ଓଡିଶା

odisha

ETV Bharat / bharat

ଚାରି ଦିନିଆ ଭାରତ ଗସ୍ତରେ ପର୍ତ୍ତୁଗାଲ ରାଷ୍ଟ୍ରପତି - ପର୍ତ୍ତୁଗାଲ ରାଷ୍ଟ୍ରପତିଙ୍କ ଚାରି ଦିନିଆ ଭାରତ ଗସ୍ତ

ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ପର୍ତ୍ତୁଗାଲ ରାଷ୍ଟ୍ରପତି ମାରସେଲୋ ରବେଲୋ ଡି ସୁଜା । କେନ୍ଦ୍ରମନ୍ତ୍ରୀ ମନସୁଖ ମଣ୍ଡାଭିଆ ତାଙ୍କୁ ଦିଲ୍ଲୀ ବିମାନବନ୍ଦରରେ ସ୍ବାଗତ କରିଛନ୍ତି । ଏହି ଗସ୍ତ ସମୟରେ ଦୁଇ ଦେଶ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯିବ । ଅଧିକ ପଢନ୍ତୁ...

portuguese-president-marcelo-rebelo-de-sousa-4-day-visit-to-india
ପର୍ତ୍ତୁଗାଲ ରାଷ୍ଟ୍ରପତିଙ୍କ ଚାରି ଦିନିଆ ଭାରତ ଗସ୍ତ

By

Published : Feb 14, 2020, 11:40 AM IST

ନୂଆଦିଲ୍ଲୀ: ଚାରି ଦିନିଆ ଭାରତ ଗସ୍ତରେ ଆସିଛନ୍ତି ପର୍ତ୍ତୁଗାଲ ରାଷ୍ଟ୍ରପତି ମାରସେଲୋ ରବେଲୋ ଡି ସୁଜା । କେନ୍ଦ୍ରମନ୍ତ୍ରୀ ମନସୁଖ ମଣ୍ଡାଭିଆ ତାଙ୍କୁ ଦିଲ୍ଲୀ ବିମାନ ବନ୍ଦରରେ ସ୍ବାଗତ କରିଛନ୍ତି । ତାଙ୍କୁ ରାଷ୍ଟ୍ରପତି ଭବନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବ । ଏହା ପରେ ରାଜଘାଟ ପରିଦର୍ଶନରେ ପର୍ତ୍ତୁଗାଲ ରାଷ୍ଟ୍ରପତି । ପ୍ରଥମ ଥର ପାଇଁ ଭାରତ ଗସ୍ତରେ ଆସିଛନ୍ତି ସେ । ଶେଷ ଥର ପାଇଁ 2007ରେ ତତ୍କାଳୀନ ପର୍ତ୍ତୁଗାଲର ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଥିଲେ ।

ହାଇଦ୍ରାବାଦ ହାଉସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭୋଜନ କରିବେ ପର୍ତ୍ତୁଗାଲ ରାଷ୍ଟ୍ରପତି । ଏହା ପରେ ଦୁଇ ଦେଶର ମଧ୍ୟରେ ଏକ ପ୍ରତିନିଧିମଣ୍ଡଳୀ ସ୍ତରୀୟ ବୈଠକ ଆୟୋଜିତ ହେବ । ଏହାପରେ ପର୍ତ୍ତୁଗାଲ ରାଷ୍ଟ୍ରପତି ଗୋଆ ଓ ମହାରାଷ୍ଟ୍ର ଗସ୍ତ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ଭାରତ ଓ ପର୍ତ୍ତୁଗାଲ ମଧ୍ୟରେ ମିତ୍ରତା ବହୁ ପୂର୍ବରୁ ରହିଆସିଛି । ଗତ କିଛି ବର୍ଷ ମଧ୍ୟ ଦୁଇ ଦେଶର ଦ୍ବିପାକ୍ଷିକ ସମ୍ପର୍କ ବୃଦ୍ଧି ପାଇଛି ।

2019ରେ ପର୍ତ୍ତୁଗାଲର ପ୍ରଧାନମନ୍ତ୍ରୀ ଏଣ୍ଟୋନିଆ କୋଷ୍ଟା ଭାରତ ଗସ୍ତ ସମୟରେ ଉଚ୍ଚସ୍ତରୀୟ ରାଜନୈତିକ ଆଲୋଚନା ହୋଇଥିଲା । ଏହା ପୂର୍ବରୁ 2017ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପର୍ତ୍ତୁଗାଲ ଗସ୍ତ କରିଥିଲେ । ଦୁଇଦେଶ ମଧ୍ୟରେ ଥିବା ଆର୍ଥିକ,ବିଜ୍ଞାନ, ସଂସ୍କୃତିକ ଓ ଶିକ୍ଷା କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଉଛି ।

ABOUT THE AUTHOR

...view details