ଓଡିଶା

odisha

By

Published : Apr 11, 2020, 3:56 PM IST

ETV Bharat / bharat

ଗରିବ ଲୋକଙ୍କ ଆକାଉଣ୍ଟକୁ 5000 ପଠାଯିବା ଆବଶ୍ୟକ: ଓୱେସୀ

ଲକ ଡାଉନ ବୃଦ୍ଧି ହେଲେ ଦେଶର ଗରିବ ଲୋକଙ୍କ ଆକାଉଣ୍ଟକୁ 5000 ପଠାଯିବା ଆବଶ୍ୟକ । ଶାବ-ଇ-ବାରାତ୍ ଅନଲାଇନ ପବ୍ଲିକ ବୈଠକ ଜରିଆରେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ।

luckdown
ଗରିବ ଲୋକଙ୍କ ଆକାଉଣ୍ଟକୁ 5000 ପଠାଯିବା ଆବଶ୍ୟକ

ହାଇଦ୍ରାବାଦ: ଲକ ଡାଉନ ବୃଦ୍ଧି ହେଲେ ଦେଶର ଗରିବ ଲୋକଙ୍କ ଆକାଉଣ୍ଟକୁ 5000 ପଠାଯିବା ଆବଶ୍ୟକ । ଶବ-ଏ-ବାରାତ୍ ଅନଲାଇନ ପବ୍ଲିକ ବୈଠକ ଜରିଆରେ ଏଭଳି ଏକ ମନ୍ତବ୍ୟ ଦେଇଛନ୍ତି ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦିନ ଓୱେସୀ ।

ତେବେ ସେ ଏହି ବୈଠକରେ ଆହୁରି ମଧ୍ୟ କହିଛନ୍ତି , ଦେଶର ଗରିବ ଲୋକ ଏହା କହୁଛନ୍ତି ଯେ ଆମେ କୋରୋନା ଭାଇରସ ଯୋଗୁ ନମରିଲେ ମଧ୍ୟ ଏହି ସମୟରେ ଭୋକରେ ନିଶ୍ଚିତ ମରିବୁ । ତେଣୁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଏହା କହିବାକୁ ଚାହୁଁଛି ଯେ, ଯଦି ଲକଡାଉନକୁ ବୃଦ୍ଧି କରାଯାଉଛି ତେବେ ଗରିବ ଲୋକଙ୍କ ଆକାଉଣ୍ଟକୁ 5000 ଟଙ୍କା ପଠାଯିବା ଆବଶ୍ୟକ ।

ପ୍ରକାଶ ଥାଉକି, ଦେଶରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 7447ରେ ପହଞ୍ଚିଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 6565 ଜଣ ଆକ୍ରାନ୍ତ ଆକ୍ଟିଭ ଥିବାବେଳେ 643 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ଏପଟେ ଦେଶରେ ମୋଟ କୋରୋନା ମୃତ୍ୟୁ ସଂଖ୍ୟା 239ରେ ପହଞ୍ଚିଛି ।

ABOUT THE AUTHOR

...view details