ଓଡିଶା

odisha

ETV Bharat / bharat

କୋରୋନା ଅପଡେଟ୍: ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 271 - କୋରୋନା ଭାଇରସ୍ ନ୍ୟୁଜ

ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତରେ 271 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 39 ଜଣ ବିଦେଶୀ ନାଗରିକ ଥିବା ଜଣାପଡିଛି ।

corona upadate
ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 258

By

Published : Mar 21, 2020, 11:23 AM IST

Updated : Mar 21, 2020, 12:52 PM IST

ନୂଆଦିଲ୍ଲୀ: ଭାରତରେ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା ସମଗ୍ର ଭାରତରେ 271 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ 39 ଜଣ ବିଦେଶୀ ନାଗରିକ ଥିବା ଜଣାପଡିଛି । ସେହିପରି କୋରୋନାରେ ମୋଟ 5 ଜଣଙ୍କର ମୃତ୍ୟୁ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଶନିବାର ରାଜସ୍ଥାନର ଜୟପୁରରେ 6 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜସ୍ଥାନରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 23ରେ ପହଞ୍ଚିଛି । ସେହିପରି ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଆଉ ନୂଆ 4 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ୟୁପିରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 22ରେ ପହଞ୍ଚିଛି ।

ସେହିପରି ମହାରାଷ୍ଟ୍ରରେ ଆଉ 3 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମହାରାଷ୍ଟରେ କୋରୋନା ଆକ୍ରାନ୍ତ ସଂଖ୍ୟା 52ରେ ପହଞ୍ଚିଛି । ଏହାଛଡା ଏବେସୁଦ୍ଧା ଆନ୍ଧ୍ରପ୍ରଦେଶରେ କୋରୋନା ଆକ୍ରାନ୍ତ 3 ଜଣ, ଦିଲ୍ଲୀ 12ଜଣ, ମଧ୍ୟପ୍ରଦେଶ 5ଜଣ, ହରିୟାଣା 17 ଜଣ, କର୍ଣ୍ଣାଟକ15 ଜଣ, କେରଳ 37 ଜଣ, ପଞ୍ଜାବ 1, ରାଜସ୍ଥାନ 15 ଜଣ, ତାମିଲନାଡୁ 3 ଜଣ,ତେଲେଙ୍ଗାନା 17ଜଣ, ଜମ୍ମୁ କାଶ୍ମୀର 4ଜଣ, ଲଦାଖ 8ଜଣ, ଉତ୍ତରାଖଣ୍ଡ 3ଜଣ, ଓଡିଶା 2ଜଣ, ଗୁଜୁରାଟ 2ଜଣ, ପଶ୍ଚିମବଙ୍ଗ 3 ଜଣ, ଚଣ୍ଡୀଗଡ 1, ପଣ୍ଡିଚେରୀ 1 ଏବଂ ଛତିଶଗଡରେ 1 ରହିଛନ୍ତି ।

Last Updated : Mar 21, 2020, 12:52 PM IST

ABOUT THE AUTHOR

...view details