ନୂଆଦିଲ୍ଲୀ: କୋରୋନା ଲକଡାଉନ ପାଇଁ ଦୂରଦର୍ଶନରେ ରାମାୟଣର ପୁନଃପ୍ରସାରଣ କରାଯାଇଛି । ଏଥିପାଇଁ ସୂଚନା ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗରକୁ ଫୋନ କରି ଧନ୍ୟବାଦ ଜଣାଇଛନ୍ତି ।
ସିରିୟଲଟି ଆରମ୍ଭ ହେବା ପରଠୁ ସୋସିଆଲ ମିଡିଆରେ ମଧ୍ୟ ଟ୍ରେଣ୍ଡ କରୁଛି । ରାମାୟଣରେ ରାମ ଓ ସୀତା ଚରିତ୍ରରେ ଥିବା ଅରୁଣ ଗୋବିଲ ଏବଂ ଦୀପିକା ଚିଖଲିଆଙ୍କ ଚେହେରା ପୁଣି ଥରେ ଟିଆରପିରେ ଇତିହାସ ସୃଷ୍ଟି କରିଛି । ଏପରିକି ଶୋ'ଟି ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଛି । ଭ୍ୟୁଅରସିପ୍ରେ ରାମାୟଣ ଆମେରିକାର ସବୁଠାରୁ ଲୋକପ୍ରିୟ ଶୋ 'ଗେମ୍ ଅଫ୍ ଥ୍ରୋନ୍ସ'କୁ ବି ପଛରେ ପକାଇ ଦେଇଛି ।