ଓଡିଶା

odisha

ETV Bharat / bharat

ଜେଏନ୍‌ୟୁ ଛାତ୍ର ଆନ୍ଦୋଳନ: ଅଣଛାତ୍ରଙ୍କ ନାଁରେ ମାମଲା ରୁଜୁ - ଜେଏନ୍‌ୟୁ ଛାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ

ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ଫି' ବୃଦ୍ଧିକୁ କେନ୍ଦ୍ର କରି ସୋମବାର ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଓ ମାର୍ଚ୍ଚ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି ।  ଏହି ଘଟଣା ପରେ ଦିଲ୍ଲୀ ପୋଲିସ ଆନ୍ଦୋଳନରେ ସମ୍ପୃକ୍ତି ନେଇ କିଛି ଅଜ୍ଞାତ ଯୁବକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ।

ଡିଜାଇନ ଫଟୋ

By

Published : Nov 19, 2019, 5:43 PM IST

Updated : Nov 19, 2019, 6:30 PM IST

ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ (ଜେଏନ୍‌ୟୁ)ରେ ଫି' ବୃଦ୍ଧିକୁ କେନ୍ଦ୍ର କରି ସୋମବାର ଛାତ୍ରଙ୍କ ବିରୋଧ ପ୍ରଦର୍ଶନ ଓ ମାର୍ଚ୍ଚ ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଇଛି । ଏହି ଘଟଣା ପରେ ଦିଲ୍ଲୀ ପୋଲିସ ଆନ୍ଦୋଳନରେ ସମ୍ପୃକ୍ତି ନେଇ କିଛି ଅଜ୍ଞାତ ଯୁବକଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି । ସରକାରୀ କାମରେ ବାଧା ସୃଷ୍ଟି କରିଥିବା କାରଣକୁ ଆଖିରେ ରଖି ଛାତ୍ରଙ୍କ ବିରୋଧରେ ଦୁଇ ଗୋଟି ମାମଲା ରୁଜୁ କରିଛି ପୋଲିସ ।

ଫଟୋ ସୌଜନ୍ୟ: ଏଏନଆଇ

ସୂଚନା ଅନୁସାରେ ଗୋଟିଏ ଏଫଆଇଆର କିଶନଗଡ ଥାନାର ଓ ଅନ୍ୟଟି ଲୋଧି କଲୋନୀରେ ରୁଜୁ କରାଯାଇଛି । କିଛି ଅଣଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ଯାଞ୍ଚ କରୁଛି । ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ପୋଲିସ କାହାରିକୁ ଗିରଫ କରିନାହିଁ ।

ଏହି ଦୁଇଟି ଏଫଆଇଆର ସରକାରୀ କାମରେ ବାଧା ସୃଷ୍ଟି କରିବା ଓ ଧାରା 144କୁ ଉଲଘଂନ କରିବା, ଆଇନ ଅମାନ୍ୟ କରି ଏକତ୍ରୀତ ଭାବରେ ପ୍ରଦର୍ଶନ କରିବା ଓ ସରକାରୀ ସମ୍ପତ୍ତିକୁ କ୍ଷତି ପହଞ୍ଚାଇବା କାରଣରୁ ମାମଲା ରୁଜୁ କରିଛି ପୋଲିସ ।

ସେହପରି ଲୋକସଭାରେ କାର୍ଯ୍ୟ ସମୟରେ ବିଏସପିର ସାଂସଦ ଦାନିଶ ଅଲି ଓ କଂଗ୍ରେସ ସାଂସଦ ଟିଏନ୍‌ ପ୍ରତାପନ ଜେଏନୟୁ ଛାତ୍ରଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନ ପାଇଁ ସରକାରଙ୍କ ଠାରୁ ଉଚ୍ଚ ସ୍ତରୀୟ ତଦନ୍ତ ପାଇଁ ଦାବି କରିଥିଲେ ।

ଏଠାରେ ସୂଚନା ଯୋଗ୍ୟ ଯେ, ସୋମବାର ଫି' ବୃଦ୍ଧି ପ୍ରତ୍ୟାହାର ଦାବିରେ ପ୍ରଦର୍ଶନ କରିବା ସହ ହଜାର ହଜାର ଛାତ୍ରାଛାତ୍ରୀ ସଂସଦ ଅଭିମୁଖେ ଯାତ୍ରା କରିଥିଲେ । ଜେଏନ୍‌ୟୁର ଛାତ୍ରଛାତ୍ରୀ ସଂସଦ ଭବନ ଘେରାଉ କରିବା ଉଦ୍ଦେଶ୍ୟରେ ବାହରିଥିବା ବେଳେ ଦିଲ୍ଲୀ ପୁଲିସ୍‌ ସେମାନଙ୍କୁ ମଝିବାଟରେ ଅଟକାଇ ଦେଇଛି। ଏହି ମାର୍ଚ୍ଚ ପରେ ଦିଲ୍ଲୀର ଅନେକ ଭିଆଇପି ସଡକ ଓ ମେଟ୍ରୋ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଏହାକୁ ଆଖି ଆଗରେ ରଖି ପୋଲିସ ବିକ୍ଷୋଭକାରୀ ଛାତ୍ରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଛି ।

Last Updated : Nov 19, 2019, 6:30 PM IST

ABOUT THE AUTHOR

...view details