ଓଡିଶା

odisha

ETV Bharat / bharat

ଏଣିକି କୋରୋନା ରୋଗୀ ମଧ୍ୟ ଦେଇପାରିବେ ଭୋଟ - କୋରୋନା ଭାଇରସ

65 ବର୍ଷରୁ ଅଧିକ ବୟଷ୍କ ଏବଂ କୋରୋନା ସଂକ୍ରମିତ ତଥା ସନ୍ଦିଗ୍ଧଙ୍କୁ ପୋଷ୍ଟାଲ ବାଲଟ୍‌ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଅନୁମତି ଦିଆଯାଇଛି ।

ଭୋଟ
ଭୋଟ

By

Published : Jul 2, 2020, 7:06 PM IST

ନୂଆଦିଲ୍ଲୀ: କୋରୋନା ଭାଇରସକୁ ଦୃଷ୍ଟିରେ ରଖି ମତଦାନ ନିୟମରେ ପରିବର୍ତ୍ତନ କଲେ ନିର୍ବାଚନ କମିଶନ । 65 ବର୍ଷରୁ ଅଧିକ ବୟସ୍କ ଏବଂ କୋରୋନା ସଂକ୍ରମିତ ତଥା ସନ୍ଦିଗ୍ଧଙ୍କୁ ପୋଷ୍ଟାଲ ବାଲଟ୍‌ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରିବାକୁ ଅନୁମତି ଦିଆଯାଇଛି ।

ପୂର୍ବରୁ ୮୦ ବର୍ଷ ବୟସରୁ ଅଧିକ ବୟସ୍କ ବ୍ୟକ୍ତି ଓ ଜରୁରୀ ସେବା ପାଇଁ ଘର ଠାରୁ ଦୂରରେ ରହୁଥିବା ଲୋକଙ୍କୁ ପୋଷ୍ଟାଲ ବାଲଟର ବ୍ୟବହାର କରିବାର ସୁଯୋଗ ମିଳୁଥିଲା । ତେବେ କରୋନା ମହାମାରୀକୁ ଦୃଷ୍ଟିରେ ରଖି ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

65 ବର୍ଷରୁ ଅଧିକ ବୟଷ୍କ ଲୋକଙ୍କୁ କୋରୋନା ସଂକ୍ରମଣ ବ୍ୟାପିବାର ଅଧିକ ଆଶଙ୍କା ରହିଛି । ଯାହାକୁ ଦୃଷ୍ଟିରେ ରଖି ପୋଷ୍ଟାଲ ବାଲଟ୍‌ ଭୋଟିଂ ନିୟମରେ ପରିବର୍ତ୍ତନ କରାଯାଇଛି । ଏହି ପରିବର୍ତ୍ତିତ ନିୟମ ଅନୁଯାୟୀ, ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିମାନେ ପୋଷ୍ଟାଲ ବାଲଟ୍‌ ଜରିଆରେ ନିଜର ମତାଧିକାର ସାବ୍ୟସ୍ତ କରିପାରିବେ। ଏହା ବ୍ୟତୀତ କରୋନାରେ ସଂକ୍ରମିତ ଥିବା ବ୍ୟକ୍ତି ଓ କ୍ୱାରେଣ୍ଟାଇନରେ ଥିବା ଲୋକମାନେ ବି ପୋଷ୍ଟାଲ ବାଲଟ୍‌ ଜରିଆରେ ଭୋଟ ଦେଇପାରିବେ ।

ତେବେ 9 ରାଜ୍ୟର 19 ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ମାର୍ଚ୍ଚ ମାସରେ ହେବାର ଥିଲା । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏହା ପରେ ଜୁନ୍ ମାସରେ ଅନୁଷ୍ଠିତ ହୋଇଥିଲା ଏବଂ ଅସୁସ୍ଥ ଥିବା ସଦସ୍ୟମାନଙ୍କୁ ପୋଷ୍ଟାଲ ବାଲଟ୍‌ ଜରିଆରେ ଭୋଟ୍ ଦେବାକୁ ଅନୁମତି ଦିଆଯାଇଥିଲା। ତେବେ ଆଗକୁ ବିହାର ନିର୍ବାଚନ ଥିବାରୁ ନିର୍ବାଚନ କମିଶନଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ABOUT THE AUTHOR

...view details