ନୂଆଦିଲ୍ଲୀ: ଯଦି ଭାରତ ଏକ ଭିନ୍ନ ଅର୍ଥନୈତିକ ନୀତି ଆପଣେଇଥାନ୍ତା ତେବେ ଦେଶ କୋରୋନା ମହାମାରୀକୁ ଭଲ ଭାବରେ ନିୟନ୍ତ୍ରଣ କରିଥାନ୍ତେ ବୋଲି ମହାତ୍ମା ଗାନ୍ଧୀଙ୍କ ନାତି ଗୋପାଳକୃଷ୍ଣ ଗାନ୍ଧୀ କହିଛନ୍ତି। ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନର ଅର୍ଥନୈତିକ ନୀତି ଯୋଗୁଁ ସହରୀକରଣ ବହୁ ପରିମାଣରେ ଚାଲିଛି । ଏଥିପାଇଁ କୃଷକମାନେ ସହରକୁ ଯିବାକୁ ବାଧ୍ୟ ହେଉଛନ୍ତି।
‘ଖରାପ ଅର୍ଥନୈତିକ ନୀତି ମହାମାରୀ ନିୟନ୍ତ୍ରଣରେ ବାଧା ସୃଷ୍ଟି କରୁଛି’ - . gopalkrishna gandhi statement on corona
ଅର୍ଥନୈତିକ ନୀତିରେ ପୁନର୍ବିଚାର କରିବାର ଆବଶ୍ୟକତାକୁ ଗୁରୁତ୍ୱାରୋପ କରିଛନ୍ତି ପଶ୍ଚିମବଙ୍ଗ ପୂର୍ବତନ ରାଜ୍ୟପାଳ ଗୋପାଳକୃଷ୍ଣ ଗାନ୍ଧୀ। ଅଧିକ ପଢନ୍ତୁ...
![‘ଖରାପ ଅର୍ଥନୈତିକ ନୀତି ମହାମାରୀ ନିୟନ୍ତ୍ରଣରେ ବାଧା ସୃଷ୍ଟି କରୁଛି’ ‘ଖରାପ ଅର୍ଥନୈତିକ ନୀତି ମହାମାରୀ ନିୟନ୍ତ୍ରଣରେ ବାଧା ସୃଷ୍ଟି କରୁଛି’](https://etvbharatimages.akamaized.net/etvbharat/prod-images/768-512-9227933-thumbnail-3x2-kk.jpeg)
ଗୁଜୁରାଟ ବିଦ୍ୟାପୀଠର 101 ତମ ଫାଉଣ୍ଡେସନ ଦିବସ ଅବସରରେ ଆୟୋଜିତ ଉତ୍ସବରେ ଅଂଶଗ୍ରହଣ କରି ଗାନ୍ଧୀ ଭାରତର ଅର୍ଥନୈତିକ ନୀତି ଉପରେ ପୁନର୍ବିଚାର କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି ଯେ, ବର୍ତ୍ତମାନର ଅର୍ଥନୈତିକ ନୀତି ଶିଳ୍ପାୟନ ଏବଂ ସହରୀକରଣକୁ ବୃଦ୍ଧି କରିଛି । ଯେଉଁ କାରଣରୁ ବହୁ ସଂଖ୍ୟାରେ ଲୋକ ଏବଂ କୃଷକମାନେ ସହର ମୁହାଁ ହେଉଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି, ଲୋକ ସହରକୁ ଯିବା ଦ୍ବାରା କଣ ମହାମାରୀ ବୃଦ୍ଧି ପାଇବ ନାହିଁ ? ଆମକୁ ଅର୍ଥନୈତିକ ନୀତି ଉପରେ ପୁନର୍ବିଚାର କରିବାର ଆବଶ୍ୟକ ହୋଇଛି । ଯଦି ଆମେ ଏକ ଅଲଗା ନୀତି ଗ୍ରହଣ କରିଥାନ୍ତେ । ତେବେ ଆମ ପାଖରେ ଅଧିକ ସଂଖ୍ୟକ ହସ୍ପିଟାଲ, ନର୍ସମାନଙ୍କ ପାଇଁ ହଷ୍ଟେଲ, ଲ୍ୟାବ ଟେକ୍ନିସିଆନ ଏବଂ ସରକାରୀ ସ୍ତରରେ ବୃହତ ଶିଳ୍ପ ପ୍ରକଳ୍ପ ଏବଂ ସାମାଜିକ ସ୍ତରରେ ବହୁ ସଂଖ୍ୟକ ମନ୍ଦିର, ମସଜିଦ ରହିଥାନ୍ତା ।