ଓଡିଶା

odisha

ETV Bharat / bharat

ବିନା ପ୍ରଶ୍ନକାଳରେ ଚାଲିବ ସଂସଦ: ଗଣତନ୍ତ୍ର ପ୍ରତି ବିପଦ କହିଲେ ବିରୋଧୀ - corona pandemic

କୋରୋନା ସଙ୍କଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେପ୍ଟେମ୍ବର 14 ରେ ଏହି ଅଧିବେଶନ ଆରମ୍ଭ ହେବ କିନ୍ତୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ଏହାକୁ ନେଇ ଲଢେଇ ଆରମ୍ଭ ହୋଇଗଲାଣି ।

ବିନା ପ୍ରଶ୍ନକାଳରେ ଚାଲିବ ସଂସଦ: ଗଣତନ୍ତ୍ର ପ୍ରତି ବିପଦ କହିଲେ ବିରୋଧି
ବିନା ପ୍ରଶ୍ନକାଳରେ ଚାଲିବ ସଂସଦ: ଗଣତନ୍ତ୍ର ପ୍ରତି ବିପଦ କହିଲେ ବିରୋଧି

By

Published : Sep 2, 2020, 12:37 PM IST

Updated : Sep 2, 2020, 1:40 PM IST

ନୂଆଦିଲ୍ଲୀ : କୋରୋନା ସଙ୍କଟ ମଧ୍ୟରେ ସଂସଦର ମୌସୁମୀ ଅଧିବେଶନ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି । ସେପ୍ଟେମ୍ବର 14 ରେ ଏହି ଅଧିବେଶନ ଆରମ୍ଭ ହେବ କିନ୍ତୁ ସରକାର ଓ ବିରୋଧୀଙ୍କ ମଧ୍ୟରେ ଏହାକୁ ନେଇ ଲଢେଇ ଆରମ୍ଭ ହୋଇଗଲାଣି । କୋରୋନା ଅବଧିରେ ଅନୁଷ୍ଠିତ ସଂସଦର ଅଧିବେଶନରେ ପ୍ରଶ୍ନକାଳ ଅନ୍ତର୍ଭୂକ୍ତ କରାଯାଇ ନାହିଁ ଆଉ ଏହାକୁ ନେଇ ବିରୋଧୀଦଳଙ୍କ ମଧ୍ୟରେ ଅନେକ ପ୍ରକାରର ପ୍ରଶ୍ନ ଉଠିଛି | କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଠାରୁ ଆରମ୍ଭ କରି ଟିଏମସି ନେତାମାନେ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଛନ୍ତି ।

ଟିଏମସି ସାଂସଦ ଡେରେକ ଓ’ବ୍ରାଇନ୍ କହିଛନ୍ତି, ‘ସାଂସଦମାନେ ପ୍ରଶ୍ନକାଳ ପାଇଁ 15 ଦିନ ପୂର୍ବରୁ ସେମାନଙ୍କ ପ୍ରଶ୍ନ ଦାଖଲ କରିବା ଆବଶ୍ୟକ । ସେପ୍ଟେମ୍ବର 14 ରେ ଅଧିବେଶନ ଆରମ୍ଭ ହେବ, ତେବେ ପ୍ରଶ୍ନକାଳ ବାତିଲ ହୋଇପାରିବ କି? 1950 ପରଠାରୁ ପ୍ରଥମ ଥର ପାଇଁ ବିରୋଧୀ ସାଂସଦମାନେ ସରକାରଙ୍କୁ ପ୍ରଶ୍ନ ପଚାରିବାର ଅଧିକାର ହରାଇଲେ କି ? ଯେତେବେଳେ ସଂସଦର ସାମଗ୍ରିକ କାର୍ଯ୍ୟ ସମୟ ସମାନ ତେବେ ପ୍ରଶ୍ନକାଳ କାହିଁକି ବାତିଲ ହେଲା ? ଗଣତନ୍ତ୍ରକୁ ହତ୍ୟା କରିବା ପାଇଁ ମହାମାରୀ ଏକ ବାହାନା ’। ଅନ୍ୟପକ୍ଷେ ଆରଜେଡି ସାଂସଦ ମନୋଜ ଝା କହିଛନ୍ତି ଯେ ଯଦି କୌଣସି ପ୍ରଶ୍ନକାଳ ରହିବନି ତେବେ ସଂସଦୀୟ ଗଣତନ୍ତ୍ରର ପ୍ରାଣ ମରିଯିବ । ସେ କହିଛନ୍ତି ଯେ ଦେଶରେ କେତେ ପ୍ରଶ୍ନ ଅଛି, ଲୋକଙ୍କ ଚିନ୍ତା ସହ ଜଡିତ ଅନେକ ପ୍ରଶ୍ନ ରହିଛି । ସେ ଏହା ମଧ୍ୟ ପଚାରିଛନ୍ତି ଯେ ପ୍ରଶ୍ନକାଳ ରହିବା ଦ୍ବାରା କଣ କୋରୋନା ସଂକ୍ରମଣ ବ୍ୟାପିବ ।

କଂଗ୍ରେସ ସାଂସଦ ଶଶି ଥରୁର ଏହି ପ୍ରସଙ୍ଗରେ ଟ୍ବିଟ୍ କରି କହିଛନ୍ତି, ‘ ମୁଁ ଚାରିମାସ ପୂର୍ବରୁ କହିଥିଲି ଯେ ଶକ୍ତିଶାଳୀ ନେତାମାନେ ମହାମାରୀକୁ ଗଣତନ୍ତ୍ରର ସମାପ୍ତି ଭାବରେ ବ୍ୟବହାର କରିପାରିବେ । ସଂସଦ ଅଧିବେଶନର ବିଜ୍ଞପ୍ତିରେ କୁହାଯାଇଛି ଯେ ଏଥର ପ୍ରଶ୍ନକାଳ ରହିବ ନାହିଁ । ଆମକୁ ସୁରକ୍ଷିତ ରଖିବା ନାମରେ ଏହା କେତେ ଠିକ୍?’

ବିନା ପ୍ରଶ୍ନକାଳରେ ଚାଲିବ ସଂସଦ: ଗଣତନ୍ତ୍ର ପ୍ରତି ବିପଦ କହିଲେ ବିରୋଧି

କଂଗ୍ରେସ ନେତା କହିଛନ୍ତି ଯେ ସଂସଦୀୟ ଗଣତନ୍ତ୍ରରେ ସରକାରଙ୍କୁ ପ୍ରଶ୍ନ ପଚାରିବା ଜରୁରୀ । କିନ୍ତୁ ଏହି ସରକାର ସଂସଦକୁ ଏକ ବିଜ୍ଞାପନ ବୋର୍ଡ ପରି ବ୍ୟବହାର କରିବାକୁ ଚାହୁଁଛନ୍ତି ଓ ଏହାର ସଂଖ୍ୟାଗରିଷ୍ଠତାକୁ ରବର ଷ୍ଟାମ୍ପ ଭାବରେ ବ୍ୟବହାର କରୁଛି । କଂଗ୍ରେସ ନେତା ରାଜୀବ ଶୁକ୍ଲା ମଧ୍ୟ ଏହି ପ୍ରସଙ୍ଗରେ ଟ୍ବିଟ୍ କରି ଲେଖିଛନ୍ତି ଯେ ଏହା କେମିତି ସମ୍ଭବ ? ଏହି ନିଷ୍ପତ୍ତିକୁ ପୁନର୍ବାର ବିଚାର କରିବା ପାଇଁ ବାଚସ୍ପତିଙ୍କୁ ଆବେଦନ କରୁଛି । ପ୍ରଶ୍ନକାଳ ହେଉଛି ସଂସଦର ସବୁଠାରୁ ବଡ ଶକ୍ତି ।

ଶଶି ଥରୁରଙ୍କ ବ୍ୟତୀତ ଟିଏମସି ରାଜ୍ୟସଭା ସାଂସଦ ଦୀନେଶ ତ୍ରିବେଦୀ ମଧ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ ଏହାକୁ ବିରୋଧ କରିବା ପ୍ରତ୍ୟେକ ସାଂସଦଙ୍କର କର୍ତ୍ତବ୍ୟ କାରଣ ଏହା ହେଉଛି ଏକ ପ୍ଲାଟଫର୍ମ ଯାହାଦ୍ବାରା ସରକାରଙ୍କୁ ପ୍ରଶ୍ନ କରାଯାଏ । ଅନ୍ୟପକ୍ଷେ ସଂସଦରେ ପ୍ରଶ୍ନକାଳ ନ ରହିବା ଇତିହାସରେ ଏକ ପ୍ରକାର ପ୍ରଥମ । ପୂର୍ବତନ କେନ୍ଦ୍ର ମନ୍ତ୍ରୀ କହିଛନ୍ତି ଯେ ଏହା ଏକ ସାଧାରଣ ଅଧିବେଶନ, କୌଣସି ବିଶେଷ ଅଧିବେଶନ ନୁହେଁ ଯେ ଏହି ପ୍ରକାର ନିଷ୍ପତ୍ତି ନିଆଯାଉଛି । ଦୀନେଶ ତ୍ରିବେଦୀ କହିଛନ୍ତି ଯେ ଆମେ ସାଧାରଣ ଲୋକଙ୍କ ପାଇଁ ପ୍ରଶ୍ନ ପଚାରୁଛୁ, ଏହା ଗଣତନ୍ତ୍ର ପାଇଁ ବିପଦ ।

ବିନା ପ୍ରଶ୍ନକାଳରେ ଚାଲିବ ସଂସଦ: ଗଣତନ୍ତ୍ର ପ୍ରତି ବିପଦ କହିଲେ ବିରୋଧି

ପ୍ରକାଶଥାଉକି, କୋରୋନା ସଙ୍କଟ କାରଣରୁ ଏଥର ସଂସଦ ଅଧିବେଶନରେ ଅନେକ ପରିବର୍ତ୍ତନ କରାଯାଇଛି । ଏହି କ୍ଷେତ୍ରରେ ପ୍ରଶ୍ନକାଳକୁ ବନ୍ଦ ରଖାଯାଇଛି । ଶୂନ୍ୟକାଳକୁ ହ୍ରାସ କରାଯାଇଛି । ଏଥର ଅଧିବେଶନ 14 ସେପ୍ଟେମ୍ବରରୁ 1 ଅକ୍ଟୋବର ପର୍ଯ୍ୟନ୍ତ ବିନା କୌଣସି ଛୁଟିରେ ଚାଲିବ |

Last Updated : Sep 2, 2020, 1:40 PM IST

ABOUT THE AUTHOR

...view details