ଓଡିଶା

odisha

ETV Bharat / bharat

ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ମାଟିଖୋଳି ମୃତଶିଶୁର ଡିଏନଏ ନମୁନା ନେଲା ପୋଲିସ - ପୋଲିସ ଶିଶୁର ମୃତଦେହ ବାହର କରିବା ଘଟଣା

ଛତିଶଗଡ ଫାର୍ସଗାଓଁ ଅଞ୍ଚଳରେ ମୃତଶିଶୁର ମୃତଦେହ ଉଦ୍ଧାର କରି ଡିଏନଏ ନମୁନା ପଠାଇଲା ପୋଲିସ । ପଢନ୍ତୁ ଅଧିକ....

ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ମାଟିଖୋଳି ମୃତଶିଶୁର ଡିଏନଏ ନମୁନା ନେଲା ପୋଲିସ
ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ମାଟିଖୋଳି ମୃତଶିଶୁର ଡିଏନଏ ନମୁନା ନେଲା ପୋଲିସ

By

Published : Jan 31, 2021, 10:34 PM IST

ରାୟପୁର: ଛତିଶଗଡ ଫାର୍ସଗାଓଁ ଅଞ୍ଚଳରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ଜଣେ ଦୁଷ୍କର୍ମ ପିଡିତାଙ୍କ ମୃତ ନବଜାତକର ମୃତଦେହ ଉଦ୍ଧାର କରି ପୋଲିସ ଡିଏନଏ ନମୁନା ପଠାଇବା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି । ଦୁଷ୍କର୍ମ ପୀଡିତା ନାବାଳିକା ଏକ ଶିଶୁକୁ ଜନ୍ମ ଦେବା ପରେ ଜାନୁଆରୀ 29 ତାର ମୃତ୍ୟୁ ହୋଇଥିଲା । ପରେ କାହାକୁ ନଜଣାଇ ଉକ୍ତ ନାବାଳିକାର ପରିବାର ଶିଶୁର ମୃତଦେହକୁ ପୋତି ଦେଇଥିଲେ । ପରେ ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଉକ୍ତ ନବଜାତକର ମୃତଦେହକୁ ମାଟି ଖୋଳି ଉଦ୍ଧାର କରିବା ସହ ତାର ଡିଏନଏ ନମୂନା ପରୀକ୍ଷା ପାଇଁ ପଠାଇଛି ।

ଦୁଷ୍କର୍ମ ମାମଲାର ତଦନ୍ତ ପାଇଁ ମାଟିଖୋଳି ମୃତଶିଶୁର ଡିଏନଏ ନମୁନା ନେଲା ପୋଲିସ

ତଦନ୍ତ ଦାୟିତ୍ବରେ ଥିବା ଅଧିକାରୀ କହିଛନ୍ତି ଯେ ଦୁଷ୍କର୍ମ ପୀଡିତା ଏକ ସନ୍ତାନ ଜନ୍ମ ଦେଇଛନ୍ତି । କିନ୍ତୁ ଶିଶୁଟି ତାର ନୁହେଁ ବୋଲି ଅସ୍ବୀକାର କରିଛି ଅଭିଯୁକ୍ତ । ତେବେ ଏନେଇ ଡିଏନଏ ଟେଷ୍ଟର ଆବଶ୍ୟକତା ଥିବାରୁ ଶିଶୁର ମୃତଦେହକୁ ମାଟିଖୋଳି ବାହାର କରାଯାଇଥିବା ପୋଲିସ କହିଛି ।

ଘଟଣା ଅନୁସାରେ 2020 ଡିସେମ୍ବର 5ରେ ଫାର୍ସଗାଓଁ ପୋଲିସ ଷ୍ଟେସନ ଅଞ୍ଚଳର ଜଣେ ନାବାଳକ ପୋଲିସ ଷ୍ଟେସନରେ ଦୁଷ୍କର୍ମର ଶିକାର ହୋଇଥିବା ରିପୋର୍ଟ ଦାଖଲ କରିଥିଲା। 8 ମାସ ପୂର୍ବରୁ ଦୁଷ୍କର୍ମ ହୋଇଥିବା ସେ ଦର୍ଶାଇଥିବା ବେଳେ ଜଣେ ସ୍ଥାନୀୟ ଯୁବକ ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଥିଲେ । ପରେ ଉକ୍ତ ଘଟଣାରେ ଅଭିଯୁକ୍ତ ଜଣଙ୍କ ଘଟଣାକୁ ଅସ୍ବୀକାର କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details