ଓଡିଶା

odisha

ETV Bharat / bharat

ଦିଲ୍ଲୀ-ଏନସିଆର ପ୍ରଦୂଷଣ ହ୍ରାସ ପାଇଁ ଜାରି ହେଲା ଗାଇଡଲାଇନ - ଗାଇଡଲାଇନ

ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ର ବୃଦ୍ଧି ପାଉଛି । ଏଥିପାଇଁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସମସ୍ୟାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶାବଳୀ ଜାରି କରାଯାଇଛି।

ଦିଲ୍ଲୀ-ଏନସିଆର ପ୍ରଦୂଷଣ ହ୍ରାସ ପାଇଁ ଜାରି ହେଲା ଗାଇଡଲାଇନ
ଦିଲ୍ଲୀ-ଏନସିଆର ପ୍ରଦୂଷଣ ହ୍ରାସ ପାଇଁ ଜାରି ହେଲା ଗାଇଡଲାଇନ

By

Published : Oct 12, 2020, 4:01 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ର ବୃଦ୍ଧି ପାଉଛି । ଏଥିପାଇଁ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ସମସ୍ୟାକୁ ଦୃଷ୍ଟିରେ ରଖି ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ନିର୍ଦ୍ଦେଶାବଳୀ ଅନୁଯାୟୀ, ଦିଲ୍ଲୀରେ ଡିଜେଲ ଜେନେରେଟର ଗୁଡିକ ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଯାଇଛି । ରାସ୍ତା ସଫା କରିବା ପାଇଁ ମେସିନ୍ ବ୍ୟବହାର କରାଯିବ । ଏହାଛଡା ଅକ୍ଟୋବର 15 ରୁ ଭୁରେଲାଲ କମିଟିର କାର୍ଯ୍ୟ ଯୋଜନା କାର୍ଯ୍ୟକାରୀ ହେବ। ଏହା ଉପରେ ନଜର ରଖିବା ପାଇଁ ଏକ ମନିଟରିଂ ରୁମ୍ ମଧ୍ୟ ପ୍ରସ୍ତୁତ କରାଯିବ ।

ତେବେ ଭୁରେଲାଲ କମିଟି ଗ୍ରେଡେଡ୍ ରେସପନ୍ସ ଆକ୍ସନ ଯୋଜନା ଅଧିନରେ ପ୍ରଦୂଷଣକୁ ହ୍ରାସ କରିବା ପାଇଁ ଅନେକ ପଦକ୍ଷେପ ନେଇଛି। ଅତ୍ୟାବଶ୍ୟକ ସେବା ପାଇଁ ଡିଜେଲ ଜେନେରେଟର ବ୍ୟବହାର ଉପରେ ସମ୍ପୂର୍ଣ୍ଣ ବ୍ୟାନ ଲଗାଯାଇଛି । ଏନସିଆରରେ ହାଇୱେ ଏବଂ ମେଟ୍ରୋ ନିର୍ମାଣ କାର୍ଯ୍ୟ ସମୟରେ ସଂପୃକ୍ତ ବିଭାଗ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ କମିଟିକୁ ଅଣ୍ଡରଟେକିଙ୍ଗ ଦେବେ।

ଯାହା ଅଧୀନରେ ତାଙ୍କୁ ନିୟମ ଅନୁଯାୟୀ ନିର୍ମାଣ କାର୍ଯ୍ୟ ଜାରି ରଖିବାକୁ ନିଶ୍ଚିତ କରିବାକୁ ପଡିବ । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ କମିଟି ଅରେଞ୍ଜ ରେଡ ରୁମକୁ ଆସୁଥିବା ଶିଳ୍ପଗୁଡିକ ପାଇଁ ମଧ୍ୟ ପ୍ରଦୂଷଣରେ କୌଣସି ବୃଦ୍ଧି ନହେବାର ନିଶ୍ଚିତତା ଦେବାକୁ ପଡିବ।

କମିଟିର ଆକ୍ସନ ପ୍ଲାନ ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହେବ। ଯାହା ଅଧୀନରେ ରାତିରେ ପାଟ୍ରୋଲିଂ ମଧ୍ୟ କରାଯିବ। ପାଟ୍ରୋଲିଂ ସମୟରେ ଅଳିଆ ଆବର୍ଜନା ଜଳା ଯାଇଛି କି ନାହିଁ ତାହାର ଯାଞ୍ଚ କରାଯିବ । ଏଥିସହ ଆଣ୍ଟି ସ୍ମଗ ଗନ ବ୍ୟବହାର କରାଯାଇ ପ୍ରଦୂଷଣକୁ ନିୟନ୍ତ୍ରଣ କରିବାକୁ ଏକ ପ୍ରୟାସ କରାଯିବ। ଅଧିକ ପ୍ରଦୂଷଣକାରୀ ହଟସ୍ପଟକୁ ଚିହ୍ନଟ କରାଯାଇ ପ୍ରଦୂଷଣ ନିୟନ୍ତ୍ରଣ ତଦନ୍ତ କରିବ ।

ABOUT THE AUTHOR

...view details