ନୂଆଦିଲ୍ଲୀ: ଦିଲ୍ଲୀରେ ଲକଡାଉନ ହେବାର 38 ଦିନ ବିତିଗଲାଣି। ଯେଉଁଥିପାଇଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ହେଲେ ଦିଲ୍ଲୀରେ ଅନେକ ପିଜିଟିଭ ଫଳାଫଳ ମଧ୍ୟ ଦେଖିବାକୁ ମିଳିଛି । ମୁଖ୍ୟତଃ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ହ୍ରାସ ପାଇଛି ।
ଲକଡାଉନ ପ୍ରଭାବ: ଦିଲ୍ଲୀରେ ହ୍ରାସ ପାଉଛି ପ୍ରଦୂଷଣ ସ୍ତର - Pollution levels improve due to lockdown
ସ୍ବଚ୍ଛ ହେଉଛି ଦିଲ୍ଲୀ ବାୟୂ । ଶାନ୍ତିରେ ନିଃଶ୍ବାସ ନେଉଛନ୍ତି ରାଜଧାନୀବାସୀ । ଯଦି ଏପରି ପରିସ୍ଥିତି ରୁହେ ତେବେ ଆଗକୁ ବାୟୂର ମାତ୍ରାରେ ଆହୁରି ପରିବର୍ତ୍ତନ ଘଟିବା ନେଇ ଆଶା । ଅଧିକ ପଢନ୍ତୁ...
ଦିଲ୍ଲୀରେ ଲକଡାଉନ ପରଠାରୁ ପ୍ରଦୂଷଣ ସ୍ତରରେ କ୍ରମାଗତ ଉନ୍ନତି ଘଟିଛି ଏବଂ ଗତ କିଛି ଦିନ ହେବ ଦିଲ୍ଲୀର ପ୍ରଦୂଷଣ ସ୍ତର ସନ୍ତୋଷଜନକ ରହିଛି। ଆଗକୁ ଯଦି ଏପରି ପରିସ୍ଥିତି ରୁହେ ତେବେ ଆହୁରି ଉନ୍ନତି ହେବ ବୋଲି ପ୍ରକାଶ ପାଇଛି । ଗତ କିଛି ଦିନ ଧରି ଦିଲ୍ଲୀର ପ୍ରଦୂଷଣ ସ୍ତର କ୍ରମାଗତ ଭାବରେ ସନ୍ତୋଷଜନକ ଥିଲା ଏବଂ ମଙ୍ଗଳବାର ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ 71 ରେକର୍ଡ କରାଯାଇଛି ଯାହା ସନ୍ତୋଷଜନକ ଶ୍ରେଣୀରେ ଅଛି ।
ପ୍ରଦୂଷଣର ମାତ୍ରା ହ୍ରାସ ପାଇବା ନେଇ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ସହ ଜଡିତ ଅଧିକାରୀମାନେ କହିଛନ୍ତି ଯେ, ଆସନ୍ତାକାଲି(ବୁଧବାର) ଦିଲ୍ଲୀ ତଥା ଏହାର ଆଖପାଖରେ କାରଖାନା ବନ୍ଦ ରହିଛି । ଯେଉଁଥିରୁ ବାହାରୁଥିବା ଧୂଆଁ ବାୟୁକୁ ପ୍ରଦୂଷିତ କରେ ନାହିଁ । ଏହା ସହ ରାସ୍ତାରେ ଯାନବାହନ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଯେଉଁଥିପାଇଁ ଏହି ସ୍ତରରେ ଉନ୍ନତି ହୋଇଛି । ଅଧିକାରୀମାନେ ମଧ୍ୟ ଆଶା କରିଥିଲେ ଯେ, କିଛି ସମୟ ପାଇଁ ପ୍ରଦୂଷଣର ସ୍ତର ସନ୍ତୋଷଜନକ ଅବସ୍ଥାରେ ରହିବ ।