ନୂଆଦିଲ୍ଲୀ: ସାରା ଦେଶରେ ଉନ୍ନତ ମାନର ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଡିଣ୍ଡିମ ପିଟୁଛନ୍ତି ସରକାର । ଏଥିପାଇଁ ଅନେକ ଯୋଜନା ମଧ୍ୟ ରହିଛି । ହେଲେ ମେଡିକାଲରେ ରୋଗୀଙ୍କୁ ଦିଆଯାଉଥିବା ସ୍ବାସ୍ଥ୍ୟସେବାକୁ ନେଇ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଦେଶରେ ଛାତିରେ ଛିଡା ହୋଇଥିବା ରାଜଧାନୀ ଦିଲ୍ଲୀ, ବିହାର, ଝାଡଖଣ୍ଡ,ଉତ୍ତରପ୍ରଦେଶ ଓ ମେଘାଳୟ ଭଳି ରାଜ୍ୟରେ ଆବଶ୍ୟକତା ଠାରୁ କମ୍ ସ୍ବାସ୍ଥ୍ୟକେନ୍ଦ୍ର ଥିବାରୁ ଏହା ଏବେ ଚର୍ଚ୍ଚାର ପରିସରକୁ ଚାଲି ଆସିଛି ।
ଇଟିଭି ଭାରତ ହାତରେ ଲାଗିଥିବା ସ୍ବାସ୍ଥ୍ୟ ମନ୍ତ୍ରାଳୟର ରିପୋର୍ଟ ଅନୁସାରେ, ନୂଆଦିଲ୍ଲୀରେ ଉପସ୍ବାସ୍ଥ୍ୟକେନ୍ଦ୍ର 86ଟି ଆବଶ୍ୟକତା ଥିବାବେଳେ ରହିଛି ମାତ୍ର 12ଟି । ଆଉ ସେଠାରେ ମଧ୍ୟ ଉତ୍ତମ ସ୍ବାସ୍ଥ୍ୟସେବା ପାଇବାରେ ଲୋକେ ବିଫଳ । ସେହିପରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର 62 ପ୍ରତିଶତ କମ୍ ଥିବାବେଳେ କମ୍ୟୁନିଟି ହେଲଥ ସେଣ୍ଟର 100 ପ୍ରତିଶତ କମ୍ ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରାଳୟର ଜଣେ ଅଧିକାରୀ କହିଛନ୍ତି, ପ୍ରତ୍ୟେକ ରାଜ୍ୟ ପ୍ରାଥମିକ ଦାୟିତ୍ବ ହେଉଛି ଲୋକଙ୍କୁ ଉତ୍ତମ ସ୍ବାସ୍ଥ୍ୟସେବା ପ୍ରଦାନ କରିବା ଏବଂ ମେଡିକାଲରେ ଡାକ୍ତର ନିଯୁକ୍ତି କରିବା । ଏହି ମାମଲାରେ କେନ୍ଦ୍ର ରାଜ୍ୟକୁ ସହଯୋଗ କରୁଛି । ଏପରିକି ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ସ୍ବାସ୍ଥ୍ୟସେବା ମଜବୁତ କରିବା ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ।