ଓଡିଶା

odisha

ETV Bharat / bharat

‘ଦିଲ୍ଲୀ ହିଂସା ପାଇଁ ମୋଦି ଓ ଆରଏସଏସ ଦାୟୀ’ - delhi news

ସିଏଏ ବାହାନାରେ କେନ୍ଦ୍ର ସରକାର ଓ ଆରଏସଏସ ନିଜର ହିତ ସାଧନା କରୁଛି ବୋଲି କହିଛନ୍ତି ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଅଣନାତି ପ୍ରକାଶ ଆମ୍ବେଦକର । ଅଧିକ ପଢନ୍ତୁ...

prakash ambedkar
ଦିଲ୍ଲୀ ହିଂସା ପାଇଁ ମୋଦି ଓ ଆରଏସଏସ ଦାୟୀ

By

Published : Mar 3, 2020, 12:16 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଶ୍ବବିଦ୍ୟାଳୟର ଆର୍ଟ୍ସ ଫ୍ୟାକଲ୍ଟିରେ ସମ୍ବୋଧିତ କରିବା ସମୟରେ ବିଜେପି ଓ ଆରଏସଏସକୁ ଟାର୍ଗେଟ କରିଛନ୍ତି ପୂର୍ବ ସାଂସଦ ତଥା ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଅଣନାତି ପ୍ରକାଶ ଆମ୍ବେଦକର । ସିଏଏ ବାହାନାରେ କେନ୍ଦ୍ର ସରକାର ଓ ଆରଏସଏସ ନିଜର ହିତ ସାଧନା କରୁଛି ବୋଲି ସେ କହିଛନ୍ତି ।

ଦିଲ୍ଲୀ ହିଂସା ପାଇଁ ମୋଦି ଓ ଆରଏସଏସ ଦାୟୀ

ସିଏଏ ଲାଗୁ ହେଲେ ସବୁଠାରୁ ଅଧିକ କ୍ଷତି ମୁସଲମାନଙ୍କଠାରୁ ହିନ୍ଦୁଙ୍କର ହେବ । 40 ପ୍ରତିଶତରୁ ଅଧିକ ହିନ୍ଦୁଙ୍କ ନାଗରିକତା ଛଡେଇ ନିଆଯିବ କାରଣରେ ଭାରତରେ 15 ପ୍ରତିଶତ କେବଳ ଆଦିବାସୀ ଅଛନ୍ତି । ସେମାନେ କେବେ ଗୋଟିଏ ସ୍ଥାନରେ ରୁହନ୍ତି ନାହିଁ ନା ହିଁ କୌଣସି ଆଦିବାସୀ ପାଖରେ ଦସ୍ତାବିଜ ଅଛି । ଏପରି ସ୍ଥିତିରେ ସେମାନଙ୍କୁ ନାଗରିକତା ମିଳିପାରିବ ନାହିଁ ବୋଲି ପୂର୍ବ ସାଂସଦ କହିଛନ୍ତି ।

ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆରଏସଏସ ଉପରେ ଆରୋପ ଲଗାଇଛନ୍ତି । ଦିଲ୍ଲୀରେ ହେଉଥିବା ଦଙ୍ଗାକୁ ନେଇ ପ୍ରକାଶ ଆମ୍ବେଦକର, ମୋଦିଙ୍କୁ ଦାୟୀ କରିଛନ୍ତି ଓ ତାଙ୍କ ଇସ୍ତଫା ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details