ଓଡିଶା

odisha

ETV Bharat / bharat

ବାୟୁ ପ୍ରଦୂଷଣରେ ଛଟପଟ ଦିଲ୍ଲୀବାସୀ

ଦେଶର ପ୍ରାଣକେନ୍ଦ୍ର ଦିଲ୍ଲୀରେ ନିୟନ୍ତ୍ରଣକୁ ଆସୁନି ପ୍ରଦୂଷଣର ମାତ୍ରା । ପ୍ରତ୍ୟେକ ଦିନ ଗମ୍ଭୀର ଶ୍ରେଣୀରେ ରହୁଛି ଏକ୍ୟୁଆଇ ମାନ । ଅଧିକ ପଢନ୍ତୁ...

ଅତ୍ୟଧିକ ପ୍ରଦୂଷଣରେ ଛଟପଟ ଦିଲ୍ଲୀବାସୀ, ଶ୍ବାସକ୍ରିୟାରେ ହେଉଛି ସମସ୍ୟା
ଅତ୍ୟଧିକ ପ୍ରଦୂଷଣରେ ଛଟପଟ ଦିଲ୍ଲୀବାସୀ, ଶ୍ବାସକ୍ରିୟାରେ ହେଉଛି ସମସ୍ୟା

By

Published : Nov 8, 2020, 9:44 AM IST

ନୂଆଦିଲ୍ଲୀ: ଦିଲ୍ଲୀରେ ଗମ୍ଭୀର ଶ୍ରେଣୀରେ ରହିଛି ବାୟୁ ପ୍ରଦୂଷଣ । ଆଗକୁ ଦୀପାବଳି ଆସୁଥିବାବେଳେ, ପ୍ରଦୂଷଣର ମାତ୍ରା ଆହୁରି ବୃଦ୍ଧି ପାଇବାର ଆଶଙ୍କା ରହିଛି । ଅନ୍ୟପଟେ ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ଉତ୍ତରାଖଣ୍ଡରେ ନଡା ଜାଳିବା ଦ୍ବାରା ବହୁ ପରିମାଣରେ ପ୍ରଦୂଷଣ ବଢୁଥିବା କହିଛନ୍ତି ଦିଲ୍ଲୀ ସରକାର ।

ଅତ୍ୟଧିକ ପ୍ରଦୂଷଣରେ ଛଟପଟ ଦିଲ୍ଲୀବାସୀ, ଶ୍ବାସକ୍ରିୟାରେ ହେଉଛି ସମସ୍ୟା

କେନ୍ଦ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ସିପିସିବି) ତଥ୍ୟ ମୁତାବକ, ରବିବାର ସକାଳ ସମୟରେ ରାଜଧାନୀ ଦିଲ୍ଲୀର ଅଧିକାଂଶ ସ୍ଥାନରେ ବାୟୁ ଗୁଣବତ୍ତା ଅତିରୁ ଅତି ଗମ୍ଭୀର ଶ୍ରେଣୀରେ ରହିଛି । ଏୟାର କ୍ବାଲିଟି ଇଣ୍ଡେକ୍ସ (ଏକ୍ୟୁଆଇ) ମାନ ଆନନ୍ଦ ବିହାରରେ 431, ଜାହାଙ୍ଗିରପୁରରେ 465, ପଞ୍ଜାବି ବାଗରେ 426 ଓ ରୋହିଣୀରେ 424 ରହିଛି । ଯାହା ଅତି ଗମ୍ଭୀର ଶ୍ରେଣୀରେ ଅନ୍ତର୍ଭୁକ୍ତ । ଅନ୍ୟପଟେ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଅଞ୍ଚଳରେ ମଧ୍ୟ ଅତି ନିମ୍ନ ସ୍ତରରେ ରହିଛି ପ୍ରଦୂଷଣର ମାତ୍ରା ।

ଅତ୍ୟଧିକ ପ୍ରଦୂଷଣ ଯୋଗୁଁ ଆଖି ପୋଡିବା ସହ ଶ୍ବାସକ୍ରିୟାରେ ବହୁ ଅସୁବିଧା ହେଉଥିବା ରାଜଧାନୀବାସୀ କହିଛନ୍ତି । ଯେଉଁଥିପାଇଁ ଘରୁ ବାହାରିବାକୁ ବହୁ ଅସୁବିଧା ହେଉଛି । ଏହା ସହ ଗାଡିଚଳାଇବାରେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା ସୂଚନା ରହିଛି ।

ABOUT THE AUTHOR

...view details