ଚେନ୍ନାଇ: ଆଜି ଦକ୍ଷିଣ ଭାରତରେ ପାଳିତ ହେଉଛି କୃଷି ଭିତ୍ତିକ ଗଣପର୍ବ ‘ପୋଙ୍ଗଲ’। ଏହି ଶବ୍ଦର ଅର୍ଥ ପରିପୂର୍ଣ୍ଣ । ପ୍ରତ୍ୟେକ ବ୍ୟକ୍ତିଙ୍କ ଘର ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ରହିବା ଏହି ପର୍ବର ମୁଖ୍ୟ ବିଷୟ । ପରିବାରର ସମସ୍ତେ ଏକତ୍ରିତ ହୋଇ ବଡ ଧୁମଧାମରେ ପାଳନ କରନ୍ତି ଏହି ପର୍ବ। ପିତୃ ପୁରୁଷଙ୍କୁ ସ୍ମରଣ କରି କରିଥାନ୍ତି ପୂଜା । ଏହାସହ କରିଥାନ୍ତି ସୂର୍ଯ୍ୟପୂଜା । ନୂତନ ବର୍ଷର ଆରମ୍ଭର ପ୍ରତୀକ ଏହି ପର୍ବ ।
ଧୁମଧାମରେ ‘ପୋଙ୍ଗଲ’ ପାଳୁଛି ଦକ୍ଷିଣ ଭାରତ - tamilnadu festival
ଦକ୍ଷିଣ ଭାରତରେ ପାଳିତ ହେଉଛି କୃଷିଭିତ୍ତିକ ଗଣପର୍ବ ପୋଙ୍ଗଲ । ଆଜି ଠାରୁ 4 ଦିନ ଧରି ପାଳନ କରାଯିବ ଏହି ପର୍ବ । ଆଗକୁ ପଢନ୍ତୁ...
![ଧୁମଧାମରେ ‘ପୋଙ୍ଗଲ’ ପାଳୁଛି ଦକ୍ଷିଣ ଭାରତ pongal celebrated in south states](https://etvbharatimages.akamaized.net/etvbharat/prod-images/768-512-5702786-thumbnail-3x2-gg.jpg)
ତାମିଲନାଡୁବାସୀ ଏହାକୁ ଭୋଗୀ ନାମରେ ପାଳନ କରୁଥିବା ବେଳେ ତେଲୁଗୁ ସଂପ୍ରଦାୟର ଲୋକେ ଏହାକୁ ପୋଙ୍ଗଲ ରୂପେ ପାଳନ କରିଥାନ୍ତି । ଚାରିଦିନ ଧରି ତେଲୁଗୁ ସମ୍ପ୍ରଦାୟର ଲୋକମାନେ ଏହି ପର୍ବକୁ ପାଳନ କରନ୍ତି । 4 ଦିନ ଧରି ଏହି ପର୍ବ ପାଳନ କରାଯାଇଥାଏ । ଅନ୍ୟପଟେ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ଏହି ଦିନଟିକୁ ମକର ସଂକ୍ରାନ୍ତି ରୂପେ ପାଳନ କରିଥାନ୍ତି ।
ପୋଙ୍ଗଲ ପର୍ବର ପ୍ରଥମ ଦିନକୁ ଭୋଗୀ ପୋଙ୍ଗଲ କୁହାଯାଏ । ସକାଳୁ ନିଜ ଘରର ସମସ୍ତ ଅନାବଶ୍ୟକ ଜିନିଷ ଓ ଗୋବର ଘସିକୁ ନିଆଁ ଲଗାଇ ପୋଡିବାର ରହିଛି ପ୍ରଥା । ଶୀତ ଦିନରେ ଧରିତ୍ରୀ ମାଟି ମାଆ ଥଣ୍ଡା ହୋଇଯାଇଥାନ୍ତି । ନିଆଁ ଜଳିବାଦ୍ବାରା ମାଟି ମା ଉଷୁମ ହୋଇଥାଏ ବୋଲି ଲୋକଙ୍କର ରହିଛି ଅଗାଢ ବିଶ୍ବାସ । ଦ୍ବିତୀୟ ଦିନରେ ପ୍ରତ୍ୟେକ ଲୋକ ନିଜ ଘରେ ମିଠା ଖାଦ୍ୟ ବନେଇବାର ରହିଛି ପ୍ରଥା।ଯାହା ସୂର୍ଯ୍ୟ ଦେବତାଙ୍କୁ ସମର୍ପଣ କରାଯାଇଥାଏ । ତୃତୀୟ ଦିନକୁ ମଟ୍ଟୁ ପୋଙ୍ଗଲ କୁହାଯାଏ । ଏହି ଦିନରେ ପଶୁଙ୍କୁ ଗାଧୋଇବା ସହ ଖାଦ୍ୟ ଦେଇ ଭାଇର ଶୁଭମନାନ୍ତି ଭଉଣୀମାନେ । ଶେଷ ଦିନରେ ମୁକାନୁମା ପୋଙ୍ଗଲରେ ବନ୍ଧୁବାନ୍ଧବଙ୍କୁ ଦେଇଥାନ୍ତି ଶୁଭେଚ୍ଛା ।