ଦେୱାସ: କଂଗ୍ରେସ ନେତା ନବଜିତ୍ ସିଂ ସିଦ୍ଧୁ ମଧ୍ୟ ପ୍ରଦେଶରେ ବୈଠକ କରୁଥିବା ବେଳେ କିଛି ଯୁବକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାରେ ସ୍ଳୋଗାନ ଦେବା ସହ ସଭାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଥିଲେ । ପରେ ସ୍ଥାନୀୟ କଂଗ୍ରେସ ନେତା ଇଜାଜ୍ ଶେଖଙ୍କ ଅଭିଯୋଗ କ୍ରମେ ପୋଲିସ୍ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।
କଂଗ୍ରେସ ସଭାରେ ଶୁଭିଲା ମୋଦୀ-ମୋଦୀ, ଯୁବକଙ୍କ ବିରୋଧରେ ମାମଲା
କଂଗ୍ରେସ ନେତା ନବଜିତ୍ ସିଂ ସିଦ୍ଧୁ ମଧ୍ୟ ପ୍ରଦେଶରେ ବୈଠକ କରୁଥିବା ବେଳେ କିଛି ଯୁବକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାରେ ସ୍ଳୋଗାନ ଦେବା ସହ ସଭାକୁ ଭଣ୍ଡୁର କରିବା ପାଇଁ ଉଦ୍ୟମ କରିଥିଲେ । ପରେ ସ୍ଥାନୀୟ କଂଗ୍ରେସ ନେତା ଇଜାଜ୍ ଶେଖଙ୍କ ଅଭିଯୋଗ କ୍ରମେ ପୋଲିସ୍ ସେମାନଙ୍କ ବିରୋଧରେ ମାମଲା ରୁଜୁ କରିଛି ।
ଫଟୋ ସୌଜନ୍ୟ: ଏନ୍ଆଇ
ଶୁକ୍ରବାର ସଂନ୍ଧ୍ଯାରେ କଂଗ୍ରେସ ପକ୍ଷରୁ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଥିଲା । ସଭାରେ ଲାଲୁ ସୋନି, ଅର୍ପନ ଉପାଧ୍ୟାୟ ନାମକ ଦୁଇ ଜଣ ଯୁବକ ବିଶୃଙ୍ଖଳା କରୁଥିବାର ଅଭିଯୋଗ ଆଣିଛି କଂଗ୍ରେସ । ପୋଲିସ ସେମାନଙ୍କ ବିରୋଧରେ ଭାରତୀୟ ପିଙ୍ଗଳ କୋର୍ଡ ଧାରା 147 ଓ 127ରେ ମାମଲା ଦାଏର କରିଛି ।