ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ପାଣି ପାଗରେ ପରିବର୍ତ୍ତନ ଘଟିବା ସତ୍ତ୍ବେ ହ୍ରାସ ପାଇନି ପ୍ରଦୂଷଣ । ଗୁରୁବାର ସକାଳୁ ଦିଲ୍ଲୀର ଏୟାର କ୍ବାଲିଟି ଇଣ୍ଡେକ୍ସ 280 ରହିଥିଲା । ଯାହା ଗମ୍ଭୀର ଶ୍ରେଣୀ ଅନ୍ତର୍ଭୁକ୍ତ ଅଟେ ।
ଦିଲ୍ଲୀ-ଏନସିଆରରେ ବୃଦ୍ଧି ପାଉଥିବା ପ୍ରଦୂଷଣର ସ୍ତର ବିଷୟରେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅଧିକାରୀ କହିଛନ୍ତି, କିଛିଦିନ ହେବ ଦିଲ୍ଲୀ-ଏନସିଆରରେ ପବନର ଗତିବିଦ୍ଧି ସାମାନ୍ୟ ରହିଛି । ଯେଉଁଥିପାଇଁ ବାୟୁରେ କଣିକା ଗୁଡିକ ଜମି ରହୁଛି । ଏହା ସହିତ ଦିଲ୍ଲୀରେ ଦୀର୍ଘ ଦିନ ହେବ ବର୍ଷା ହୋଇନାହିଁ । ଯାଉଁ କାରଣରୁ ଦିଲ୍ଲୀରେ ବାୟୂ ପ୍ରଦୂଷଣ ମାତ୍ରାରେ ବୃଦ୍ଧି ପାଇବାରେ ଲାଗିଛି ।
ଏୟାର କ୍ବାଲିଟି ଇଣ୍ଡେକ୍ସରେ ବାୟୂପ୍ରଦୂଷଣର ମାତ୍ରା:
ଆନନ୍ଦବିହାର- 280
ଅଲୀପୁର-288
ବବାନା-334
ମତୁରା ରୋଡ- 260
ଡିଟିୟୁ- 338
ଦ୍ବାରକା- 346