ନୂଆଦିଲ୍ଲୀ: ଗତ ସପ୍ତାହରେ ଭାରତ ସରକାର ଚୀନ୍ ଉପରେ ଡିଜିଟାଲ୍ ଷ୍ଟ୍ରାଇକ୍ କରିଥିଲେ । ଯାହାର ପ୍ରତିଶୋଧ ନେବାକୁ ଚୀନ ଭାରତୀୟ ମିଡିଆ ହାଉସର ୱେବସାଇଟକୁ ବେଜିଂରେ ବ୍ଲକ୍ କରିଥିଲା । ତେବେ ଚାଇନାରେ ଭାରତୀୟ ୱେବସାଇଟ୍ ବ୍ୟତୀତ ଅନେକ ଆନ୍ତର୍ଜାତୀୟ ସାଇଟ୍ ଏବଂ ମୋବାଇଲ୍ ଆପକୁ ବ୍ଲକ୍ କରିଛି । ଏହା ଦୀର୍ଘ ଦିନ ଧରି ଚୀନରେ ବ୍ୟାନ ହୋଇଛି । ତେଣୁ ଆମେ ଆପଣଙ୍କୁ ଏଠାରେ କିଛି ସେହିପରି ୱେବସାଇଟ୍ ଏବଂ ମୋବାଇଲ୍ ଆପ୍ ସମ୍ପର୍କରେ ଅବଗତ କରାଇବୁ ଯାହା ବର୍ତ୍ତମାନ ଚାଇନାରେ ବ୍ଲକ୍ କରାଯାଇଛି ।
ଗୁଗୁଲ୍
ଚାଇନାରେ ଗୁଗୁଲ୍ ଉପରେ ଲାଗିଛି ବ୍ୟାନ । ଏଠାରେ ଲୋକମାନେ ଗୁଗୁଲ ପରିବର୍ତ୍ତେ ବାଇଡ(Baidu) ବ୍ରାଉଜର ବ୍ୟବହାର କରଥାଆନ୍ତି । ଆପଣଙ୍କ ସୂଚନା ପାଇଁ କହିରଖୁଛୁ ଚୀନ୍ ସରକାର ଇଣ୍ଟରନେଟ୍ ପାଇଁ ଖୁବ୍ କଠୋର ନିୟମ ଲାଗୁ କରିଛନ୍ତି । ଯାହାକୁ ଚୀନ ନାଗରିକମାନେ ଅନୁସରଣ କରିଥାଆନ୍ତି ।
ଫେସବୁକ
ଆଜି ବିଶ୍ବର ଅଧାରୁ ଅଧିକ ଲୋକ ସୋସିଆଲ ମିଡିଆ ଆପ୍ ଫେସବୁକ୍ ବ୍ୟବହାର କରୁଛନ୍ତି । କିନ୍ତୁ ଏହି ଆପ୍ ଗୁଡିକ ଚାଇନାରେ ବ୍ଲକ କରାଯାଇଛି । ଚାଇନାର ବ୍ୟବହାରକାରୀମାନେ ଫେସବୁକ ପରିବର୍ତ୍ତେ ଭି-ଚାଟ୍ ବ୍ୟବହାର କରନ୍ତି ।