ଓଡିଶା

odisha

ETV Bharat / bharat

PGKY: ଦିଲ୍ଲୀ ଓ ପଶ୍ଚିମବଙ୍ଗରେ ଏଯାଏଁ ବଣ୍ଟାଯାଇନି ମାଗଣା ଖାଦ୍ୟ ସାମଗ୍ରୀ - PGKY is not process in delhi and westbengal

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏପ୍ରିଲ, ମେ ଓ ଜୁନ୍ ମାସରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର 81 କୋଟି ହିତାଧିକାରୀଙ୍କୁ 5 କେଜି ଅତିରିକ୍ତ ଓ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। ଗରିବ ଲୋକଙ୍କୁ ମାଗଣା ଖାଦ୍ୟ ଶସ୍ୟ ଦେବାରେ ଦିଲ୍ଲୀ ଓ ପଶ୍ଚିମବଙ୍ଗ ପଛରେ ଅଛନ୍ତି।

PGKY
ବଣ୍ଟାଯାଇନି ମାଗଣା ଖାଦ୍ୟ ସାମଗ୍ରୀ

By

Published : May 30, 2020, 10:20 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଏପ୍ରିଲ, ମେ ଓ ଜୁନ୍ ମାସରେ ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାର 81 କୋଟି ହିତାଧିକାରୀଙ୍କୁ 5 କେଜି ଅତିରିକ୍ତ ଓ ମାଗଣା ଖାଦ୍ୟ ଶସ୍ୟ ପ୍ରଦାନ କରିବାକୁ ଘୋଷଣା କରାଯାଇଥିଲା। ଗରିବଙ୍କୁ ମାଗଣା ଖାଦ୍ୟଶସ୍ୟ ଦେବାରେ ଦିଲ୍ଲୀ ଓ ପଶ୍ଚିମବଙ୍ଗ ପଛରେ ଅଛନ୍ତି। ମାର୍ଚ୍ଚ 25 ରେ ଲକଡାଉନ୍ ଲାଗୁ ହେବା ପରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅଧୀନରେ ଗ୍ରହଣ କରାଯାଇଥିବା ଖାଦ୍ୟଶସ୍ୟ ବଣ୍ଟନ ଏହି ଦୁଇ ରାଜ୍ୟରେ ମନ୍ଥର ଗତିରେ ଚାଲିଛି।

ପରିସ୍ଥିତି ହେଉଛି ଯେ ଉଭୟ ରାଜ୍ୟରେ ମେ ମାସ ପାଇଁ କୋଟା ବଣ୍ଟନ ଆରମ୍ଭ ହୋଇନାହିଁ । ସୂଚନାନୁସାରେ, ଉଭୟ ରାଜ୍ୟ ଜୁନ୍ ପ୍ରଥମ ସପ୍ତାହରେ ମେ ର କୋଟା ବଣ୍ଟନ ଆରମ୍ଭ କରିପାରିବେ। ଏପ୍ରିଲ ପାଇଁ କୋଟା ଶସ୍ୟ ବଣ୍ଟନରେ ଉଭୟ ରାଜ୍ୟର ପ୍ରଦର୍ଶନ ମଧ୍ୟ ଖରାପ ଥିଲା । ମେ ମାସର ପ୍ରଥମ ସପ୍ତାହ ସୁଦ୍ଧା ପଶ୍ଚିମବଙ୍ଗ ଏପ୍ରିଲ୍ କୋଟା ପାଇଁ ମାଗଣା ଶସ୍ୟ ବଣ୍ଟନ କରିବା ଆରମ୍ଭ କରି ଦେଇଥିଲା କିନ୍ତୁ ଦିଲ୍ଲୀ ଆରମ୍ଭ କରିନଥିଲା । ସେତେବେଳକୁ କେବଳ 1 ପ୍ରତିଶତ ପ୍ରତିଶତ ଖାଦ୍ୟ ଶସ୍ୟ ଦିଲ୍ଲୀରେ ବଣ୍ଟନ ହୋଇଥିଲା। ତେବେ କେନ୍ଦ୍ର ସରକାରଙ୍କ ବାରମ୍ବାର ବାଧା ପରେ ଉଭୟ ରାଜ୍ୟରେ କାର୍ଯ୍ୟ ତ୍ବରାନ୍ବିତ ହୋଇଛି। ଫଳସ୍ବରୂପ, ଦିଲ୍ଲୀରେ ଯେଉଁଠାରେ ଏପ୍ରିଲ୍ କୋଟାର 96 ପ୍ରତିଶତ ଖାଦ୍ୟ ଶସ୍ୟ ବଣ୍ଟନ କରାଯାଇଛି ଓ ପଶ୍ଚିମବଙ୍ଗରେ ମଧ୍ୟ ଏହି ସଂଖ୍ୟା 93 ପ୍ରତିଶତ ରହିଛି।

ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମବିଳାସ ପାସୱାନଙ୍କ ଅନୁଯାୟୀ, କେବଳ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ନୁହେଁ ବରଂ ଆତ୍ମନିର୍ଭରଶୀଳ ଭାରତ ଅଭିଯାନଙ୍କୁ ମଧ୍ୟ ଦିଆଯାଇଥିବା ଖାଦ୍ୟଶସ୍ୟ ଉଠାଇବା ଓ ବଣ୍ଟନ କରିବାରେ ଦିଲ୍ଲୀ ଓ ପଶ୍ଚିମବଙ୍ଗ ବହୁ ପଛରେ ଅଛନ୍ତି। ଆତ୍ମନିର୍ଭରଶୀଳ ଅଭିଯାନର ଏକ ଅଂଶ ଭାବରେ, ଯେଉଁମାନଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନଙ୍କ ପାଇଁ ମେ ଓ ଜୁନ୍ ମାସରେ ମାଗଣା ଖାଦ୍ୟ ଶସ୍ୟ ଘୋଷଣା କରାଯାଇଛି । ପାସୱାନଙ୍କ ଅନୁଯାୟୀ, ଏହି ଅଭିଯାନ ଅଧୀନରେ ଆବଣ୍ଟିତ ଖାଦ୍ୟ ଶସ୍ୟ ବଣ୍ଟନଠାରୁ ବହୁ ଦୂରରେ ପଶ୍ଚିମବଙ୍ଗ ଓ ଦିଲ୍ଲୀ ଖାଦ୍ୟ ଶସ୍ୟ ଉଠାଇବା କାମ ମଧ୍ୟ ଆରମ୍ଭ କରି ନାହାଁନ୍ତି।

ABOUT THE AUTHOR

...view details