ଓଡିଶା

odisha

ETV Bharat / bharat

ଅଯୋଧ୍ୟା ମାମଲା ରାୟ: ପୋଲିସର ଛାଉଣୀରେ ମଧ୍ୟପ୍ରଦେଶ ,ଗ୍ବାଲିୟରକୁ ଜଗିଛି 575 ସିସିଟିଭି କ୍ୟାମେରା - ପୋଲିସର ଛାଉଣୀରେ ମଧ୍ୟପ୍ରଦେଶ

କଡା ସୁରକ୍ଷାରେ ଦେଶର ସମସ୍ତ ସମ୍ବେଦନଶୀଳ ସ୍ଥାନ । ଅଯୋଧ୍ୟା ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ହେବା ପୂର୍ବରୁ ପୋଲିସ ଫୋର୍ସ ମୁତୟନ କରାଯିବା ସହ ନଜର ରଖିଛି ସିସିଟିଭି କ୍ୟାମେରା । ମଧ୍ୟପ୍ରଦେଶର ଗ୍ବାଲିୟରକୁ ଜଗିଛି 575 ସିସିଟିଭି ।

ପୋଲିସର ଛାଉଣୀରେ ମଧ୍ୟପ୍ରଦେଶ

By

Published : Nov 9, 2019, 10:54 AM IST

ଭୋପାଳ: ବହୁ ପ୍ରତୀକ୍ଷିତ ଅଯୋଧ୍ୟ ମାମଲାର ଆଜି ଚୂଡାନ୍ତ ରାୟ ପ୍ରକାଶ ପାଇବ । ପୂର୍ବାହ୍ନ ସାଢେ 10ଟାରେ ପ୍ରଧାନ ବିଚାରପତିଙ୍କ ଅଧ୍ୟକ୍ଷତାରେ 5ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ। ତେବେ ରାୟ ଆସିବା ପୂର୍ବରୁ ସମସ୍ତ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ମଧ୍ୟପ୍ରଦେଶର ଗ୍ବାଲିୟରରେ ପୁଲିସର କଡା ନଜର ରହିଛି।

ସହରର ସମସ୍ତ ଛକ ଓ ରାସ୍ତାରେ 575 ସିସିଟିଭି କ୍ୟାମେରାକୁ ଲଗାଯିବା ସହ କଡା ପୋଲିସ ଫୋର୍ସ ମୁତୟନ କରାଯାଇଛି । କୌଣସି ଅପ୍ରୀତିକରଣ ଘଟଣା ଏଡାଇବାକୁ ପୋଲିସ ଫୋର୍ସ ଗ୍ବାଲିୟର ସହର ସହ ସୋସିଆଲ ମିଡିଆ ଉପରେ ମଧ୍ୟ କଡା ନଜର ରଖୁଛି। ଅଯୋଧ୍ୟାରେ 144 ଧାରା ଲାଗୁ କରାଯାଇଛି। ଜମ୍ମୁ-କାଶ୍ମୀର, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ କର୍ଣ୍ଣାଟକରେ 3 ଦିନ ପାଇଁ ସମସ୍ତ ସ୍କୁଲ କଲେଜକୁ ବନ୍ଦ କରାଯାଇଛି।

ଭିଡିଓ ସୌଜନ୍ୟ:ଇଟିଭି ଭାରତ,ବ୍ୟୁରୋ

ABOUT THE AUTHOR

...view details