବଂ ପ୍ରିୟଜନଙ୍କ ପ୍ରତି ମୋର ଗଭୀର ସମବେଦନା ।
20:21 August 31
ବିଦାୟ ପ୍ରଣବ
ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଦୁଃଖ ପ୍ରଖ ପ୍ରକାଶ କରିବା ସହ ଭାରତୀୟଙ୍କୁ ସମବେଦନା ଜଣାଇଛନ୍ତି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ସେରିଂ । ସେ ଲେଖିଛନ୍ତି, ଭୁଟାନର ଲୋକଙ୍କ ତରଫରୁ ମୁଁ ଭାରତବାସୀଙ୍କୁ ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଗଭୀର ସମବେଦନା ଜଣାଉଛି।
20:02 August 31
ବିଦାୟ ପ୍ରଣବ
ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ଉପ ରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ତାଙ୍କ ମୃତ୍ୟୁରେ ଦେଶ ଜଣେ ବରିଷ୍ଠ ବ୍ୟକ୍ତିବିଶେଷଙ୍କୁ ହରାଇଛି। କଠିନ ପରିଶ୍ରମ, ଅନୁଶାସନ ଏବଂ ନିଷ୍ଠା ଦ୍ୱାରା ସେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦବୀ ହାସଲ କରିଥିଲେ ।
20:02 August 31
ବିଦାୟ ପ୍ରଣବ
ଆରଏସଏସ ମୁଖ୍ୟ ମୋହନ ଭଗବତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ମୁଖାର୍ଜୀ ଆରଏସଏସ ପାଇଁ ଏକ ମାର୍ଗଦର୍ଶକ ଏବଂ ଆମ ପ୍ରତି ସ୍ନେହଶୀଳ ଥିଲେ । ତାଙ୍କର ମୃତ୍ୟୁ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି ।
19:50 August 31
ବିଦାୟ ପ୍ରଣବ
ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଦୁଃଖ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ମୁଁ ଅତ୍ୟନ୍ତ ଦୁଃଖିତ । ଇଶ୍ବର ତାଙ୍କ ଆତ୍ମାକୁ ଶାନ୍ତି ଦିଅନ୍ତୁ ଏବଂ ତାଙ୍କ ପରିବାର ଏବଂ ପ୍ରିୟଜନକୁ ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ଶକ୍ତି ଦିଅନ୍ତୁ ।
19:39 August 31
ବିଦାୟ ପ୍ରଣବ
ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ 7 ଦିନିଆ (ଅଗଷ୍ଟ 31 ତାରିଖରୁ ସେପ୍ଟେମ୍ବର 6 ପର୍ଯ୍ୟନ୍ତ) ରାଷ୍ଟ୍ରୀୟ ଶୋକ ଘୋଷଣା କଲେ କେନ୍ଦ୍ର ସରକାର ।
19:39 August 31
ବିଦାୟ ପ୍ରଣବ
ପୂର୍ବତନ ଉପରାଷ୍ଟ୍ରପତି ହାମିଦ ଅନସାରୀ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଁ ତାଙ୍କୁ ଦୀର୍ଘ ସମୟରୁ ଜାଣିଥିଲି । ତାଙ୍କ ସହ ମୋର ଆନ୍ତରିକ ସମ୍ପର୍କ ଥିଲା । ଜୁନ୍ ମାସରେ ଆମେ ଶେଷ ଥର ଭେଟିଥିଲୁ ।
19:28 August 31
ବିଦାୟ ପ୍ରଣବ
ଲୋକସଭା ବାଚସ୍ପତି ଓମ ବିର୍ଲା ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଶୋକ ପ୍ରକଶ କରି ଲେଖିଛନ୍ତି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ମୁଁ ଦୁଃଖିତ । ସେ ଜଣେ ଅତି ଚତୁର ରାଜନେତା ଏବଂ ଜଣେ ଅତି ଜଣାଶୁଣା ବ୍ୟକ୍ତି ଥିଲେ । ସେ ସର୍ବଦା ନିଜର ବୃତ୍ତିଗତ ଜୀବନକୁ ବ୍ୟକ୍ତିଗତଠାରୁ ଅଲଗା ରଖୁଥିଲେ । ସେ ଜଣେ ଅଭିଜ୍ଞ ପ୍ରଶାସକ ଥିଲେ ।
19:17 August 31
ବିଦାୟ ପ୍ରଣବ
ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରି ଏହାକୁ ଏକ ବ୍ୟକ୍ତିଗତ କ୍ଷତି ବୋଲି କହିଛନ୍ତି । ଏଥିସହ ସେ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ରାଜନାଥ ସିଂ ଲେଖିଛନ୍ତି, ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଗଭୀର ଦୁଃଖିତ। ସମାଜର ସମସ୍ତ ବର୍ଗର ଲୋକମାନେ ତାଙ୍କୁ ସମ୍ମାନିତ କରିଥିଲେ। ତାଙ୍କର ମୃତ୍ୟୁ ଏକ ବ୍ୟକ୍ତିଗତ କ୍ଷତି । ଭାରତର ଇତିହାସ, କୂଟନୀତି, ଜନ ନୀତି ଏବଂ ପ୍ରତିରକ୍ଷା ବିଷୟରେ ମଧ୍ୟ ତାଙ୍କର ଅତୁଳନୀୟ ଜ୍ଞାନ ଥିଲା ।
19:06 August 31
ବିଦାୟ ପ୍ରଣବ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶୋକ ପ୍ରକାଶ କରି କହିଛନ୍ତି, ଭାରତୀୟ ରାଜନୀତିର ଏକ ଅଧ୍ୟାୟ ଶେଷ ହେଲା । ସେ ସବୁବେଳେ ଦେଶକୁ ରାଜନୀତି ଉପରେ ରଖିଥାନ୍ତି। ମଧ୍ୟପ୍ରଦେଶବାସୀଙ୍କ ତରଫରୁ ମୁଁ ତାଙ୍କୁ ପ୍ରଣାମ କରୁଛି ।
19:06 August 31
ବିଦାୟ ପ୍ରଣବ
କଂଗ୍ରେସର ବରିଷ୍ଠ ନେତା ଜନାର୍ଦ୍ଦନ ଦ୍ବିବେଦି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରି କହିଛନ୍ତି, କଂଗ୍ରେସ ପରମ୍ପରାରେ ଏହି ସମୟରେ ପ୍ରଣବ ମୁଖାର୍ଜୀ ହିଁ ଏକମାତ୍ର ବ୍ୟକ୍ତି ଥିଲେ ଯାହାଙ୍କ ସହ ଇତିହାସ, ସଂସ୍କୃତି ଏବଂ ରାଜନୀତିର ବ୍ୟାପକ ଦିଗ ଉପରେ ଏକ ଦୀର୍ଘ କଥାବାର୍ତ୍ତା ହୋଇପାରୁଥିଲା । ଏହା ଏକ ଅପୂରଣୀୟ କ୍ଷତି । ପ୍ରଣବ ମୁଖାର୍ଜୀଙ୍କୁ ମୋର ବିନମ୍ର ଶ୍ରଦ୍ଧାଞ୍ଜଳି ।
18:51 August 31
ବିଦାୟ ପ୍ରଣବ
ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି । ସେ ଟ୍ବିଟ କରି ଲେଖିଛନ୍ତି, ଓଲି କହିଛନ୍ତି, ପ୍ରଣବଙ୍କ ଦେହାନ୍ତରେ ନେପାଳ ଦୁଃଖିତ । ନେପାଳ ଜଣେ ମହାନ ବନ୍ଧୁଙ୍କୁ ହରାଇଛି। ନେପାଳ-ଭାରତ ସମ୍ପର୍କକୁ ମଜବୁତ କରିବାରେ ପ୍ରଣବ ମୁଖାର୍ଜୀଙ୍କ ଅବଦାନକୁ ଆମେ ମନେ ରଖିଛୁ।
18:50 August 31
ବିଦାୟ ପ୍ରଣବ
ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ନେଇ ଦୁଃଖ ପ୍ରକାଶ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ସେ ଲେଖିଛନ୍ତି, ଅତ୍ୟଧିକ ଦୁଃଖର ସହିତ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁ ଖବର ଦେଶ ଗ୍ରହଣ କରିଛି। ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି । ତାଙ୍କ ପରିବାର ଏବଂ ବନ୍ଧୁମାନଙ୍କୁ ମୋର ଗଭୀର ସମବେଦନା ।
18:50 August 31
ବିଦାୟ ପ୍ରଣବ
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି । ସେ ଟ୍ବିଟ କରି କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତ ବିଷୟରେ ଜାଣି ଅତ୍ୟନ୍ତ ଦୁଃଖିତ। ପ୍ରଣବ ଦା ଜଣେ ପାଠକ, ଶକ୍ତିଶାଳୀ ବକ୍ତା, ବିଦ୍ୱାନ ଥିଲେ । ଜାତୀୟ ପ୍ରସଙ୍ଗରେ ସହମତି ସୃଷ୍ଟି କରିବାରେ ତାଙ୍କର ଅତୁଳନୀୟ ଦକ୍ଷତା ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ।
18:37 August 31
ବିଦାୟ ପ୍ରଣବ
ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଦୁଃଖ ପ୍ରକାଶ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।
18:36 August 31
ବିଦାୟ ପ୍ରଣବ
ପ୍ରଣବ ମୁଖାର୍ଜୀଙ୍କ ମୃତ୍ୟୁକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଟ୍ବିଟ କରି ଲେଖିଛନ୍ତି, ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ଭାରତ ଦୁଃଖିତ। ସେ ଆମ ଦେଶର ବିକାଶ ପଥରେ ଏକ ଅବିସ୍ମରଣୀୟ ଚିହ୍ନ ଛାଡିଛନ୍ତି । ସେ ରାଜନୈତିକ କ୍ଷେତ୍ର ତଥା ସମାଜର ସମସ୍ତ ବିଭାଗ ଦ୍ୱାରା ପ୍ରଶଂସିତ ହୋଇଥିଲେ ।
18:33 August 31
ବିଦାୟ ପ୍ରଣବ
ପ୍ରଣବ ମୁଖାର୍ଜୀଙ୍କ ଦେହାନ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦୁଃଖ ପ୍ରକାଶ କରିଛନ୍ତି ।
18:09 August 31
ବିଦାୟ ପ୍ରଣବ
ପୂର୍ବତନ ରାଷ୍ଟ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ପରଲୋକ ଘଟିଛି । 84 ବର୍ଷରେ ଦିଲ୍ଲୀର ଆର୍ମି ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ମୁଖାର୍ଜୀ । ମୁଣ୍ଡରେ ରକ୍ତ ଜମାଟ ବାନ୍ଧିଥିବାରୁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା । ଅସ୍ତ୍ରୋପଚାର ପରେ ପ୍ରଣବ ମୁଖାର୍ଜୀ ଭେଣ୍ଟିଲେଟରରେ ଥିବାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିଲା । ଏହା ପରେ ସେ କୋମାକୁ ଚାଲିଯାଇଥିଲେ । ତେବେ ସୋମବାର ତାଙ୍କ ମୃତ୍ୟୁ ଖବର ସ୍ପଷ୍ଟ କରିଛନ୍ତି ପ୍ରଣବଙ୍କ ପୁଅ ଅଭିଜିତ ମୁଖାର୍ଜୀ ।