ଓଡିଶା

odisha

ETV Bharat / bharat

ରାଜନୈତିକ ମହଲରେ ଚର୍ଚ୍ଚା, ଉଦ୍ଧବ ଠାକରେଙ୍କୁ ଭେଟିଲେ ପ୍ରଶାନ୍ତ କିଶୋର - Shiv Sena chief Uddhav Thackeray

ପୂର୍ବରୁ ପ୍ରଶାନ୍ତ ବିଜେପି ପାଇଁ ନିର୍ବାଚନ ଋଣନୀତି ପ୍ରସ୍ତୁତ କରିସାରିଛନ୍ତି । ଏବେ ସେ ବିହାରରେ ଜେଡିୟୁର ଉପସଭାପତି ଅଛନ୍ତି । ଜେଡିୟୁ ଏବେ ବିଜେପିର ସହଯୋଗୀ ରହିଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ଟ୍ବିଟର

By

Published : Feb 6, 2019, 7:28 PM IST

ମୁମ୍ବାଇ: ଦେଶର ରାଜନୀତିରେ ଏବେ ମମତା-ସିବିଆଇ ୱାର ପ୍ରମୁଖ ଖବର ପାଲଟିଥିବାବେଳେ ଆଉ ଏକ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଛି । ଆଜି ସକାଳେ ଶିବସେନା ମୁଖ୍ୟ ଉଦ୍ଧବ ଠାକରେଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି ରାଜନୀତି ବିଶେଷଜ୍ଞ ତଥା ନିର୍ବାଚନୀ ଋଣନୀତି ପ୍ରସ୍ତୁତ କରୁଥିବା ପ୍ରଶାନ୍ତ କିଶୋର । ଏହି ସାକ୍ଷାତ ଆଲୋଚନା ଏବେ ଚର୍ଚ୍ଚାର ବିଷୟ ପାଲଟିଥିବାବେଳେ ବିଜେପି ପାଇଁ ଏହା ଏକ ସଙ୍କଟର ବିଷୟ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଯେ ପୂର୍ବରୁ ପ୍ରଶାନ୍ତ ବିଜେପି ପାଇଁ ନିର୍ବାଚନ ଋଣନୀତି ପ୍ରସ୍ତୁତ କରିସାରିଛନ୍ତି । ଏବେ ସେ ବିହାରରେ ଜେଡିୟୁର ଉପସଭାପତି ଅଛନ୍ତି । ଜେଡିୟୁ ଏବେ ବିଜେପିର ସହଯୋଗୀ ରହିଛି । ତେବେ ମହାରାଷ୍ଟ୍ରରେ କଥା କଥାରେ ଶାସକ ବିଜେପି ସରକାରକୁ ଚେତାବନୀ ଦେଉଥିବା ମେଣ୍ଟ ସହଯୋଗୀ ଶିବସେନା ସହ ତାଙ୍କ ସାକ୍ଷାତକାରକୁ ସୌଜନ୍ୟମୂଳକ ବୋଲି କୁହାଯାଉଛି ।

ରିପୋର୍ଟ ଅନୁସାରେ ଆଜି ସକାଳେ ଉଦ୍ଧବ ଠାକରେଙ୍କୁ ତାଙ୍କ ମୁମ୍ବାଇସ୍ଥିତ ବାସଭବନରେ ପ୍ରଶାନ୍ତ କିଶୋର ସାକ୍ଷାତ କରିଛନ୍ତି । ଏହି ଅବସରରେ ଉଭୟ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ସମୟରେ ସେଠାରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ଠାକରେ ମଧ୍ୟ ଉପସ୍ଥିତ ଥିଲେ । ଏହାପରେ ଠାକରେଙ୍କ ସହ ସେ ମଧ୍ୟାହ୍ନ ଭୋଜନ କରିଥିଲେ । ଏହା ବିଷୟରେ ଆଦିତ୍ୟ ନିଜ ଟ୍ବିଟର ଆକାଉଣ୍ଟରେ ପୋଷ୍ଟ କରି ସୂଚନା ଦେଇଛନ୍ତି । ସେହିପରି ପ୍ରଶାନ୍ତ ମଧ୍ୟ ଏନଡିଏ ମେଣ୍ଟ ସହଯୋଗୀ ଭାବରେ ମହାରାଷ୍ଟ୍ରରେ ଶିବସେନାକୁ ସବୁ ପ୍ରକାର ସହାୟତା କରିବା ପାଇଁ ପ୍ରସ୍ତୁତ ଥିବା ନିଜ ସୋସିଆଲ ମିଡିଆରେ ଲେଖିଛନ୍ତି ।

ତେବେ ଶିବସେନା ବାରମ୍ବାର ବିଭିନ୍ନ ପ୍ରସଙ୍ଗରେ ବିଜେପି ସହ ମେଣ୍ଟ ଭାଙ୍ଗିବ ପାଇଁ ଧମକ ଦେଉଥିବାବେଳେ ପ୍ରଶାନ୍ତଙ୍କୁ ସହ ଭେଟିବା ରାଜନୈତିକ ଦୃଷ୍ଟିକୋଣରୁ ଚର୍ଚ୍ଚାର ବିଷୟ ପାଲଟିଛି । ଆଗାମୀ ନିର୍ବାଚନରେ ପ୍ରଶାନ୍ତ ଶିବସେନାର ଋଣନୀତି ପ୍ରସ୍ତୁତ କରିବେ ବୋଲି ଆଲୋଚନା ହେଉଛି । ତେବେ ଶିବସେନାର ନେତା ସଞ୍ଜୟ ରାଉତ ଏହା ଉପରେ ସ୍ପଷ୍ଟୀକରଣ ଦେଇ କହିଛନ୍ତି ଯେ ଏହା ଏକ ସୌଜନ୍ୟମୂଳକ ସାକ୍ଷାତ ଥିଲା । ସେ ଏନଡିଏ ମେଣ୍ଟର ଜଣେ ସହଯୋଗୀ ନେତା ଏବଂ ଆମେ ମଧ୍ୟ ସେହି ହିସାବରେ ତାଙ୍କୁ ଭେଟିଥିଲୁ । ଏହାକୁ କୌଣସି ପ୍ରକାର ରାଜନୈତିକ ରୂପ ନଦେବାକୁ ସେ ଅନୁରୋଧ କରିଛନ୍ତି ।

ABOUT THE AUTHOR

...view details