ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନ ବିରୁଦ୍ଧରେ ଶାହୀନବାଗରେ ଚାଲିଥିବା ପ୍ରଦର୍ଶନରେ ହଠାତ ଚର୍ଚ୍ଚାକୁ ଆସିଥିବା ଜେଏନୟୁର ପୂର୍ବତନ ଛାତ୍ର ଶରଜିଲ ଇମାମ ବିରୁଦ୍ଧରେ ମାମଲା ରୁଜୁ କରିଛି ଦିଲ୍ଲୀ ପୋଲିସ । ଶରଜିଲକୁ ଖୋଜିବାକୁ ଯାଇ ରବିବାର ବିହାରର ଜହନାବାଦରେ ପୋଲିସ ଚଢାଉ କରି 3 ଜଣଙ୍କୁ ଗିରଫ କରିଛି । ଶରଜିଲ ବିରୁଦ୍ଧରେ ଉତ୍ତର ପ୍ରଦେଶ ସମେତ 3ଟି ସ୍ଥାନରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି ।
ଦେଶ ବିରୋଧୀ ଭାଷଣ ପାଇଁ ଶରଜିଲ ବିରୁଦ୍ଧରେ ମାମଲା ରୁଜୁ, ଖୋଜୁଛି ପୋଲିସ
ଦେଶ ବିରୋଧୀ ଭାଷଣ ଦେଇଥିବା ଜେଏନୟୁର ପୂର୍ବତନ ଛାତ୍ର ଶରଜିଲ ଇମାମକୁ ଖୋଜୁଛି ପୋଲିସ । ଆସାମକୁ ଭାରତରୁ ଅଲଗା କରିବା ନେଇ ଭାଷଣରେ କହିଥିଲା ଶରଜିଲ । ଅଧିକ ପଢନ୍ତୁ...
ଦେଶ ବିରୋଧୀ ଭାଷଣ ନେଇ ଶରଜିଲ ବିରୁଦ୍ଧରେ ମାମଲା ରୁଜୁ, ଖୋଜୁଛି ପୋଲିସ
ବର୍ତ୍ତମାନ ପର୍ଯ୍ୟନ୍ତ ଇମାମର କୌଣିସି ଖୋଜ ଖବର ମିଳି ନଥିବା ବେଳେ ପୋଲିସ ତଲାସ ଜାରି ରଖିଛି । ଦିଲ୍ଲୀ ପୋଲିସର କ୍ରାଇମବ୍ରାଞ୍ଚ ଶନିବାର ଶରଜିଲ ବିରୁଦ୍ଧରେ ମାମଲା ଦାଏର କରିଥିଲା । ଆସାମରେ ସବୁଠୁ ପ୍ରଥମେ ଶରଜିଲ ବିରୁଦ୍ଧରେ ଏଫଆଇଆର ହୋଇଥିଲା । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଇମାମ ଆସାମକୁ ଭାରତରୁ ଅଲଗା କରିଦେବାର କଥା କହିବା ସହ ଦେଶ ବିରୋଧୀ ବୟାନ ଦେଇଥିଲା ।
TAGGED:
ଶରଜିଲ ଇମାମ