ନୂଆଦିଲ୍ଲୀ: ମହାମାରୀ କୋରୋନାର ସଙ୍କଟ ମଧ୍ୟରେ ଦେଶବାସୀଙ୍କୁ ସମ୍ବୋଧିତ କରିବା ସହ ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଗାମୀ 5 ମାସ ଯାଏଁ ଗରିବ ପରିବାରକୁ ରାସନ ମିଳିବ ବୋଲି ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ବ ମହାମାରୀ ବିରୋଧରେ ଜାରି ଯୁଦ୍ଧରେ ଲଢେଇ କରି ଆମେ ଅନଲକ-2ରେ ପ୍ରବେଶ କରିଛନ୍ତି । କୋରୋନାରେ ମୃତ୍ୟୁ ହାରକୁ ଦେଖିଲେ ଅନ୍ୟ ଦେଶ ତୁଳନାରେ ଭାରତର ସ୍ଥିତି ଭଲ ରହିଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ମୌସୁମୀ ସମୟରେ ଭାରତରେ ସବୁଠୁ ଅଧିକ କାମ କୃଷି କ୍ଷେତ୍ରରେ ହୋଇଥାଏ । ଏପରିସ୍ଥିତିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ବିସ୍ତାର ନେଇ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଏହି ଯୋଜନା ଅନ୍ତର୍ଗତ 80 କୋଟି ଗରିବ ପରିବାରଙ୍କୁ ପ୍ରତି ମାସ 5 କିଲୋ ଚାଉଳ ଓ 5 କିଲୋ ଗହମ ମିଳିବ । ଏହାସହ 1 କିଲୋ ଚଣା ଦିଆଯିବ ବୋଲି କୁହାଯାଇଛି । ଏହି ଯୋଜନା ଆଗାମୀ 5 ମାସ ଯାଏଁ ଲାଗୁ ରହିବ ।