ନୂଆଦିଲ୍ଲୀ: ଜେଏନୟୁର ଆନ୍ଦୋଳନରତ ଦିବ୍ୟାଙ୍ଗ ଛାତ୍ରଙ୍କ ପ୍ରତି କଡା ଆଭିମୁଖ୍ୟ ଦେଖାଇଛି ଦିଲ୍ଲୀ ପୋଲିସ । ଦିବ୍ୟାଙ୍ଗ ଛାତ୍ରଙ୍କ ଉପରେ ସୋମବାର ହୋଇଥିବା ଲାଠିଚାର୍ଜ ବିରୋଧରେ ପ୍ରଦର୍ଶନ କରିବାକୁ ଦିଲ୍ଲୀ ପୋଲିସ ମୁଖ୍ୟାଳୟ ଅଭିମୁଖେ ଯାଉଥିବା ଦିବ୍ୟାଙ୍ଗ ଛାତ୍ରଙ୍କୁ ହେପାଜତକୁ ନିଆଯାଇଛି । ଏହି ସମସ୍ତଙ୍କୁ ବସନ୍ତ ବିହାର ନିକଟରେ ଅଟକାଇ ବସନ୍ତକୁଞ୍ଜ ପୋଲିସ ଷ୍ଟେସନକୁ ପଠାଯାଇଛି ।
ଜେଏନୟୁ ଛାତ୍ର ଅସନ୍ତୋଷ: ଆନ୍ଦୋଳନରତ ଦିବ୍ୟାଙ୍ଗ ଛାତ୍ରଙ୍କୁ ଉଠାଇ ନେଲା ପୋଲିସ - Police Stopped handicaft Students Going To Protest
ଜେଏନୟୁର ଦିବ୍ୟାଙ୍ଗ ଛାତ୍ରଙ୍କ ଉପରେ ସୋମବାର ହୋଇଥିବା ଲାଠିଚାର୍ଜ ବିରୋଧରେ ପ୍ରଦର୍ଶନ କରିବାକୁ ଯାଉଥିବା ଦିବ୍ୟାଙ୍ଗ ଛାତ୍ରଙ୍କୁ ହେପାଜତକୁ ନିଆଯାଇଛି ।
ପ୍ରାୟ 30 ଜଣ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କୁ ପୋଲିସ ଭେନ ଯୋଗେ ପ୍ରଥମେ ବସନ୍ତକୁଞ୍ଜ ପୋଲିସ ଷ୍ଟେସନ ନିଆଯାଇଥିଲା । ସେଠାରେ ପ୍ରାୟ 30 ମିନିଟ ଅଟକାଇବା ପରେ ସେମାନଙ୍କୁ ଆଇଟିଓ ସ୍ଥିତ ପୋଲିସ ମୁଖ୍ୟାଳୟ ନିଆଯାଇଥିବା ଜଣା ପଡିଛି ।
ସୂଚନାଯୋଗ୍ୟ ଯେ, ଗତ ସୋମବାର ଦିଲ୍ଲୀ ରାଜରାସ୍ତାରେ ଜେଏନୟୁ ଛାତ୍ର ପ୍ରଦର୍ଶନ କରୁଥିଲେ । ଏହି ସମୟରେ ପୋଲିସ ସେମାନଙ୍କ ଉପରେ ଲାଠିଚାର୍ଜ କରିଥିଲା । ତେବେ ପୋଲିସର ଏହି କାର୍ଯ୍ୟାନୁଷ୍ଠାନରେ ଜେଏନୟୁର ଜଣେ ଦିବ୍ୟାଙ୍ଗ ଛାତ୍ର ଶଶିଭୁଷଣ ଆହତ ହୋଇଥିଲେ । ଏହାକୁ ବିରୋଧ କରି ଦିବ୍ୟାଙ୍ଗ ଛାତ୍ର ସଂଗଠନ ବୁଧବାର ପ୍ରଦର୍ଶନ କରିବାର ନିଷ୍ପତ୍ତି ନେଇଥିଲା ।