ଓଡିଶା

odisha

ETV Bharat / bharat

ଗଡସେଙ୍କୁ ଦେଶଭକ୍ତ କହିବା ପଡିଲା ମହଙ୍ଗା, ପ୍ରତିରକ୍ଷା ମନ୍ତ୍ରାଳୟ କମିଟିରୁ ବିଦା ହେଲେ ସାଧ୍ବୀ ପ୍ରଜ୍ଞା - ସାଧ୍ବୀ ପ୍ରଜ୍ଞା

ଲୋକସଭାରେ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ଯୋଗୁଁ ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିରୁ ବହିଷ୍କାର କରାଯାଇଛି ।

Pragya
ଫାଇଲ ଫଟୋ

By

Published : Nov 28, 2019, 11:14 AM IST

Updated : Nov 28, 2019, 11:31 AM IST

ନୂଆଦିଲ୍ଲୀ: ଲୋକସଭାରେ ନାଥୁରାମ ଗଡସେଙ୍କୁ ଦେଶଭକ୍ତ କହିବା ସାଂସଦ ସାଧ୍ବୀ ପ୍ରଜ୍ଞା ସିଂହ ଠାକୁରଙ୍କୁ ମହଙ୍ଗା ପଡିଛି । ସାଧ୍ବୀଙ୍କ ଏହି ବୟାନ ପାଇଁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ବିଜେପି । ଗୁରୁବାର ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁରଙ୍କୁ ପ୍ରତିରକ୍ଷା ମନ୍ତ୍ରାଳୟର ସଂସଦୀୟ ପରାମର୍ଶଦାତା କମିଟିରୁ ବହିଷ୍କାର କରାଯାଇଛି ।

ସଂସଦୀୟ କାର୍ଯ୍ୟମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ପ୍ରଜ୍ଞାଙ୍କ ବିରୋଧରେ ଏହି କାର୍ଯ୍ୟନୁଷ୍ଠାନ ନେଇଛନ୍ତି । ଏହା ସହିତ ପ୍ରଜ୍ଞାଙ୍କୁ ଅଧିବେଶନ ସମୟରେ ହେଉଥିବା ବିଜେପିର ସଂସଦୀୟ ଦଳର ବୈଠକରେ ଯୋଗ ନଦେବା ପାଇଁ ରୋକଠୋକ ଶୁଣାଯାଇଛି ।

ସୂଚନାଯୋଗ୍ୟ ଯେ, ବୁଧବାର ଲୋକସଭାରେ ସେ ଜାତିର ପିତା ମହାତ୍ମାଗାନ୍ଧୀଙ୍କ ହତ୍ୟାକାରୀ ନାଥୁରାମ ଗଡସେଙ୍କୁ ‘ଦେଶଭକ୍ତ’ କହିଥିଲେ । ଲୋକସଭାରେ ତାଙ୍କର ଏହି ବୟାନ ପରେ ବିପକ୍ଷ କଡା ବିରୋଧ କରିବା ସହ ଗୃହରେ ହଟ୍ଟଗୋଳ କରିଥିଲେ । ସେପଟେ ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ସାଧ୍ବୀ ପ୍ରଜ୍ଞାଙ୍କ ଏହି ମନ୍ତବ୍ୟକୁ କଡା ନିନ୍ଦା କରିଛନ୍ତି । ବିଜେପି କେବେ ମଧ୍ୟ ଏଭଳି ବୟାନ କିମ୍ବା ବିଚାରଧାରାକୁ ସମର୍ଥନ କରିବ ନାହିଁ ବୋଲି ସେ କହିଛନ୍ତି ।

Last Updated : Nov 28, 2019, 11:31 AM IST

ABOUT THE AUTHOR

...view details