ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ଚାଲିଥିବା ଡିଡିସି ନିର୍ବାଚନର ଆଜି ହେଉଛି ଷଷ୍ଠ ପର୍ଯ୍ୟାୟ ମତଦାନ । ସକାଳୁ ଆରମ୍ଭ ହୋଇଯାଇଛି ଭୋଟ ଗ୍ରହଣ । ମୋଟ 31ଟି ଆସନ ପାଇଁ ଭୋଟ ଗ୍ରହଣ ହେଉଛି । କୋଭିଡ ନିୟମ ମାନି ମତଦାନ କରୁଛନ୍ତି ମତଦାତା ।
ଏହି ନିର୍ବାଚନରେ କାଶ୍ମୀର ଡିଭିଜନରୁ 14 ଆସନ ଓ ଜମ୍ମୁ ଡିଭିଜନରୁ 17ଟି ଆସନ ପାଇଁ ମତଦାନ ହେଉଛି । ଯେଉଁଥିରେ 124 ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।