ଓଡିଶା

odisha

ETV Bharat / bharat

ଜେଏନୟୁ କୁଳପତିଙ୍କ ଭାଷା କହୁଛି ଦିଲ୍ଲୀ ପୋଲିସ: ଆଇଶି ଘୋଷ - ଜେଏନୟୁ କୁଳପତିଙ୍କ ଭାଷା କହୁଛି ଦିଲ୍ଲୀ ପୋଲିସ

ଜେଏନୟୁ ଛାତ୍ର ସଂସଦର ଅଧ୍ୟକ୍ଷ ଦିଲ୍ଲୀ ପୋଲିସ ନାଁରେ ଅଭିଯୋଗ ଆଣିଛନ୍ତି। ଦିଲ୍ଲୀ ପୋଲିସ କେବଳ ବାମପନ୍ଥୀ ଛାତ୍ରଛାତ୍ରୀଙ୍କୁ ଟାର୍ଗେଟ କରୁଛି ହେଲେ ଏବିଭିପିକୁ ବାଦ ଦେଇଥିବା ସେ କହିଛନ୍ତି। ଆଗକୁ ପଢନ୍ତୁ...

Aishi ghosh statement on JNU violence
ଫାଇଲ ଫଟୋ

By

Published : Jan 11, 2020, 12:44 PM IST

Updated : Jan 11, 2020, 1:21 PM IST

ନୂଆଦିଲ୍ଲୀ: ଜେଏନୟୁ ପରିସରରେ ହୋଇଥିବା ହିଂସାକାଣ୍ଡ ମାମଲାରେ ଶୁକ୍ରବାର ଦିଲ୍ଲୀ ପୋଲିସ 9 ସନ୍ଦିଗ୍ଧଙ୍କ ଫଟୋ ଜାରି କରିଛି। ଯେଉଁଥିରେ ଜେଏନୟୁ ଛାତ୍ର ସଂସଦର ଅଧ୍ୟକ୍ଷା ଆଇଶି ଘୋଷ ମଧ୍ୟ ସାମିଲ ଅଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ନିଜ ମତାମତ ରଖିଛନ୍ତି। ଦିଲ୍ଲୀ ପୋଲିସ ଜେଏନୟୁ କୁଳପତିଙ୍କ ଭାଷା କହୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଆକ୍ରମଣର ଶିକାର ହୋଇଥିବା ଛାତ୍ରଙ୍କୁ ହିଁ ଦୋଷୀ ବୋଲି କହୁଛି ଦିଲ୍ଲୀ ପୋଲିସ। ନିକଟରେ ଜେଏନୟୁ ପରିସରରରେ କିଛି ମୁଖାପିନ୍ଧା ଲୋକ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିଥିଲେ। ଯାହା ଫଳରେ ପ୍ରାୟ 35 ଛାତ୍ରଛାତ୍ରୀ ଆହତ ହୋଇଥିଲେ ଓ ଏଥିରେ ଆଇଶି ଘୋଷ ମଧ୍ୟ ସାମିଲ ଥିଲେ। ପୋଲିସ କେବଳ ବାମପନ୍ଥୀ ଛାତ୍ରଙ୍କ ନାଁ କହୁଛି, ହେଲେ ଏବିଭିପିର ନାଁ ନେଉନାହିଁ। ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ବୋଲି ଆଇଶି ଘୋଷ କହିଛନ୍ତି। ପୋଲିସର ତଦନ୍ତକୁ ରାଜନୈତିକ ଯାଞ୍ଚ ବୋଲି କହିଛନ୍ତି ସେ।


କ୍ରାଇମବ୍ରାଞ୍ଚ ଡିସିପି ଜଏ ତିର୍କୀ ଏସଏଫଆଇ, ଏଆଇଏସଏ, ଡିଏସଏଫ, ଏଆଇଏସଏଫର କିଛି ଛାତ୍ରଛାତ୍ରୀ ସେମିଷ୍ଟର ପରୀକ୍ଷାର ରେଜିଷ୍ଟ୍ରେସନ ସମୟରେ ହିଂସା କରିଥିବା ଜଣାଇଥିଲା । ଆଇଶିଙ୍କ ବ୍ୟତିତ ଦୋଳନ ସାମନ୍ତ, ପ୍ରିୟା ରଞ୍ଜନ, ସୁଚେତା ତାଲୁକଦର, ଭାସ୍କର ବିଜୟ ମେକ୍, ଚୁନଚୁନ କୁମାର, ପଙ୍କଜ କୁମାରଙ୍କ ନାଁ ସାମିଲ ଅଛି। ଏମାନେ ମୁଖ୍ୟତଃ ବାମପନ୍ଥୀ ଛାତ୍ର ସଙ୍ଗଠନର ସଦସ୍ୟ। ଏହାସହ ଏବିଭିପିର ବିକାଶ ପଟେଲ ଓ ଯୋଗେନ୍ଦ୍ର ଭରଦ୍ବାଜଙ୍କ ନାଁ ମଧ୍ୟ ରହିଛି।

Last Updated : Jan 11, 2020, 1:21 PM IST

ABOUT THE AUTHOR

...view details