ପ୍ରିୟଙ୍କା ଓ ରାହୁଲଙ୍କୁ ରୋକିଲା ମୀରଟ ପୋଲିସ
ମୀରଟ ଗସ୍ତରେ ଯିବା ବେଳେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ଉତ୍ତର ପ୍ରଦେଶ ପୋଲିସ ରାଜ୍ୟର ପ୍ରତାପପୁର ବାଇପାସ ରୋଡରେ ଅଟକାଇଛି।
ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁର
ମୀରଟ: ନାଗରିକ ସଂଶୋଧନ ଆଇନ (ସିଏଏ ) କୁ ନେଇ ହୋଇଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କା ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ପୋଲିସ ଅଟକାଇଛି । ମୀରଟର ପ୍ରତାପପୁର ବାଇପାସ ରୋଡରୁ ପୋଲିସ ସହର ଭିତରକୁ ଯିବା ପାଇଁ ମନା କରିଦେଇଛି। ସିଏଏକୁ ନେଇ ବ୍ୟାପକ ହିଂସାକାଣ୍ଡ ସୃଷ୍ଟି ହୋଇଛି । ଉତ୍ତର ପ୍ରଦେଶରେ ବିଭିନ୍ନ ସ୍ଥାନରେ ସିଏଏ ବିରୋଧରେ ଆନ୍ଦୋଳନ ଓ ହିଂସା ହୋଇଥିଲା । କେତେକ ଅଞ୍ଚଳରେ 144 ଧାରା ଜାରି କରାଯାଇଥିଲା। ଏହି ହିଂସାରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଛି।