ଓଡିଶା

odisha

ETV Bharat / bharat

ଦିଲ୍ଲୀ ପ୍ରଦୂଷଣ ମାତ୍ରାରେ ସାମାନ୍ୟ ସୁଧାର - ସୁପ୍ରିମକୋର୍ଟରେ ଶୁଣାଣୀ

ବାୟୁ ପ୍ରଦୂଷଣରେ ସାମାନ୍ୟ ସୁଧାର । ଅତି ଗମ୍ଭୀର ସ୍ଥିତିଠାରୁ ସ୍ବଳ୍ପ ହ୍ରାସ ପାଇଛି ପ୍ରଦୂଷଣର ମାତ୍ରା ।

ଫଟୋ ସୌଜନ୍ୟ: ଏଏନଆଇ

By

Published : Nov 6, 2019, 9:12 AM IST

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ମଙ୍ଗଳବାର ପ୍ରଦୂଷଣ କିଛି ମାତ୍ରାରେ ହ୍ରାସ ପାଇଛି । ଏବେବି ବାୟୁରେ ପ୍ରଦୂଷଣର ମାତ୍ରା ଅଧିକ ରହିଛି । 24 ଘଣ୍ଟା ମଧ୍ୟରେ ସ୍ଥିତି ଅତ୍ୟନ୍ତ ଗମ୍ଭୀରରୁ ସାମାନ୍ୟ ଗମ୍ଭୀର ପର୍ଯ୍ୟନ୍ତ ପହଞ୍ଚିଛି । AQIର ଆକଳନ ଅନୁସାରେ, ମୁଖ୍ୟ ପ୍ରଦୂଷକ PM 2.5 279 ଇଣ୍ଡେକ୍ସରେ ଥିବା ବେଳେ PM10 250ରେ ରହିଛି ।

ଫଟୋ ସୌଜନ୍ୟ: ଏଏନଆଇ

ଅନ୍ୟପକ୍ଷେ ଗାଜିଆବାଦ, ନଏଡା, ଗ୍ରେଟର ନଏଡା, ଫରିଦାବାଦ, ଗୁରୁଗ୍ରାମ ସହ ଏନସିଆରରେ ମଧ୍ୟ ବାୟୁର ଗୁଣବତ୍ତାରେ ଅଳ୍ପ ସୁଧାର ଆସିଛି । ପ୍ରଦୂଷଣ ବଢିବା କାରଣରୁ ସମସ୍ତ ସ୍କୁଲକୁ ବନ୍ଦ ରଖାଯାଇଥିଲା । କିନ୍ତୁ ଆଜି (ବୁଧବାର)ଠାରୁ ସବୁ ସ୍କୁଲ ଖୋଲାଯିବ ।


ପାଣିପାଗ ବିଭାଗର କହିବାନୁସାରେ, ପ୍ରତି ଘଣ୍ଟାରେ 25 କିଲୋମିଟର ପବନ ବହିବା କାରଣରୁ ଧୂଳି କମ ହୋଇଛି । ଆଇଏମଡିର ଆଞ୍ଚଳିକ ପାଣିପାଗ ବିଶେଷଜ୍ଞ କୁଲଦୀପ ଶ୍ରୀବାତ୍ସବ କହିଛନ୍ତି, ଦିଲ୍ଲୀ-ଏନସିଆର ସହ ଜମ୍ମୁ-କାଶ୍ମୀର, ହିମାଞ୍ଚଳପ୍ରଦେଶ, ଉତ୍ତରାଖଣ୍ଡ, ହରିୟାଣା, ରାଜସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷେ ପରିବେଶ ମନ୍ତ୍ରାଳୟ ସଂସ୍ଥା ‘ସଫର’ ଅନୁସାରେ ସୋମବାର ଦିଲ୍ଲୀର ପଡୋଶୀ ରାଜ୍ୟରେ ଫସଲ ଜାଳିବାରେ ପ୍ରାୟ 4 ହଜାର 962 ମାମଲା ରୁଜୁ କରାଯାଇଛି । ପଞ୍ଜାବରେ ମଙ୍ଗଳବାର 6 ହଜାର 668ଟି ମାମଲା ସାମ୍ନାକୁ ଆସିଛି । ତେବେ ବୁଧବାର ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶର ମୁଖ୍ୟ ସଚିବ ସୁପ୍ରିମକୋର୍ଟରେ ବିବରଣୀ ଉପସ୍ଥାପନା କରିବେ । ଏହାର ଶୁଣାଣି ଦିନ 3.30ରେ କରାଯିବ ।

ABOUT THE AUTHOR

...view details