ଓଡିଶା

odisha

ETV Bharat / bharat

ପିପିଇ କିଟ୍ ଦେଉଛି ଦୁଃଖ, ଡ୍ୟୁଟି ସମୟ ହ୍ରାସ ଦାବି କରି ଧାରଣାରେ ଏମ୍ସ ନର୍ସ ୟୁନିୟନ - Corona era, AIIMS nurses' demand for reduced duty hours

କୋରୋନା ଓ୍ବାରିୟର୍ସ ପିପିଇ କିଟ ପିନ୍ଧି କାମ କରିବା ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାହାକୁ ନେଇ ନିଜ ଦାବି ରଖିଛି ନର୍ସ ୟୁନିୟନ । ଅଧିକ ପଢନ୍ତୁ...

ପିପିଇ କିଟ୍ ଦେଉଛି ଦୁଃଖ, ଡ୍ୟୁଟି ସମୟ ହ୍ରାସ ଦାବି କରି ଧାରଣାରେ ଏମ୍ସ ନର୍ସ ୟୁନିୟନ
ପିପିଇ କିଟ୍ ଦେଉଛି ଦୁଃଖ, ଡ୍ୟୁଟି ସମୟ ହ୍ରାସ ଦାବି କରି ଧାରଣାରେ ଏମ୍ସ ନର୍ସ ୟୁନିୟନ

By

Published : Jun 4, 2020, 1:04 PM IST

ନୂଆଦିଲ୍ଲୀ: ଧାରଣାରେ ବସିଲେ ଦିଲ୍ଲୀ ଏମ୍ସ ନର୍ସ ୟୁନିୟନ। କୋରୋନାରେ ଭୟଭୀତ ନୁହଁ, ଏମାନେ ନିଜ ସୁରକ୍ଷା ପାଇଁ ବାଧ୍ୟହୋଇ ଧାରଣା ଦେଇଛନ୍ତି । ସେମାନଙ୍କର କହିବାନୁସାରେ, ତାଙ୍କୁ ଦିଆଯାଉଥିବା ପିପିଇ କିଟ ସେମାନଙ୍କ ପାଇଁ ସମସ୍ୟା ପାଲଟିଛି ।

ଏମ୍ସ ପ୍ରଶାସନ ଦ୍ୱାରରେ ବସିଥିବା ଏହି ନର୍ସ ୟୁନିୟନ କହିଛନ୍ତି ଯେ, ଡ୍ୟୁଟିରେ ଥିବାବେଳେ ସେମାନଙ୍କୁ ଲଗାତାର 6 ଘଣ୍ଟା ପିପିଇ କିଟ ପିନ୍ଧିବାକୁ ପଡୁଛି । ଯେଉଁଥିପାଇଁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବାରେ ଲାଗିଛି । ସେ ଗୋଟିଏ କିଟ ପିନ୍ଧି କାମ କରୁଥିବାବେଳେ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ପିପିଇ କିଟକୁ ଦୀର୍ଘ ସମୟ ଧରି ପିନ୍ଧିବା ଦ୍ୱାରା ଡିହାଇଡ୍ରେସନ ସମସ୍ୟା ଦେଖାଦେଉଛି ।

ଶରୀରକୁ ଶୁଦ୍ଧ ବାୟୁ ମିଳି ପାରୁନଥିବାବେଳେ, ବିଭିନ୍ନ ସମସ୍ୟା ଭୋଗିବାକୁ ପଡୁଛି ।

ମୁଣ୍ଡବିନ୍ଧା, ଆଖି ପୋଡାଜଳା ଏବଂ ଚର୍ମ ରୋଗ ଭଳି ସମସ୍ୟା ଦେଖାଦେଉଛି ।

ମୁହଁରେ ଥିବା ଚଷମା ମଧ୍ୟ ଆଉ ସ୍ପଷ୍ଟ ଦେଖାଯାଉନି, ଯାହା ଦ୍ବାରା ସମସ୍ୟା ଉପୁଜୁଛି ।

ଅନେକ ନର୍ସିଂ କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ଶରୀରରୁ ବାରମ୍ବାର ପିପିଇ କିଟ ବାହାର କରିବା ସମ୍ଭବ ନୁହେଁ, ତେଣୁ ସ୍ୱାସ୍ଥ୍ୟ କର୍ମୀଙ୍କୁ ଡାଏପର ପିନ୍ଧି କାମ କରିବାକୁ ପଡୁଛି ।

ଏଭଳି ପରିସ୍ଥିତିରେ ନର୍ସମାନଙ୍କର ଏକ ଚାହିଦା ରହିଛି ଯେ, ସେମାନଙ୍କର ଡ୍ୟୁଟି ଅବଧି 6 ଘଣ୍ଟାରୁ 4 ଘଣ୍ଟାକୁ ହ୍ରାସ କରାଯିବା ଉଚିତ ଏବଂ ସେମାନଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯିବା ଉଚିତ । ଏହି ନର୍ସମାନେ ସେମାନଙ୍କର ଦାବି ସମ୍ପର୍କରେ ଡାକ୍ତରଖାନା ପ୍ରଶାସନକୁ ଏକ ଚିଠି ଲେଖି କହିଛନ୍ତି ଯେ, ଯଦି ସେମାନଙ୍କର ଦାବିକୁ ଧ୍ୟାନ ନ ଦିଆଯାଏ ତେବେ ସେମାନେ ଏହି ପ୍ରଦର୍ଶନ ଜାରି ରଖିବେ। ତେବେ ଡାକ୍ତରଖାନା ପ୍ରଶାସନ ପକ୍ଷରୁ କୌଣସି ଆଶ୍ବାସନା ମିଳିନାହିଁ ।

ABOUT THE AUTHOR

...view details