ଓଡିଶା

odisha

By

Published : Dec 9, 2019, 1:55 PM IST

ETV Bharat / bharat

ପୁଣି ବିଷାକ୍ତ ବାୟୁ ବଳୟରେ ଦିଲ୍ଲୀ

ସୋମବାର ସକାଳୁ ଦିଲ୍ଲୀର  ନଏଡାରେ  ଏୟାର କ୍ବାଲିଟି ଇଣ୍ଡେକ୍ସ 400 ପାଖାପାଖି ରେକର୍ଡ କରାଯାଇଛି ।

delhi pollution
ଫାଇଲ ଫଟୋ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପୁଣି ବଢିଛି ପ୍ରଦୂଷଣ ସ୍ତର । ସୋମବାର ସକାଳୁ ଦିଲ୍ଲୀର ନଏଡାରେ ଏୟାର କ୍ବାଲିଟି ଇଣ୍ଡେକ୍ସ 400 ପାଖାପାଖି ରେକର୍ଡ କରାଯାଇଛି ।

ଗତ ସପ୍ତାହ ତଳେ ମାସ୍କ ବିକ୍ରି କମ ହେଉଥିବା ବେଳେ ପ୍ରଦୂଷଣ ଯୋଗୁ ଗତ ଦୁଇ ଦିନ ମଧ୍ୟରେ ଲୋକମାନେ ବହୁ ସଂଖ୍ୟାରେ ମାସ୍କ କିଣୁଛନ୍ତି । ତେବେ ଜଣେ ଦୋକାନୀଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଦୋକାନରେ ବସିବା କଷ୍ଟସାଧ୍ୟ ହେଉଥିବା ବେଳେ ପ୍ରଦୂଷଣ ଯୋଗୁ ନିଶ୍ବାସ ପ୍ରଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହେଉଛି ।

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ପ୍ରଦୂଷଣର ସ୍ତର ଅଧିକ ବଢିବାର ସମ୍ଭାବନା ରହିଛି । ଦିଲ୍ଲୀର ପ୍ରାୟ ସମସ୍ତ ଅଞ୍ଚଳରେ ପ୍ରଦୂଷଣର ସ୍ତର ଖରାପ ଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଗତ ଦୁ କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଅନୁଯାୟୀ, ବାୟୁର ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ପ୍ରଦୂଷଣର ସ୍ତର ଅଧିକ ବଢିବାର ସମ୍ଭାବନା ରହିଛି । ଦିଲ୍ଲୀର ପ୍ରାୟ ସମସ୍ତ ଅଞ୍ଚଳରେ ପ୍ରଦୂଷଣର ସ୍ତର ଖରାପ ଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।

ABOUT THE AUTHOR

...view details