ଓଡିଶା

odisha

ETV Bharat / bharat

ପିଲାଙ୍କୁ ହେଲା ପୋଲ ଫିବର, ଖେଳିଲେ ଭୋଟ-ଭୋଟ ଗେମ - ELECTION

ପିଲାଙ୍କୁ ଘାରିଲା ଭୋଟ ନିଶା। ବୟସ ହୋଇନଥିବାରୁ ଖେଳିଲେ ଭୋଟ-ଭୋଟ ଗେମ। ଏପରି ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗରେ। କିଛି ସ୍କୁଲ ପିଲା ସ୍କୁଲରୁ ଫେରି ପ୍ରତିଦିନ ପ୍ରଚାର କରିବା ସହ ଦୁଇ ଦଳରେ ବିଭାଜିତ ହୋଇ ବାଛିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ। ସେନେଇ ଜୋରସୋର ଚାଲିଛି ପିଲାଙ୍କ ପ୍ରଚାର।

ପ୍ରତିକାତ୍ମକ ଫଟୋ

By

Published : Apr 13, 2019, 10:27 PM IST

କୋଲକାତା: ଚାରିଆଡେ ନିର୍ବାଚନର ତାତି। ସମସ୍ତେ ମାତିଛନ୍ତି ପ୍ରଚାରରେ । ଏପଟେ ପଶ୍ଚିମବଙ୍ଗର କିଛି ପିଲାଙ୍କୁ ବି ଘାରିଛି ଭୋଟ ନିଶା । ସେମାନେ ଆବିଷ୍କାର କରିଛନ୍ତି ଭୋଟ-ଭୋଟ ଗେମ । ସ୍କୁଲରୁ ଫେରିବା ସମୟରେ କରୁଛନ୍ତି ପ୍ରଚାର। କିଛି ପିଲାଙ୍କୁ ନେଇ ଦୁଇ ଦଳ କରାଯାଇଛି । ଆଉ ଦଳ ପ୍ରଧାନମନ୍ତ୍ରୀ ମଧ୍ୟ ଚୟନ କରାଯିବ ।

ଆମ ଅବିଭାବକଙ୍କ କହିବା ଅନୁସାରେ, ଭୋଟ ଦେବା ପ୍ରତ୍ୟେକ ନାଗରିକଙ୍କ ପାଇଁ ଜରୁରୀ । କିନ୍ତୁ ଆମକୁ 18 ବର୍ଷ ନହେବା ପର୍ଯ୍ୟନ୍ତ ଆମେ ଭୋଟ ଦେଇ ପାରିବୁ ନାହିଁ। ତେଣୁ ଏବେ ଏହି ଗେମର ଆରମ୍ଭ କରିଛୁ ବୋଲି କହିଛନ୍ତି ପଞ୍ଚମ ଶ୍ରେଣୀରେ ପଢୁଥିବା ଜଣେ ଝିଅ।

ତେବେ ପିଲାଙ୍କର ଏହି ଗେମରେ ଖୁସି ଅଛନ୍ତି ଅବିଭାବକ। ପୁଅ ସ୍କୁଲରୁ ଆସି ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୟନ ହୋଇଥିବା କହିଥିଲା ବୋଲି କୁହନ୍ତି ତୃତୀୟ ଶ୍ରେଣୀରେ ପାଠପଢୁଥିବା ଆୟୁଷଙ୍କ ମା ଶ୍ରାବଣୀ ଦତ୍ତ। ଆୟୁଷ ନିର୍ବାଚନ ଏବଂ ବିଭିନ୍ନ ଦଳ ବିଷୟରେ ଜାଣିବା ପାଇଁ ଅନେକ ପ୍ରଶ୍ନ ମଧ୍ୟ ତାଙ୍କ ମାଙ୍କୁ ପଚାରିଛନ୍ତି ।

ଏହି ଘଟଣାରେ ମନୋତତ୍ତ୍ବବିତଙ୍କ କହିବା କଥା, ପିଲାମାନେ ସବୁ କଥା ଜାଣିବା ପାଇଁ ଇଚ୍ଛୁକ ଥାନ୍ତି । କିନ୍ତୁ ଏହି ନିର୍ବାଚନ ଗେମ ଉପରେ ଅବିଭାବକ ଧ୍ୟାନ ଦେବା ଉଚିତ । ପିଲାମାନେ ତାଙ୍କ ଚାରିପାଖରେ ଯାହା ଦେଖିଥାନ୍ତି, ଯାହା ଅନୁଭବ କରିଥାନ୍ତି ସେହି କାମ କରିଥାନ୍ତି । ତେବେ ନିର୍ବାଚନକୁ ନେଇ ହେଉଥିବା ଆକ୍ରମଣ ଓ ଗୋଷ୍ଠୀ ସଂଘର୍ଷ ଠାରୁ ଯେପରି ପିଲା ବଞ୍ଚି ରହନ୍ତୁ ।

For All Latest Updates

ABOUT THE AUTHOR

...view details