ଓଡିଶା

odisha

By

Published : Jan 27, 2021, 5:29 PM IST

ETV Bharat / bharat

ହିଂସା ପରେ ଜାଭଡେକରଙ୍କ ବୟାନ, ବନ୍ଦ ହୋଇନି ଆଲୋଚନାର ବାଟ

ହିଂସାକୁ ନେଇ ପ୍ରତିକ୍ରୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ସରକାରଙ୍କ ପକ୍ଷରୁ କେବେ ଆଲୋଚନାର ଦ୍ବାର ବନ୍ଦ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଅଧିକ ପଢନ୍ତୁ...

ହିଂସା ପରେ ଜାଭଡେକରଙ୍କ ବୟାନ, ବନ୍ଦ ହୋଇନି ଆଲୋଚନାର ବାଟ
ହିଂସା ପରେ ଜାଭଡେକରଙ୍କ ବୟାନ, ବନ୍ଦ ହୋଇନି ଆଲୋଚନାର ବାଟ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ପରେଡ ସମୟରେ ହୋଇଥିବା ହିଂସାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ସରକାରଙ୍କ ପକ୍ଷରୁ କେବେ ଆଲୋଚନାର ଦ୍ବାର ବନ୍ଦ ହୋଇନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହାସହ ଜାଭଡେକର କହିଛନ୍ତି, ଗଣତନ୍ତ୍ର ଦିବସ ଅବସରରେ ଯାହା ହେଲା ତାକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ ମାମଲାର ସୂଚନା ଦିଆଯିବ ।

ଜାଭଡେକର କହିଛନ୍ତି, ବୁଧବାର ସଂଧ୍ୟାରେ ହିଂସା ସମୟରେ ଯାହା ସବୁ ଘଟିଥିଲା ଦିଲ୍ଲୀ ପୋଲିସ ଏ ବିଷୟରେ ବିବୃତ୍ତି ପ୍ରଦାନ କରିବ । ସେପଟେ ହିଂସା ଘଟଣାକୁ ସବୁ ମହଲରୁ ନିନ୍ଦା କରାଯାଉଛି ।

ଗଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ଚାଷୀଙ୍କ ଟ୍ରାକ୍ଟର ରାଲି ସମୟରେ ଅଚାନକ ସୃଷ୍ଟି ହୋଇଥିଲା ହିଂସା । ଉପଦ୍ରବୀମାନେ ଖଣ୍ଡା, ଲାଠି ଧରି ପୋଲିସ ଉପରେ ଆକ୍ରମଣ କରିଥିଲେ । ଘଟଣାରେ 200ରୁ ଊର୍ଦ୍ଧ୍ବ ପୋଲିସ କର୍ମୀ ଆହତ ହୋଇଛନ୍ତି । ଅନ୍ୟପକ୍ଷେ ଘଟଣାକୁ ନେଇ ଦିଲ୍ଲୀ ପୋଲିସ ପକ୍ଷରୁ କିଛି ଚାଷୀନେତାଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ କରାଯାଇଛି । ତେବେ କିଏ ଓ କେଉଁ ପରିସ୍ଥିତିରେ ଏହି ହିଂସାକୁ ଉସକାଇଲା ତାର ଯାଞ୍ଚ କରୁଛି ପୋଲିସ ।

ଅନ୍ୟପକ୍ଷେ କେନ୍ଦ୍ର କୃଷି ଆଇନ ବିରୋଧରେ ଦିଲ୍ଲୀ ସୀମାରେ କ୍ରମାଗତ ଆନ୍ଦୋଳନ ଜାରି ରଖିଛନ୍ତି ଚାଷୀ । ଏମଏସପି ଉପରେ ଗ୍ୟାରେଣ୍ଟି ଦାବି କରି ଜିଦରେ ଅଡି ବସିଥିବା ଚାଷୀ ଆନ୍ଦୋଳନରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି । ତେବେ ଏହାରି ମଧ୍ୟ ଦିଲ୍ଲୀ ହିଂସାର ପ୍ରଭାବ ମଧ୍ୟ ଚାଷୀ ଆନ୍ଦୋଳନ ଉପରେ ପଡିଛି । ବିଏମ ସିଂହ ସଂଗଠନ ଚାଷୀ ଆନ୍ଦୋଳନରୁ ଓହରିଯାଇଛି ।

ABOUT THE AUTHOR

...view details