ନୂଆଦିଲ୍ଲୀ: କିଛି ଦିନ ହେବ ରାଜଧାନୀ ଦିଲ୍ଲୀରେ ବୃଦ୍ଧି ପାଇବାରେ ଲାଗିଛି ବାୟୁ ପ୍ରଦୂଷଣର ମାତ୍ରା । ଶନିବାର ବାୟୁ ଗୁଣବତ୍ତା ମଧ୍ୟମ ଶ୍ରେଣୀର ଉଚ୍ଚ ସ୍ତରରେ ଥିବା ରେକର୍ଡ କରାଯାଇଛି । ଭୂ-ବିଜ୍ଞାନ ମନ୍ତ୍ରଣାଳୟର ବାୟୁ ଗୁଣବତ୍ତା ମନିଟରିଂ 'ସଫର' ଅନୁଯାୟୀ, ଗତ 24 ଘଣ୍ଟା ମଧ୍ୟରେ ଦିଲ୍ଲୀର ବାୟୁ ଗୁଣବତ୍ତା ସୂଚକାଙ୍କ (AQI) 197ରେ ପହଞ୍ଚିଛି, ଯାହା ମଧ୍ୟ ଶ୍ରେଣୀର ଉଚ୍ଚ ସ୍ତରରେ ଆସିଥାଏ ।
ସୂଚନା ମୁତାବକ, 0ରୁ 50 ପର୍ଯ୍ୟନ୍ତ AQI କୁ 'ଭଲ', 51 ରୁ 100 'ମଧ୍ୟମ', 101 ରୁ 200 'ସାଧାରଣ', 201 ରୁ 300 'ଖରାପ', 301 ରୁ 400 'ଅତ୍ୟନ୍ତ ଖରାପ' ଏବଂ 401 500 ପର୍ଯ୍ୟନ୍ତ 'ଗମ୍ଭୀର' ଶ୍ରେଣୀରେ ରଖାଯାଇଛି |