ଓଡିଶା

odisha

ETV Bharat / bharat

ଦିଲ୍ଲୀବାସୀଙ୍କୁ ମିଳୁନି ଆଶ୍ବସ୍ତି, ବର୍ଷା ସତ୍ତ୍ବେ କମୁନି ପ୍ରଦୂଷଣ ସ୍ତର - Pollution levels not reduced after rain

ଥଣ୍ଡା, ପ୍ରଦୂଷଣ, ବର୍ଷା ଓ କୁହୁଡିରେ ଅସ୍ତବ୍ୟସ୍ତ ଦିଲ୍ଲୀବାସୀ । ବର୍ଷା ସତ୍ତ୍ବେ ମିଳୁନି ପ୍ରଦୂଷଣରୁ ମୁକ୍ତି । ଅଧିକ ପଢନ୍ତୁ...

delhi ncr
ଦିଲ୍ଲୀବାସୀଙ୍କୁ ମିଳୁନି ଆଶ୍ବସ୍ତି

By

Published : Jan 9, 2020, 9:38 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଏନସିଆରରେ ବର୍ଷା ସତ୍ତ୍ବେ ମଧ୍ୟ ପ୍ରଦୂଷଣର ମାତ୍ରା କମିବାରେ ନାଁ ଧରୁନି । ବୁଧବାର ସନ୍ଧ୍ୟାରେ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ 253 ରେକର୍ଡ କରାଯାଇଛି । ଯାହା ଗମ୍ଭୀର ସ୍ତରରେ ରହିଛି ।

ବର୍ଷା ହେବା ସତ୍ତ୍ବେ ପ୍ରଦୂଷଣର ସ୍ତରରେ ହ୍ରାସ ହେବା ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅଧିକାରୀ କହିଛନ୍ତି ଯେ, ପୂର୍ବ ଅପେକ୍ଷା କିଛି ମାତ୍ରାରେ ପ୍ରଦୂଷଣ ମାତ୍ରାରେ ହ୍ରାସ ପାଇଛି । କିନ୍ତୁ ଯେଉଁଭଳି ଭାବେ କମିବା କଥା ସେହି ହିସାବରେ ହ୍ରାସ ହୋଇନାହିଁ ।

ପ୍ରଦୂଷଣର ସ୍ତର ବୃଦ୍ଧି ପଛର ମୁଖ୍ୟ କାରଣ ହେଉଛି, ବର୍ଷା ପରେ ମଧ୍ୟ ଦିଲ୍ଲୀ-ଏନସିଆରରେ ବାୟୁର ଗତି ସାମାନ୍ୟ ରହିଛି । ଯେଉଁ କାରଣରୁ ପ୍ରଦୂଷଣ ମାତ୍ରା ପୂର୍ବପରି ସମାନ ରହିଛି । ତେବେ ପ୍ରଦୂଷଣ କଣିକା ବର୍ଷା ସହିତ ମାଟିରେ ଜମି ରହିଛି । କିନ୍ତୁ ପବନର ଗତି କମ ହେବା ହେତୁ ଦିଲ୍ଲୀବାସୀଙ୍କୁ ପ୍ରଦୂଷଣରୁ ଆଶ୍ବସ୍ତି ମିଳୁନାହିଁ ।

ଏୟାର କ୍ବାଲିଟି ଇନଡେକ୍ସ ଅନୂସାରେ(PM 2.5)

ଆନନ୍ଦ ବିହାରରେ- 314
ବବାନା-271
ମଥୁରା ରୋଡ-288
ଡିଟିୟୁ-268
ଦ୍ବାରକା ସେକ୍ଟର-8- 303
ଆଇଟିଓ-277
ଜହାଂଗିରପୁର-284
ମନ୍ଦିର ମାର୍ଗ-274
ମୁଣ୍ଡକା- 284
ନେହରୁ ମାର୍ଗ-328
ଓଖଲା-309
ପଦପଡଗଞ୍ଜ-271
ରୋହିଣୀ-298
ସୋନିୟା ବିହାର-287
ବିବେକ ବିହାର-314
ବଜିପୁର-344

For All Latest Updates

TAGGED:

delhi ncr

ABOUT THE AUTHOR

...view details