ଓଡିଶା

odisha

By

Published : Apr 15, 2020, 3:24 PM IST

ETV Bharat / bharat

40 ପ୍ରବାସୀ ଶ୍ରମିକଙ୍କୁ ଅଟକାଇଲା ତେଲେଙ୍ଗାନା ପୋଲିସ

ଲକଡାଉନ ଅବିଧି ବୃଦ୍ଧି ହେବା ପରେ ଦେଶରେ ପ୍ରବାସୀ ଶ୍ରମିକଙ୍କ ଚିନ୍ତା ଆହୁରୀ ବଢି ଯାଇଛି । ଅତ୍ୟାବଶ୍ୟକ ସାମଗ୍ରୀ ପାଉନଥିବା ବେଳେ ନିଜ ପରିବାର ଲୋକଙ୍କ ପାଖକୁ ଯିବା ପାଇଁ ଏମାନେ ଅଡି ବସିଛନ୍ତି । ଏପରି ସ୍ଥଳେ ତେଲେଙ୍ଗାନାରେ ପ୍ରାୟ 40 ଶ୍ରମିକ ମଧ୍ୟପ୍ରଦେଶ ଯିବାକୁ ଚାଲି ଚାଲି ବାହାରିଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିବା ଜଣାପଡିଛି ।

40 ପ୍ରବାସୀ ଶ୍ରମିକଙ୍କୁ ଅଟକାଇଲା ତେଲେଙ୍ଗାନା ପୋଲିସ
40 ପ୍ରବାସୀ ଶ୍ରମିକଙ୍କୁ ଅଟକାଇଲା ତେଲେଙ୍ଗାନା ପୋଲିସ

ହାଇଦ୍ରାବାଦ: ଲକଡାଉନରେ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ଦିନମଜୁରିଆ ଓ ପ୍ରବାସୀ ଶ୍ରମିକ । ଏପଟେ ପୁଣି ଲକଡାଉନର ଅବଧି ବୃଦ୍ଧି କରିଛନ୍ତି ସରକାର । ଗାଡି ମଟର ବନ୍ଦ ଥିବା ହେତୁ ପରିବାର ଲୋକଙ୍କ ପାଖକୁ ଫେରିବା ପାଇଁ ଚାଲି ଚାଲି ଯିବାକୁ ନିଷ୍ପତ୍ତି ନେଇଛନ୍ତି ଏମାନେ । ମଧ୍ୟପ୍ରଦେଶର ପାଖାପାଖି 40 ଜଣ ଶ୍ରମିକ ଘରକୁ ଯିବାକୁ ଚାଲି ଚାଲି ବାହାରିଥିବା ବେଳେ ତେଲେଙ୍ଗାନା ପୋଲିସ ସେମାନଙ୍କୁ ଯିବାକୁ ଦେଇନାହାନ୍ତି । ସେମାନଙ୍କ ରହିବା, ଖାଇବା ଆଦି ସମସ୍ତ ବ୍ୟବସ୍ତା କରାଇବେ ବୋଲି ତାଙ୍କୁ ଆଶ୍ବାସନା ଦେଇଛନ୍ତି ।

ତେବେ ଏହି ଶ୍ରମିକଙ୍କ କହିବାନୁଯାୟୀ, କଣ୍ଟ୍ରାକ୍ଟରଙ୍କୁ ଦେଇଥିବା ପ୍ରତିଶୃତି ଅନୁଯାୟୀ ଆମେ କାର୍ଯ୍ୟରେ ଯୋଗଦେବାକୁ ଆସିଥିଲୁ । ଭାବିଥିଲୁ ଲକଡାଉନ ଏପ୍ରିଲ 14 ରେ ସରିଯିବ । କିନ୍ତୁ କେନ୍ଦ୍ରସରକାର ଏହାକୁ ମେ 3 ତାରିଖ ଯାଏଁ ଘୁଞ୍ଚାଇ ଦେଇଛନ୍ତି । ଫଳରେ ଆମେ ଏବେ ଚାଲି ଚାଲି ଘରକୁ ଫେରିବାକୁ ବାଧ୍ୟ ହେଉଛୁ । ଦେଖାଦେଇଛି ଏପରି ଅନେକ ଶ୍ରମିକ ଅଛନ୍ତି ଯେଉଁମାନେ ସାଙ୍ଗରେ ପିଲା ଛୁଆ ନେଇ ଆସିଛନ୍ତି । ଫଳରେ ଖାଦ୍ୟ ନପାଇ ଆମେ ଘରକୁ ଯିବାକୁ ବାଧ୍ୟ ହେଉଛୁ ବୋଲି କହିଛନ୍ତି ।

ବାଟରେ ଚାଲି ଚାଲି ଯାଉଥିବା ସମୟରେ କିଛି ପୋଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ । ଏବଂ ତାଙ୍କୁ ଏହା ବୁଝାଇଥିଲେ ଯେ କୌଣସି ବି ରାଜ୍ୟ ସରକାର ଏବେ କାହାରିକୁ ପ୍ରବେଶ କରିବାକୁ ଅନୁମତି ଦେଉନାହାନ୍ତି । କି ତେଲେଙ୍ଗାନା ସରକାର କାହାରିକୁ ବହାରକୁ ଯିବାକୁ ଦେବେ ନାହିଁ । ଫଳରେ ଲକଡାଉନ ନ ସରିବା ପର୍ଯ୍ୟନ୍ତ କେହି କୁଆଡେ ନ ଯିବାକୁ ପରାମର୍ଶ ଦେଇଥିଲେ ।

@ani

ABOUT THE AUTHOR

...view details