ଓଡିଶା

odisha

ETV Bharat / bharat

ନକ୍ସଲଙ୍କ ସହ ଗୁଳିବିନିମୟ, ଏସଟିଏଫ ଯବାନ ଶହୀଦ - ଏସଟିଏଫ ଯବାନ ସହିଦ

ରାଞ୍ଚିରେ ମାଓବାଦୀ ଓ ପୋଲିସ ମଧ୍ୟରେ ଗୁଳିବିନିମୟ । ଏଥିରେ ଏସଟିଏଫର ଜଣେ ଯବାନ ଶହୀଦ ଓ ଅନ୍ୟ ଜଣେ ଯବାନ ଆହତ ହୋଇଥିବା ଜଣାପଡିଛି। ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପ୍ରତିକାତ୍ମକ ଫଟୋ

By

Published : Oct 4, 2019, 9:52 AM IST

Updated : Oct 4, 2019, 6:38 PM IST

ରାଞ୍ଚି: ମାଓବାଦୀ ଓ ପୋଲିସ ମଧ୍ୟରେ ହୋଇଛି ଗୁଳିବିନିମୟ । ଏଥିରେ ଏସଟିଏଫର ଜଣେ ଜବାନ ଶହୀଦ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଏସଟିଏଫ ଡିଆଇଜି ସାକେତ କୁମାର ଯବାନ ଶହୀଦ ହେବା ନେଇ ନେଇ ସ୍ପଷ୍ଟ କରିଛନ୍ତି ।

ଶହୀଦ ଯବାନ ହେଲେ ପଞ୍ଚମ ମହତୋ । ଏହି ଗୁଳିବିନିମୟ ରାଞ୍ଚିର ଦୋକାପିଢୀ ଗାଁରେ ହୋଇଛି । ଆହତ ଥିବା ଯବାନଙ୍କ ଶରୀରରେ ତିନୋଟି ଗୁଳି ବାଜିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିବା ବେଳେ ଆହତ ଯବାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Last Updated : Oct 4, 2019, 6:38 PM IST

ABOUT THE AUTHOR

...view details