ଗୌହାଟୀ: ସୋମବାର ବିଳମ୍ବିତ ରାତ୍ରୀରେ ଲୋକସଭାରେ ଗୃହୀତ ହୋଇଛି ବହୁ ଚର୍ଚ୍ଚିତ ନାଗରିକ ସଂଶୋଧନ ବିଲ । ବିଲ୍କୁ ବିରୋଧ କରି ଆସାମରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । କେଉଁଠି ଟାୟାର ଜାଳି ତ କେଉଁଠ ରାସ୍ତାରୋକ୍ । ତେବେ ଗୌହାଟୀରେ ଆନ୍ଦୋଳନକୁ ହଟାଇବାକୁ ପ୍ରୟାସ କରି ବିକ୍ଷୋଭକାରୀଙ୍କ ଉପରକୁ ଲାଠି ଚାର୍ଜ କରିଛି ପୋଲିସ ।
ସେହିପରି ଦିଲ୍ଲୀ ସମେତ ଦେଶର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଆସାମର ଉତ୍ତର ପୂର୍ବ ଛାତ୍ର ସଂସ୍ଥା 12 ଘଣ୍ଟିଆ ବନ୍ଦ ପାଳନ କରିଛି । ମଙ୍ଗଳବାର ସକାଳୁ ସକାଳୁ ଆସାମର ଉତ୍ତର ପୂର୍ବ ଅଞ୍ଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ରାସ୍ତାଘାଟରେ ବିକ୍ଷୋଭକାରୀ ଗାଡି ଚଳାଚଳ ବନ୍ଦ କରିବା ସହ ଟାୟାର ଜାଳି ରାସ୍ତାରୋକ୍ କରିଛନ୍ତି ।