ଓଡିଶା

odisha

ETV Bharat / bharat

ବିହାରରେ ନିର୍ବାଚନୀ ହିଂସା, ଜଣେ ମୃତ

ବିହାରର କିଛି ଅଞ୍ଚଳରୁ ନିର୍ବାଚନୀ ହିଂସା ଘଟିଥିବା ଦେଖିବାକୁ ମିଳିଛି । ରାଜ୍ୟର ମହାରାଜଗଞ୍ଜ ଲୋକସଭା ଆସନରେ ଆରଜେଡି ବିଧାୟକଙ୍କ ଦ୍ବାରା ବିଜେପି ନେତାଙ୍କୁ ଗୁଳି କରାଯିବାର ଅଭିଯୋଗ ଆସିଛି ।

By

Published : May 12, 2019, 5:47 PM IST

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଜାରି ରହିଛି ଷଷ୍ଠ ପର୍ଯ୍ୟାୟର ମତଦାନ । ଦିଲ୍ଲୀ ସମେତ ୭ଟି ରାଜ୍ୟର ୫୯ଟି ଆସନରେ ନିଜ ନିଜ ମତାଧିକାର ସାବ୍ୟସ୍ତ କରୁଛନ୍ତି ମତଦାତା । ଅନ୍ୟପକ୍ଷେ ବିହାରର କିଛି ଅଂଶରୁ ହିଂସାର ଘଟଣା ସାମ୍ନାକୁ ଆସିଛି । ରାଜ୍ୟର ମହାରାଜଗଞ୍ଜ ଲୋକସଭା ଆସନରେ ଆରଜେଡି ବିଧାୟକଙ୍କ ଦ୍ବାରା ବିଜେପି ନେତାଙ୍କୁ ଗୁଳି କରାଯିବାର ଅଭିଯୋଗ ଆସିଛି ।

ଘଟଣା ପରେ ବିଜେପି ସମର୍ଥକଙ୍କ ଦ୍ବାରା ଆରଜେଡି ବିଧାୟକଙ୍କୁ ମାରପିଟ କରିବାର ଅଭିଯୋଗ ସାମ୍ନାକୁ ଆସିଛି । ବର୍ତ୍ତମାନ ଆହତ ବିଜେପି ନେତାଙ୍କୁ ଚିକିତ୍ସା ପାଇଁ ହସ୍ପଟିଲାରେ ଭର୍ତ୍ତି କରାଯାଇଛି । ଅନ୍ୟପକ୍ଷେ ପୋଲିସ ଆରଜେଡି ବିଧାୟକଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି ।


ସେହିପରି ବିହାରର ଶିବହର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ମାଧବପୁର ସୁନ୍ଦରରେ ଏକ ପୋଲିଂବୁଥ କର୍ମୀଙ୍କ ଗୁଳି ମାଡରେ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପୋଲିଂ ବୁଥରେ ମୁତୟନ ହୋମଗାର୍ଡ ଯବାନଙ୍କ ଗୁଳିରେ ଏହି ହତ୍ୟା ହୋଇଛି ବୋଲି ଅଭିଯୋଗ ହୋଇଛି । ବର୍ତ୍ତମାନ ଘଟଣା କେମିତି ଘଟିଛି, ତାହା ସ୍ପଷ୍ଟ ହୋଇ ପାରି ନାହିଁ ।

For All Latest Updates

ABOUT THE AUTHOR

...view details