ଓଡିଶା

odisha

ETV Bharat / bharat

ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା, ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଦୁବେର ଘଟିଛି ମୃତ୍ୟୁ - postmortem report of gangster vikas dubey

ବିକାଶ ଦୁବେର ଅତ୍ୟଧିକ ରକ୍ତସ୍ରାବ ଏବଂ ସକ୍ (ହଠାତ ଝଟକା ଲାଗିବା) କାରଣରୁ ମୃତ୍ୟୁ ଘଟିଛି । ଚଳିତ ମାସର ପ୍ରାରମ୍ଭରେ କାନପୁରରେ ହୋଇଥିବା ହାଇପ୍ରୋଫାଇଲ୍ ଏନକାଉଣ୍ଟରରେ, ବିକାଶ ପ୍ରଥମେ ପୋଲିସଙ୍କୁ ଆକ୍ରମଣ କରି ଖସିବାକୁ ଉଦ୍ୟମ କରିଥିଲା, ଏହି ସମୟରେ ପୋଲିସ ବନ୍ଧୁକରୁ ତାକୁ ଗୁଳି କରାଯାଇଥିଲା ।

http://10.10.50.75//uttar-pradesh/20-July-2020/up-kan-02-vikas-dubey-postmortem-report_20072020084620_2007f_1595214980_953.jpg
ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା, ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଦୁବେର ଘଟିଛି ମୃତ୍ୟୁ

By

Published : Jul 20, 2020, 3:45 PM IST

Updated : Jul 20, 2020, 4:06 PM IST

ଲକ୍ଷ୍ନୌ: କାନପୁରୱାଲାର କାହାଣୀ ଖତମ ହୋଇଯାଇଛି। 8 ପୋଲିସ କର୍ମୀଙ୍କୁ ହତ୍ୟା କରିଥିବା ଗ୍ୟାଙ୍ଗଷ୍ଟାର ବିକାଶ ଦୁବେର ଚାପ୍ଟର କ୍ଲୋଜ ହୋଇଯାଇଛି ସତ ହେଲେ ତାର ସେହି କଳାସାମ୍ରାଜ୍ୟର ତନାଘନା ବନ୍ଦ ହୋଇନାହିଁ। ପୂର୍ବରୁ ପୋଲିସଙ୍କୁ ଖାଲି ଏନକାଉଣ୍ଟର ନୁହେଁ ବରଂ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ପୋଷ୍ଟ ମର୍ଟମ ରିପୋର୍ଟ ଆସିଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ। ତେବେ ସୋମବାର ବିକାଶ ଦୁବେର ପୋଷ୍ଟମୋର୍ଟମ ରିପୋର୍ଟ ପ୍ରକାଶ ପାଇଛି।

ବିକାଶ ଦୁବେର ଅତ୍ୟଧିକ ରକ୍ତସ୍ରାବ ଏବଂ ସକ୍ (ହଠାତ ଝଟକା ଲାଗିବା) କାରଣରୁ ମୃତ୍ୟୁ ଘଟିଛି । ଚଳିତ ମାସର ପ୍ରାରମ୍ଭରେ କାନପୁରରେ ହୋଇଥିବା ହାଇପ୍ରୋଫାଇଲ୍ ଏନକାଉଣ୍ଟରରେ, ବିକାଶ ପ୍ରଥମେ ପୋଲିସଙ୍କୁ ଆକ୍ରମଣ କରି ଖସିବାକୁ ଉଦ୍ୟମ କରିଥିଲା, ଏହି ସମୟରେ ପୋଲିସ ବନ୍ଧୁକରୁ ତାକୁ ଗୁଳି କରାଯାଇଥିଲା । ତେବେ ବିକାଶ ଦୁବେର ପୋଷ୍ଟମର୍ଟମ ରିପୋର୍ଟରୁ ଏହା ଖୁଲାସା ହୋଇଛି ।

ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା, ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ଦୁବେର ଘଟିଛି ମୃତ୍ୟୁ

ଗଣମାଧ୍ୟମର ସୂଚନା ଅନୁସାରେ, ମୃତ ବିକାଶଙ୍କ ଦେହରେ ତିନୋଟି ଗୁଳି ବାଜିଛି। ଏବଂ ପୋଷ୍ଟମର୍ଟମ ରିପୋର୍ଟରେ ଏହା ଦଶଟି ସ୍ଥାନରେ କ୍ଷତ ସୃଷ୍ଟି କରିଛି। ପ୍ରଥମ ଗୁଳି ତାଙ୍କ ଡାହାଣ ପାର୍ଶ୍ୱ କାନ୍ଧରେ ବାଜିଥିଲା ​​ଏବଂ ଅନ୍ୟ ଦୁଇଟି ତାଙ୍କ ଛାତିରେ ବାମ ପାର୍ଶ୍ୱରେ ଆଘାତ କରିଥିଲେ ବୋଲି କହିଛି। ପୋଷ୍ଟମର୍ଟମ ରିପୋର୍ଟରେ କୁହାଯାଇଛି ଯେ , ତାଙ୍କ ଶରୀରର ଡାହାଣ ପାର୍ଶ୍ୱରେ ମୁଣ୍ଡ, କାନ୍ଧ, ପାଟି ଏବଂ ପେଟରେ ଆଘାତ ଲାଗିଛି।

ପୋଷ୍ଟମର୍ଟମ ରିପୋର୍ଟରେ ଖୁଲାସା, ଅତ୍ୟଧିକ ରକ୍ତସ୍ତାବ ଯୋଗୁଁ ଦୁବେର ଘଟିଛି ମୃତ୍ୟୁ

ବିରୋଧୀଦଳର ନେତାମାନେ ଏହାକୁ ଏକ ନକଲି ଏନକାଉଣ୍ଟରରେ ହତ୍ୟା କରାଯାଇଥିବା ଦାବି କରିବା ପରେ ଉତ୍ତରପ୍ରଦେଶ ସରକାର ଏକ ସଦସ୍ୟ ବିଶିଷ୍ଟ ନ୍ୟାୟିକ କମିଶନ ଗଠନ କରିଛନ୍ତି।ଅବସରପ୍ରାପ୍ତ ବିଚାରପତି ଏସ.କେ ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଗଙ୍କୁ ଏହାର ରିପୋର୍ଟ ଦାଖଲ କରିବାକୁ ଦୁଇ ମାସ ସମୟ ଦିଆଯାଇଛି। କାନପୁର ଏନକାଉଣ୍ଟରରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦୁବେଙ୍କ ଦୁଇ ସହଯୋଗୀ ଜୟକାନ୍ତ ବାଜପେୟୀ ଏବଂ ପ୍ରଶାନ୍ତ ଶୁକ୍ଲାଙ୍କୁ ସୋମବାର ଗିରଫ କରାଯାଇଥିଲା।

Last Updated : Jul 20, 2020, 4:06 PM IST

ABOUT THE AUTHOR

...view details