ଓଡିଶା

odisha

ETV Bharat / bharat

25 ବର୍ଷରେ ହୋଇଥିଲେ ମନ୍ତ୍ରୀ, 7ଥର ସାଂସଦ ସୁଷମା - ସୁଷମା ସ୍ବରାଜଙ୍କ ଦେହାନ୍ତ

ଶେଷ ଯାତ୍ରାରେ ଭାରତର ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ । ମାତ୍ର 25 ବର୍ଷ ବୟସରେ ସେ ହୋଇଥିଲେ ହରିୟାଣା ସରକାରରେ କ୍ୟାବିନେଟ ମନ୍ତ୍ରୀ । ୭ ଥର ସଂସଦର ସଦସ୍ୟ ହିସାବରେ ମଧ୍ୟ ନିର୍ବାଚିତ ହୋଇଛନ୍ତି ସ୍ବରାଜ ।

ଫାଇଲ ଫଟୋ

By

Published : Aug 7, 2019, 12:09 AM IST

Updated : Aug 7, 2019, 1:47 AM IST

ନୂଆଦିଲ୍ଲୀ: ପୂର୍ବତନ ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜଙ୍କ ଦେହାନ୍ତ । ହୃଦଘାତରେ ସୁଷମାଙ୍କ ପରଲୋକ ହୋଇଥିବା ନେଇ ସୂଚନା । ମୃତ୍ୟୁ ବେଳକୁ ସୁଷମାଙ୍କୁ 67 ବର୍ଷ ହୋଇଥିଲା ।

ନୂଆଦିଲ୍ଲୀସ୍ଥିତ ଏମ୍ସରେ ସୁଷମାଙ୍କ ଦେହାନ୍ତ ହୋଇଛି । ପୂର୍ବରୁ ସ୍ବରାଜଙ୍କ କିଡ୍‌ନୀ ପ୍ରତ୍ୟାରୋପଣ ହୋଇଥିବା ବେଳେ ଦୀର୍ଘ ଦିନରୁ ସେ ଅସୁସ୍ଥ ଥିଲେ । ଏପରିକି ଅସୁସ୍ଥତା କାରଣରୁ ସୁଷମା 2019 ନିର୍ବାଚନ ନଲଢିବା ନେଇ ମଧ୍ୟ ଘୋଷଣା କରିଥିଲେ ।

୧୯୫୨ ଫେବୃୟାରୀ ୧୪ରେ ହରିୟାଣାସ୍ଥିତ ଅମ୍ବାଲାକାନ୍ତ ଗ୍ରାମରେ ଲଷ୍ମୀଦେବୀ ଓ ହରଦେବ ଶର୍ମାଙ୍କ ଘରେ ଜନ୍ମ ଗ୍ରହଣ କରନ୍ତି ସୁଷମା ସ୍ବରାଜ (ସୁଷମା ଶର୍ମା) । ଅମ୍ବାଲାସ୍ଥିତ ସନ୍ତାନ ମହାବିଦ୍ୟାଳୟରେ ପଢୁଥିବା ବେଳେ ସୁଷମା ସେଠାରେ ସଂସ୍କୃତ ଓ ରାଜନୀତିକ ବିଜ୍ଞାନରେ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ତେବେ ସଂସ୍କୃତରେ ବେଶ୍‌ ଦକ୍ଷ ଥିଲେ ସୁଷମା ।

ପଞ୍ଜାବର ଅମ୍ବାଲାରେ ଜନ୍ମ ଗ୍ରହଣ କରିଥିବା ସୁଷମା ଭାରତୀୟ ରାଜନୀତିରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ସୁଷମା ଜଣେ ପୂର୍ବତନ ସୁପ୍ରିମକୋର୍ଟ ଓକିଲ ଥିବା ବେଳେ ପ୍ରଥମେ ମୋଦି ସରକାରଙ୍କ ସମୟରେ ବୈଦେଶିକ ମନ୍ତ୍ରୀ ଭାବେ ନିଜର ଦାୟିତ୍ବ ତୁଲାଇଥିଲେ ।

ସ୍ବରାଜ ୧୯୭୭ ମସିହାରେ ହରିୟାଣା ବିଧାନସଭାକୁ ପ୍ରବେଶ କରି ମାତ୍ର ୨୫ ବର୍ଷ ବୟସରେ ସବୁଠୁାରୁ କନିଷ୍ଠ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ । ଏପରିକି ୭ ଥର ସଂସଦକୁ ସଦସ୍ୟ ହିସାବରେ ନିର୍ବାଚିତ ହୋଇଥିବା ସୁଷମା ଏକ ସଂକ୍ଷିପ୍ତ ସମୟ ପାଇଁ ଦିଲ୍ଲୀର ପଞ୍ଚମ ମୁଖ୍ୟମନ୍ତ୍ରୀ ହୋଇଥିଲେ । ଏହାସହ କେନ୍ଦ୍ରରେ ଗଠିତ ସମସ୍ତ ବିଜେପି ସରକାରରେ ସେ ଅଂଶବିଶେଷ ହୋଇଥିଲେ।

ଧାରା 370 ଉଚ୍ଛେଦ ଉପରେ ସୁଷମା ଶେଷ ଟ୍ବିଟ କରିଥିଲେ । ସୋସିଆଲ ମିଡିଆରେ ସର୍ବଦା ସକ୍ରିୟ ସୁଷମା ବିଦେଶରେ ଫସିଥିବା ଅନେକ ଭାରତୀୟଙ୍କୁ ଉଦ୍ଧାର କରିଛନ୍ତି । ସ୍ବରାଜଙ୍କ ଦେହାନ୍ତରେ ଦେଶର ରାଜନୈତିକ ମାହୋଲରେ ଶୋକର ଛାୟା ଖେଳିଯାଇଛି ।

Last Updated : Aug 7, 2019, 1:47 AM IST

ABOUT THE AUTHOR

...view details